ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବାରୁ କିଏର ଷ୍ଟାର୍ମରଙ୍କୁ ଅଭିନନ୍ଦନ ଜଣାଇବା ସହ କଥା ହେଲେ ପ୍ରଧାନମନ୍ତ୍ରୀ



ଭାରତ-ବ୍ରିଟେନ ମଧ୍ୟରେ ବ୍ୟାପକ ରଣନୀତିକ ଭାଗିଦାରୀତା ପାଇଁ ଉଭୟ ନେତା ପ୍ରତିବଦ୍ଧତାକୁ ଦୋହରାଇଲେ

ଏଫଟିଏରୁ ପାରସ୍ପରିକ ଲାଭପ୍ରଦ ବ୍ୟବସ୍ଥା ସକାଶେ ଉଭୟ ପକ୍ଷ କାର୍ଯ୍ୟ କରିବେ

ଭାରତ ଗସ୍ତରେ ଆସିବାକୁ ପ୍ରଧାନମନ୍ତ୍ରୀ ଷ୍ଟାର୍ମରଙ୍କୁ ନିମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 06 JUL 2024 3:06PM by PIB Bhubaneshwar

 

ବ୍ରିଟେନର ପ୍ରଧାନମନ୍ତ୍ରୀ କିଏର ଷ୍ଟାର୍ମରଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଥା ହୋଇଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିବାରୁ ଏବଂ ଲେବର ପାର୍ଟିର ବିପୁଳ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ

ଉଭୟ ନେତା ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ସମ୍ପର୍କକୁ ମନେ ପକାଇବା ସହ ଭାରତ ବ୍ରିଟେନ ମଧ୍ୟରେ ଥିବା ବ୍ୟାପକ ରଣନୀତିକ ଭାଗିଦାରୀତାକୁ ଅଧିକ ଦୃଢ଼ କରିବାକୁ ନିଷ୍ପତ୍ତି ନେଇଥିଲେ

ଭାରତ-ବ୍ରିଟେନ ମଧ୍ୟରେ ଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ପାରସ୍ପରିକ ଲାଭପ୍ରଦ ବ୍ୟବସ୍ଥାରେ ପରିଣତ କରିବାକୁ ଉଭୟ ନେତା ସହମତ ହୋଇଥିଲେ

ବ୍ରିଟେନର ସାମାଜିକ, ଅର୍ଥନୈତିକ ରାଜନୈତିକ ବିକାଶରେ ଭାରତୀୟ ସମ୍ପ୍ରଦାୟର ସକାରାତ୍ମକ ଅବଦାନକୁ ଉଭୟ ନେତା ପ୍ରଶଂସା କରିବା ସହ ଦୁଇ ଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କକୁ ଆଗେଇ ନେବାକୁ ଉଭୟ ରାଜି ହୋଇଥିଲେ

ଅତି ଶୀଘ୍ର ଭାରତ ଗସ୍ତରେ ଆସିବାକୁ ପ୍ରଧାନମନ୍ତ୍ରୀ ଷ୍ଟାର୍ମରଙ୍କୁ ନିମନ୍ତ୍ରଣ ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ

ନିୟମିତ ସମ୍ପର୍କରେ ରହିବାକୁ ଉଭୟ ନେତା ନିଷ୍ପତ୍ତି ନେଇଥିଲେ

SR


(ରିଲିଜ ଆଡି: 2031271) ପରିଦର୍ଶକ କାଉଣ୍ଟର : 109