ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ପି. ଭି. ନରସିଂହ ରାଓଙ୍କୁ ଶଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 28 JUN 2024 12:02PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ପି. ଭି. ନରସିଂହ ରାଓଙ୍କୁ ତାଙ୍କର ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଶ୍ରୀ ମୋଦୀ କହିଛନ୍ତି ଯେ, ପି. ଭି. ନରସିଂହ ରାଓ ତାଙ୍କର ନେତୃତ୍ୱ ଜ୍ଞାନ ପାଇଁ ସ୍ମରଣୀୟ ଏବଂ ଏହା ଆମ ସରକାର ପାଇଁ ଗର୍ବର ବିଷୟ ଯେ ଆମ ରାଷ୍ଟ୍ର ପାଇଁ ତାଙ୍କର ଅବଦାନକୁ ସ୍ୱୀକୃତି ଦେଇ ଆମେ ଚଳିତ ବର୍ଷ ପ୍ରାରମ୍ଭରେ ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲୁ

ଏକ୍ସର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ମୁଁ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ପି. ଭି. ନରସିଂହ ରାଓ ଗାରୁଙ୍କୁ ତାଙ୍କର ଜନ୍ମ ବାର୍ଷିକୀରେ ଶଦ୍ଧାଞ୍ଜଳି ଅର୍ପଣ କରୁଛି ଦୃଢ଼ ନେତୃତ୍ୱ ଜ୍ଞାନ ପାଇଁ ତାଙ୍କୁ ସ୍ମରଣ କରାଯାଇଥାଏ ଏହା ଆମ ସରକାର ପାଇଁ ଗର୍ବର ବିଷୟ ଯେ ଆମେ ଦେଶ ପ୍ରତି ତାଙ୍କର ଅବଦାନକୁ ସ୍ୱୀକୃତି ଦେଇ ଚଳିତ ବର୍ଷ ପ୍ରାରମ୍ଭରେ ତାଙ୍କୁ ଭାରତ ରତ୍ନ ପ୍ରଦାନ କରିଥିଲୁ

 

  SR


(ରିଲିଜ ଆଡି: 2029434) ପରିଦର୍ଶକ କାଉଣ୍ଟର : 107