ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କ ଆଗାମୀ ଗସ୍ତକୁ ସ୍ୱାଗତ କଲେ ଅଷ୍ଟ୍ରିଆର ଚାନସେଲର, ଧନ୍ୟବାଦ ଦେଲେ ମୋଦୀ

प्रविष्टि तिथि: 07 JUL 2024 8:57AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗାମୀ ଅଷ୍ଟ୍ର୍ରିଆ ଗସ୍ତକୁ ଚାନସେଲର କାର୍ଲ ନେହାମର ସ୍ୱାଗତ କରିଥିବାରୁ ତାଙ୍କୁ ଶ୍ରୀ ମୋଦୀ ଆଜି ଧନ୍ୟବାଦ ଜଣାଇଛନ୍ତି ୪୦ ବର୍ଷ ମଧ୍ୟରେ ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଅଷ୍ଟ୍ରିଆ ଗସ୍ତ ଅଷ୍ଟ୍ରିଆର ଚାନସେଲର କହିଛନ୍ତି୪୦ ବର୍ଷ ମଧ୍ୟରେ ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ ହୋଇଥିବାରୁ ଏହା ଏକ ସ୍ୱତନ୍ତ୍ର ସମ୍ମାନ ଏବଂ ଭାରତ ସହ ଅଷ୍ଟ୍ରିଆର କୂଟନୈତିକ ସମ୍ପର୍କ ପ୍ରତିଷ୍ଠାର ୭୫ ବର୍ଷ ପାଳନ ଅବସରରେ ଏହି ଗସ୍ତ ମଧ୍ୟ ଏକ ମାଇଲଖୁଣ୍ଟ

ଗସ୍ତର ଏହି ଐତିହାସିକ କ୍ଷଣରେ ସମ୍ପର୍କକୁ ଦୃଢ଼ କରିବା ପାଇଁ ଏବଂ ସହଯୋଗର ନୂତନ ସମ୍ଭାବନା ସୃଷ୍ଟି କରିବା ପାଇଁ ଆଲୋଚନାକୁ ସେ ଅପେକ୍ଷା କରିଛନ୍ତି ବୋଲି ଶ୍ରୀ ମୋଦୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି

ଏକ୍ସରେ ଚାନସେଲର ନେହାମର କରିଥିବା ଏକ ପୋଷ୍ଟର ଉତ୍ତରରେ ଶ୍ରୀ ମୋଦୀ ଲେଖିଛନ୍ତି:

ଆପଣଙ୍କୁ ଧନ୍ୟବାଦ ଚାନସେଲର @karlnehammer,ଏହି ଐତିହାସିକ କ୍ଷଣରେ ଅଷ୍ଟ୍ରିଆ ଗସ୍ତ ଅବଶ୍ୟ ଏକ ସମ୍ମାନ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଦୃଢ଼ କରିବା ସହ ସହଯୋଗର ନୂତନ ସମ୍ଭାବନା ଖୋଜିବା ଉଦ୍ଦେଶ୍ୟରେ ଆଗାମୀ ଦିନର ଆଲୋଚନାକୁ ମୁଁ ଅପେକ୍ଷା କରିଛି ଲୋକତନ୍ତ୍ରର ମୂଲ୍ୟବୋଧ, ସ୍ୱାଧୀନତା ଏବଂ ଆଇନର ଶାସନକୁ ଆଧାର କରି ଆମେ ଆମର ନୂତନ ଗୁଢ଼ ସମ୍ପର୍କ ଗଢ଼ି ତୋଳିବା

SR


(रिलीज़ आईडी: 2031411) आगंतुक पटल : 74
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Hindi_MP , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam