ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବରିଷ୍ଠ ଟିଏନଏ ନେତା ଆର. ସମ୍ପନ୍ଥନଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ
Posted On:
01 JUL 2024 1:00PM by PIB Bhubaneshwar
ବରିଷ୍ଠ ଟିଏନଏ ନେତା ଆର.ସମ୍ପନ୍ଥନଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଶ୍ରୀଲଙ୍କାର ତାମିଲ ନାଗରିକଙ୍କ ଶାନ୍ତି, ନିରାପତ୍ତା,ସମାନତା, ନ୍ୟାୟ ଓ ସମ୍ମାନର ଜୀବନ ଧାରଣ ପାଇଁ ଆର. ସମ୍ପନ୍ଥନ କାର୍ଯ୍ୟ କରୁଥିଲେ ବୋଲି ଶ୍ରୀ ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଏକ୍ସ ପୋଷ୍ଟରେ ଲେଖିଛନ୍ତି:
“ବରିଷ୍ଠ ଟିଏନଏ ନେତା ଆର.ସମ୍ପନ୍ଥନଙ୍କ ପରିବାର ଓ ବନ୍ଧୁମାନଙ୍କ ପାଇଁ ମୋର ଗଭୀର ସମବେଦନା । ତାଙ୍କ ସହ ବିଭିନ୍ନ ସମୟରେ ହୋଇଥିବା ସାକ୍ଷାତର ଅନୁଭୂତି ସବୁ ଦିନ ମନେ ରହିବ । ଶ୍ରୀଲଙ୍କାର ତାମିଲ ନାଗରିକଙ୍କ ଶାନ୍ତି, ନିରାପତ୍ତା, ସମାନତା, ନ୍ୟାୟ ଏବଂ ସମ୍ମାନର ଜୀବନ ଧାରଣ ପାଇଁ ସେ ସର୍ବଦା କାର୍ଯ୍ୟ କରୁଥିଲେ । ଶ୍ରୀଲଙ୍କା ଏବଂ ଭାରତରେ ଥିବା ତାଙ୍କ ବନ୍ଧୁ ଓ ଅନୁଗାମୀ ତାଙ୍କ ଅନୁପସ୍ଥିତି ସର୍ବଦା ଅନୁଭବ କରିବେ” ।
SR
(Release ID: 2030023)
Visitor Counter : 59
Read this release in:
English
,
Urdu
,
Marathi
,
Hindi
,
Hindi_MP
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam