ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନୋବେଲ ବିଜେତା ମିଃ ଆଣ୍ଟୋନ ଜେଲିଙ୍ଗରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 10 JUL 2024 9:48PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୋବେଲ ବିଜେତା ତଥା ଅଷ୍ଟ୍ରିଆର ପ୍ରସିଦ୍ଧ ପଦାର୍ଥ ବିଜ୍ଞାନୀ ମିଃ ଆଣ୍ଟୋନ ଜେଲିଙ୍ଗରଙ୍କୁ ସାକ୍ଷାତ କରିଛନ୍ତି । ଶ୍ରୀ ଜେଲିଙ୍ଗର କ୍ୱାଣ୍ଟମ ମେକାନିକ୍ସ ଉପରେ ତାଙ୍କ କାର୍ଯ୍ୟ ପାଇଁ ପ୍ରସିଦ୍ଧ ଏବଂ ୨୦୨୨ ରେ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପାଇଥିଲେ ।

ପ୍ରଧାନମନ୍ତ୍ରୀ ଭାରତର ଜାତୀୟ କ୍ୱାଣ୍ଟମ ମିଶନ ଉପରେ ଏହି ବିଶିଷ୍ଟ ପଦାର୍ଥ ବିଜ୍ଞାନୀଙ୍କ ସହ ମତ ବିନିମୟ କରିଥିଲେ । ସମସାମୟିକ ସମାଜରେ କ୍ୱାଣ୍ଟମ କମ୍ପ୍ୟୁଟିଂ ଏବଂ କ୍ୱାଣ୍ଟମ ପ୍ରଯୁକ୍ତିର ଭୂମିକା ଏବଂ ଭବିଷ୍ୟତ ପାଇଁ ଏହାର ପ୍ରତିଶ୍ରୁତି ଉପରେ ସେ ଓ ମିଃ ଜେଲିଙ୍ଗର ମତ ବିନିମୟ କରିଥିଲେ।

***********

P.S.

 


(रिलीज़ आईडी: 2032293) आगंतुक पटल : 105
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Hindi_MP , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam