ଅର୍ଥ ମନ୍ତ୍ରଣାଳୟ
azadi ka amrit mahotsav

ନୂଆଦିଲ୍ଲୀରେ ପାରମ୍ପରିକ ହଲୱା ସମାରୋହ ସହିତ କେନ୍ଦ୍ର ବଜେଟ୍ ୨୦୨୪-୨୫ ପାଇଁ ପ୍ରସ୍ତୁତିର ଚୂଡ଼ାନ୍ତ ପର୍ଯ୍ୟାୟ ଆରମ୍ଭ

Posted On: 16 JUL 2024 7:26PM by PIB Bhubaneshwar

 

କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପଙ୍କଜ ଚୌଧୁରୀଙ୍କ ଉପସ୍ଥିତିରେ ଆଜି ନୂଆଦିଲ୍ଲୀଠାରେ ୨୦୨୪-୨୫ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାର ଚୂଡ଼ାନ୍ତ ପର୍ଯ୍ୟାୟରେ ହଲୱା ସମାରୋହ ଅନୁଷ୍ଠିତ ହୋଇଛି

ବଜେଟ୍ ପ୍ରସ୍ତୁତିରେ ନିୟୋଜିତ ଅଧିକାରୀଙ୍କ 'ଲକ୍-ଇନ୍' ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ପ୍ରତିବର୍ଷ ଏକ ପାରମ୍ପରିକ ହଲୱା ସମାରୋହ ଅନୁଷ୍ଠିତ ହୋଇଥାଏ। ୨୦୨୪-୨୫ ଆର୍ଥିକ ବର୍ଷପାଇଁ କେନ୍ଦ୍ରୀୟ ବଜେଟ୍ ୨୦୨୪ ଜୁଲାଇ ୨୩ ତାରିଖରେ ଉପସ୍ଥାପିତ ହେବ।

ଡିଜିଟାଲ ସୁବିଧାର ସରଳ ରୂପ ବ୍ୟବହାର କରି ସଂସଦ ସଦସ୍ୟ (ସାଂସଦ) ଏବଂ ସାଧାରଣ ଜନତାଙ୍କ ଦ୍ୱାରା ବଜେଟ୍ ଦସ୍ତାବିଜକୁ ଅସୁବିଧାମୁକ୍ତ ଆକସେସ୍ କରିବା ପାଇଁ ବାର୍ଷିକ ଆର୍ଥିକ ବିବରଣୀ (ସାଧାରଣତଃ ବଜେଟ୍), ଅନୁଦାନ ଦାବି (ଡିଜି), ଅର୍ଥ ବିଲ୍ ଇତ୍ୟାଦି ସମେତ ସମସ୍ତ କେନ୍ଦ୍ରୀୟ ବଜେଟ୍ ଦସ୍ତାବିଜ୍ "କେନ୍ଦ୍ର ବଜେଟ୍ ମୋବାଇଲ୍ ଆପ୍"ରେ ଉପଲବ୍ଧ ହେବ। ଏହି ଆପ୍ ଦ୍ୱିଭାଷୀ (ଇଂରାଜୀ ଏବଂ ହିନ୍ଦୀ) ଏବଂ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମରେ ଉପଲବ୍ଧ ହେବ। ୟୁନିୟନ ବଜେଟ୍ ୱେବ୍ ପୋର୍ଟାଲ (www.indiabudget.gov.in) ରୁ ମଧ୍ୟ ଏହି ଆପ୍ ଡାଉନଲୋଡ୍ କରାଯାଇପାରିବ।

ଜୁଲାଇ ୨୩, ୨୦୨୪ରେ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବଜେଟ୍ ଭାଷଣ ଶେଷ ହେବା ପରେ ବଜେଟ୍ ଦସ୍ତାବିଜ ମୋବାଇଲ୍ ଆପ୍ ରେ ଉପଲବ୍ଧ ହେବ।

ହଲୱା ସମାରୋହରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହ ଅର୍ଥ ମନ୍ତ୍ରଣାଳୟର ସଚିବ ଏବଂ ବଜେଟ୍ ପ୍ରସ୍ତୁତିରେ ସାମିଲ ଥିବା ଭାରତ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ବଜେଟ୍ ପ୍ରେସ୍ ପରିଦର୍ଶନ କରିବା ସହ ପ୍ରସ୍ତୁତିର ସମୀକ୍ଷା କରିବା ସହ ସଂପୃକ୍ତ ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

 

BS


(Release ID: 2033758) Visitor Counter : 83