ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ
‘ନିଷ୍ପତ୍ତି ନେବା ପାଇଁ ଡାଟାର ଉପଯୋଗ’ ବିଷୟ ସହିତ ୨୦ ଜୁନ ୨୦୨୪ରେ “ପରିସଂଖ୍ୟାନ ଦିବସ ପାଳନ କରାଯିବ
Posted On:
28 JUN 2024 11:24AM by PIB Bhubaneshwar
ପରିସଂଖ୍ୟାନ ଓ ଅର୍ଥନୈତିକ ନିୟୋଜନ କ୍ଷେତ୍ରରେ ପ୍ରଫେସର (ସ୍ୱର୍ଗତ) ପ୍ରଶାନ୍ତ ଚନ୍ଦ୍ର ମହାଳନୋବିସଙ୍କ ଉଲ୍ଲେଖନୀୟ ଅବଦାନକୁ ସମ୍ମାନ ଜଣାଇ, ସ୍ୱରୂପ ଭାରତ ସରକାର ପ୍ରତିବର୍ଷ ଜୁନ୍ ୨୯ ତାରିଖକୁ ତାଙ୍କ ଜୟନ୍ତୀ ଅବସରରେ ଜାତୀୟ ସ୍ତରରେ ପାଳନ କରାଯାଉଥିବା ସ୍ୱତନ୍ତ୍ର ଦିବସ ବର୍ଗରେ "ପରିସଂଖ୍ୟାନ ଦିବସ" ଭାବେ ନାମିତ କରିଛନ୍ତି । ପରିସଂଖ୍ୟାନ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ବିକାଶ ପାଇଁ ସାମାଜିକ-ଅର୍ଥନୈତିକ ଯୋଜନା ଏବଂ ନୀତି ପ୍ରଣୟନରେ ପରିସଂଖ୍ୟାନର ଭୂମିକା ଏବଂ ଗୁରୁତ୍ୱ ଉପରେ ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରିବା ।
୨୦୦୭ ମସିହାରୁ ସମସାମୟିକ ଜାତୀୟ ମହତ୍ତ୍ୱପୂର୍ଣ୍ଣ ବିଷୟବସ୍ତୁ ନେଇ ପ୍ରତିବର୍ଷ ପରିସଂଖ୍ୟାନ ଦିବସ ପାଳନ କରାଯାଏ ।ପରିସଂଖ୍ୟାନ ଦିବସ, ୨୦୨୪ର ବିଷୟବସ୍ତୁ ହେଉଛି "ନିଷ୍ପତ୍ତି ନେବା ପାଇଁ ଡାଟାର ବ୍ୟବହାର" । ଯେ କୌଣସି କ୍ଷେତ୍ରରେ ସୁଚିନ୍ତିତ ନିଷ୍ପତ୍ତି ନେବା ପାଇଁ ତଥ୍ୟ ଭିତ୍ତିକ ନିଷ୍ପତ୍ତି ନେବାର ଧାରଣା ଗୁରୁତ୍ୱପୂର୍ଣ୍ଣ ଏବଂ ସରକାରୀ ପରିସଂଖ୍ୟାନରୁ ମିଳିଥିବା ପରିସଂଖ୍ୟାନ ସୂଚନାର ଉନ୍ନତ ବୁଝାମଣା ଏବଂ ପ୍ରମାଣ ଭିତ୍ତିକ ନିଷ୍ପତ୍ତି ନେବାକୁ ସୁବିଧା କରିବା ପାଇଁ ଏହା ଏକ ପ୍ରାଥମିକ ଆବଶ୍ୟକତା ମଧ୍ୟରୁ ଅନ୍ୟତମ ।
ପରିସଂଖ୍ୟାନ ଦିବସ, ୨୦୨୪ର ମୁଖ୍ୟ କାର୍ଯ୍ୟକ୍ରମ ଦିଲ୍ଲୀ କ୍ୟାଣ୍ଟର ମାନେକଶାଁ ସେଣ୍ଟର ଏବଂ ନୂଆଦିଲ୍ଲୀରେ ଆୟୋଜନ କରାଯାଉଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୧୬ତମ ଅର୍ଥ ଆୟୋଗର ଅଧ୍ୟକ୍ଷ ଡ. ଅରବିନ୍ଦ ପାନାଗରିଆ ରହିଛନ୍ତି । ଜାତୀୟ ପରିସଂଖ୍ୟାନ ଆୟୋଗ (ଏନ୍ ଏସ୍ ସି)ର ଅଧ୍ୟକ୍ଷ ପ୍ରଫେସର ରାଜୀବ ଲକ୍ଷ୍ମଣ କରଣ୍ଡିକରଓ ଏମ୍ ଓଏସ୍ ପିଆଇ ସଚିବ ଡ. ସୌରଭ ଗର୍ଗ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହ କେନ୍ଦ୍ରମନ୍ତ୍ରଣାଳୟ/ବିଭାଗ, ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀ, ବିଶ୍ୱବ୍ୟାଙ୍କ, ଜାତିସଂଘ ଏଜେନ୍ସି ଇତ୍ୟାଦି ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧି ଓ ଅନ୍ୟାନ୍ୟ ଅଂଶୀଦାରମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।ମନ୍ତ୍ରଣାଳୟର ସୋସିଆଲ ମିଡିଆ ହ୍ୟାଣ୍ଡେଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ୱେବ୍ କାଷ୍ଟ/ଲାଇଭ୍ ଷ୍ଟ୍ରିମ୍ କରାଯିବ ।
ଏହି ଅବସରରେ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ 'ଅନ୍ ଦି ସ୍ପଟ୍ ପ୍ରବନ୍ଧ ଲେଖା ପ୍ରତିଯୋଗିତା, ୨୦୨୪'ର ବିଜେତାଙ୍କୁ ସମ୍ବର୍ଦ୍ଧିତ କରାଯିବ ।
ଏହି ଅବସରରେ ନିରନ୍ତର ବିକାଶ ଲକ୍ଷ୍ୟ- ଜାତୀୟ ସୂଚକ ଢାଞ୍ଚା ପ୍ରଗତି ରିପୋର୍ଟ, ୨୦୨୪ ମଧ୍ୟ ଉନ୍ମୋଚିତ ହେବାର କାର୍ଯ୍ୟକ୍ରମ ରହିଛି । ରିପୋର୍ଟ ସହିତ ନିରନ୍ତର ବିକାଶ ଲକ୍ଷ୍ୟ- ଜାତୀୟ ସୂଚକ ଢାଞ୍ଚା, ୨୦୨୪ ଏବଂ ନିରନ୍ତର ବିକାଶ ଲକ୍ଷ୍ୟ- ଜାତୀୟ ସୂଚକ ଢାଞ୍ଚା, ୨୦୨୪ ଉପରେ ଡାଟା ସ୍ନାପସଟ୍ ମଧ୍ୟ ପ୍ରକାଶ ପାଇବ ।
ଉପଭୋକ୍ତାଙ୍କୁ ସରକାରୀ ପରିସଂଖ୍ୟାନର ପ୍ରଭାବଶାଳୀ ଏବଂ ଦକ୍ଷ ପ୍ରସାରଣର ଆବଶ୍ୟକତାକ ପରେ ଦୃଷ୍ଟି ଆକର୍ଷଣ କରି ପରିସଂଖ୍ୟନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ଅଧିକାରୀକ ପରିସଂଖ୍ୟାନ ପାଇଁ ଇ-ସାଙ୍କିକି ନାମକ ଏକ ଡାଟା ପୋର୍ଟାଲ ବିକଶିତ କରିବା ଦିଗରେ ମଧ୍ୟ କାର୍ଯ୍ୟ କରୁଛି, ଏଥିରେ ଗୁରୁତ୍ୱପୂର୍ଣ୍ଣ ସୂକ୍ଷ୍ମ ସଙ୍କେତ ଗୁଡିକର ସମୟ ଶୃଙ୍ଖଳା ଡାଟା ଏବଂ ମନ୍ତ୍ରଣାଳୟର ଡାଟା ସମ୍ପତ୍ତିର ତାଲିକା ପ୍ରସ୍ତୁତ କରିବା ଉପରେ କାର୍ଯ୍ୟ କରୁଛି । ଏହି ଅବସରରେ ଇ-ସାଙ୍ଖିକ ପୋର୍ଟାଲ ଏବଂ ସେଣ୍ଟ୍ରାଲ ଡାଟା ରିପୋଜିଟୋରୀ ମଧ୍ୟ ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି ।
କାର୍ଯ୍ୟକ୍ରମର ବୈଷୟିକ ଅଧିବେଶନରେ ବିଶେଷଜ୍ଞ/ବକ୍ତାମାନେ ବିଷୟବସ୍ତୁ ଉପରେ ସଂକ୍ଷିପ୍ତ ଉପସ୍ଥାପନା/ଅଭିଭାଷଣ ଦେବେ ।
*****
NS/SLP
(Release ID: 2029436)
Read this release in:
Tamil
,
Hindi
,
Hindi_MP
,
English
,
Malayalam
,
Marathi
,
Gujarati
,
Bengali
,
Urdu
,
Manipuri
,
Telugu