ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ନାଦାପ୍ରଭୁ କେମ୍ପେଗୌଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 27 JUN 2024 3:24PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଦାପ୍ରଭୁ କେମ୍ପେଗୌଡାଙ୍କୁ ତାଙ୍କର ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଯେ, ଅର୍ଥନୈତିକ ଉନ୍ନତି, କୃଷି ଏବଂ ଜଳସେଚନ କ୍ଷେତ୍ରର ଅଭିବୃଦ୍ଧି କରିବାରେ ଶ୍ରୀ ନାଦାପ୍ରଭୁ କେମ୍ପେଗୌଡା ଅଗ୍ରଣୀ ଥିଲେ

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ;

ଶ୍ରୀ ନାଦାପ୍ରଭୁ କେମ୍ପେଗୌଡାଙ୍କୁ ତାଙ୍କର ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଉଛି   ସେ ତାଙ୍କର ଦୂରଦୃଷ୍ଟି ଏବଂ ପ୍ରଶାସନିକ ଦକ୍ଷତା ପାଇଁ ବେଶ୍ ଜଣାଶୁଣା ଅର୍ଥନୈତିକ ଉନ୍ନତି, କୃଷି, ଜଳସେଚନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସେ ଅଗ୍ରଣୀ ଥିଲେ ବେଙ୍ଗାଲୁରୁ, ଯେଉଁ ସହରକୁ ସେ ପ୍ରତିପୋଷଣ କରିଥିଲେ, ଏବେ ଏହାର ଗତିଶୀଳତା, ସ୍ପନ୍ଦନ ଏବଂ ନବସୃଜନ ପାଇଁ ବିଶ୍ୱସ୍ତରରେ ପ୍ରଶଂସିତ ସମାଜ ପ୍ରତି ତାଙ୍କର ଦୃଷ୍ଟିକୋଣକୁ ପୂରଣ କରିବା ଏବଂ ତାଙ୍କର ମୂଲ୍ୟବୋଧକୁ ବଜାୟ ରଖିବା ଦିଗରେ ଆମ ସରକାର କାର୍ଯ୍ୟ ଜାରି ରଖିବ ଷ୍ଟାଚ୍ୟୁ ଅଫ୍ ପ୍ରସ୍ପରିଟିରୁ ଫଟୋ ଶେୟାର କରୁଛି, ଯାହାକୁ ୨୦୨୨ରେ ଉଦ୍ଘାଟନ କରିବାର ସୌଭାଗ୍ୟ ମୋତେ ମିଳିଥିଲା

 

 SR


(ରିଲିଜ ଆଡି: 2029148) ପରିଦର୍ଶକ କାଉଣ୍ଟର : 114