ଅର୍ଥ ମନ୍ତ୍ରଣାଳୟ

୨୦୧୬ ପର ଠାରୁ ସରକାରୀ ସାମାଜିକ କ୍ଷେତ୍ର ଖର୍ଚ୍ଚ ବୃଦ୍ଧି ପାଉଛି: ରାଜ୍ୟ ଅର୍ଥନୈତିକ ସର୍ବେକ୍ଷଣ ୨୦୨୩ -୨୪


ଆର୍ଥିକ ବର୍ଷ ୨୦୧୮ ରୁ ୨୪ ମଧ୍ୟରେ ସମାଜ କଲ୍ୟାଣ ଖର୍ଚ୍ଚ ୧୨.୮% ସିଏଜିଆର୍ ହାରରେ ବୃଦ୍ଧି ପାଇଛି

୧୫.୮% ସିଏଜିଆର୍ ରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ଖର୍ଚ୍ଚ ବୃଦ୍ଧି

ସାମାଜିକ ସେବା ଉପରେ ଖର୍ଚ୍ଚ ଜିଡିପିର ୭.୮% କୁ ବୃଦ୍ଧି; ଆର୍ଥିକ ବର୍ଷ ୨୪ରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଖର୍ଚ୍ଚ ଜିଡିପିର ୧.୯% କୁ ବୃଦ୍ଧି

Posted On: 22 JUL 2024 2:51PM by PIB Bhubaneshwar

କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ଉପସ୍ଥାପିତ କରିଥିବା ୨୦୨୩ - ୨୪ ଅର୍ଥନୈତିକ ସର୍ବେକ୍ଷଣରେ ଉଲ୍ଲେଖ କରାଯାଇଛି ଯେ ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ଭାରତର ଉଚ୍ଚ ଏବଂ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି ସହିତ ସାମାଜିକ ଏବଂ ଅନୁଷ୍ଠାନିକ ପ୍ରଗତି ହେଉଛି ।

ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ଦେଶର ନାଗରିକଙ୍କ ସାମାଜିକ କଲ୍ୟାଣର ଅନେକ ଦିଗ ଉପରେ ଧ୍ୟାନ ଦେବା ସହିତ ଆର୍ଥିକ ବର୍ଷ ୨୦୧୬ ପର ଠାରୁ ସାମାଜିକ ସେବା ଉପରେ ସରକାରଙ୍କ ଖର୍ଚ୍ଚ ବୃଦ୍ଧି ପାଉଛି । ଆର୍ଥିକ ବର୍ଷ ୨୦୧୮ ରୁ ୨୪ ମଧ୍ୟରେ ସାମଗ୍ରିକ ସାମାଜିକ କଲ୍ୟାଣ ଖର୍ଚ୍ଚ ୧୨.୮% ଚକ୍ରବୃଦ୍ଧି ବାର୍ଷିକ ଅଭିବୃଦ୍ଧି ହାର (ସିଏଜିଆର୍‌) ରେ ବୃଦ୍ଧି ପାଇଥିବା ବେଳେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ୧୫.୮% ସିଏଜିଆରରେ ବୃଦ୍ଧି ପାଇଛି । ୨୦୨୩  - ୨୪ ଆର୍ଥିକ ବର୍ଷରେ ସାମାଜିକ ସେବା କ୍ଷେତ୍ରରେ ମୋଟ ୨୩.୫ ଲକ୍ଷ କୋଟି ଟଙ୍କା ବ୍ୟୟ  ହୋଇଥିବା ବେଳେ ୨୦୧୭ - ୧୮ରେ ସାମାଜିକ ସେବା କ୍ଷେତ୍ରରେ ମୋଟ ୧୧.୩୯ ଲକ୍ଷ କୋଟି ଟଙ୍କା ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଖର୍ଚ୍ଚ ୨.୪୩ ଲକ୍ଷ କୋଟି ଟଙ୍କା ତୁଳନାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଖର୍ଚ୍ଚ ୫.୮୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ଜିଡିପିର ଏକ ପ୍ରତିଶତ ହିସାବରେ , ସାମାଜିକ ସେବା ଉପରେ ଖର୍ଚ୍ଚ ୨୦୧୭ - ୧୮ ରେ ୬.୭% ଥିବାବେଳେ ୨୦୨୩ -୨୪ରେ ଏହା ୭.୮% କୁ ବୃଦ୍ଧି ପାଇଛି । ସେହିଭଳି ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଖର୍ଚ୍ଚ ୧.୪% ରୁ ୧.୯% କୁ ବୃଦ୍ଧି ପାଇଛି । ସର୍ବେକ୍ଷଣରେ ଏହା ମଧ୍ୟ ଦର୍ଶାଯାଇଛି ଯେ ମୋଟ ଖର୍ଚ୍ଚର ଏକ ପ୍ରତିଶତ ହିସାବରେ ୨୦୨୩  -୨୪ ବିଇ (ବଜେଟ୍ ଅନୁମାନ) ରେ ସାମାଜିକ ସେବା କ୍ଷେତ୍ରରେ ବ୍ୟୟ ୨୬% କୁ ବୃଦ୍ଧି ପାଇଛି, ଯେଉଁଥିରୁ ସ୍ୱାସ୍ଥ୍ୟ ଉପରେ ଖର୍ଚ୍ଚ ୬.୫% ଥିଲା ।

*****

SSP
 



(Release ID: 2035481) Visitor Counter : 29