ଯୋଗାଯୋଗ ମନ୍ତ୍ରଣାଳୟ

ଆଜି ପୂର୍ବାହ୍ନ ୧୦ଟାରୁ ଟେଲିକମ୍ ସେବା ପାଇଁ ସ୍ପେକ୍ଟ୍ରମ୍ ନିଲାମ ଆରମ୍ଭ



ବିଭିନ୍ନ ବ୍ୟାଣ୍ଡରେ ମୋଟ ସ୍ପେକ୍ଟ୍ରମ୍ ନିଲାମ ହେଉଛି ୧୦,୫୨୨.୩୫ ମେଗାହର୍ଜ, ଯାହାର ସଂରକ୍ଷିତ ମୂଲ୍ୟ ୯୬,୨୩୮.୪୫ କୋଟି ଟଙ୍କା ରହିଛି


ନିଲାମ ପାଇଁ ଯିବାକୁ ଥିବା ସ୍ପେକ୍ଟ୍ରମ୍ ବ୍ୟାଣ୍ଡଗୁଡ଼ିକ ମଧ୍ୟରେ ରହିଛି - ୮୦୦ ମେଗାହର୍ଜ, ୯୦୦ ମେଗାହର୍ଜ, ୧୮୦୦ ମେଗାହର୍ଜ, ୨୧୦୦ ମେଗାହର୍ଜ, ୨୩୦୦ ମେଗାହର୍ଜ, ୨୫୦୦ ମେଗାହର୍ଜ, ୩୩୦୦ ମେଗାହର୍ଜ ଏବଂ ୨୬ ଗିଗାହର୍ଜ

Posted On: 25 JUN 2024 8:46AM by PIB Bhubaneshwar

ବର୍ତ୍ତମାନର ଟେଲିକମ୍ ସେବାକୁ ବଢ଼ାଇବା ଏବଂ ସେବାର ନିରନ୍ତରତା ବଜାୟ ରଖିବା ପାଇଁ ସରକାର ୨୫ ଜୁନ୍ ୨୦୨୪, ମଙ୍ଗଳବାର ସ୍ପେକ୍ଟ୍ରମ୍ ନିଲାମ କରିବେ। ସମସ୍ତ ନାଗରିକଙ୍କୁ ସୁଲଭ, ଅତ୍ୟାଧୁନିକ ଉଚ୍ଚମାନର ଟେଲିକମ୍ ସେବା ଯୋଗାଇ ଦେବା ପାଇଁ ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ଏହା କରାଯାଇଛି।

୨୦୨୪ ମାର୍ଚ୍ଚ ୮ ତାରିଖରେ ଟେଲିକମ୍ ବିଭାଗ ସ୍ପେକ୍ଟ୍ରମ୍ ନିଲାମ ଓ ନୋଟିସ୍ ଆହ୍ୱାନ ଆବେଦନ (ଏନ୍ଆଇଏ) ଆରମ୍ଭ କରିଥିଲା। ଯୋଗାଯୋଗ ମନ୍ତ୍ରଣାଳୟ ଘୋଷଣା କରିଛି ଯେ ଆଗାମୀ ନିଲାମରେ ନିମ୍ନଲିଖିତ ସ୍ପେକ୍ଟ୍ରମ୍ ବ୍ୟାଣ୍ଡଗୁଡିକ ନିଲାମ ପାଇଁ ରଖାଯିବ - ୮୦୦ ମେଗାହର୍ଜ, ୯୦୦ ମେଗାହର୍ଜ, ୧୮୦୦ ମେଗାହର୍ଜ, ୨୧୦୦ ମେଗାହର୍ଜ, ୨୩୦୦ ମେଗାହର୍ଜ, ୨୫୦୦ ମେଗାହର୍ଜ, ୩୩୦୦ ମେଗାହର୍ଜ ଏବଂ ୨୬ ଗିଗାହର୍ଜ ।

ବିଭିନ୍ନ ବ୍ୟାଣ୍ଡରେ ମୋଟ ସ୍ପେକ୍ଟ୍ରମ୍ ନିଲାମ ପରିମାଣ ୧୦,୫୨୨.୩୫ ମେଗାହର୍ଜ ରହିଛି ଯାହାର ସଂରକ୍ଷିତ ମୂଲ୍ୟ ୯୬,୨୩୮.୪୫ କୋଟି ଟଙ୍କା ରହିଛି।

 

 

Band

Total Spectrum put to Auction (In MHz)

No of LSAs where Spectrum is sold

Value of Spectrum at Reserve Price (In Crs)

800 MHz

118.75

19

21341.25

900 MHz

117.2

22

15619.6

1800 MHz

221.4

22

21752.4

2100 MHz

125

15

11810

2300 MHz

60

6

4430

2500 MHz

70

5

2300

3300 MHz

1110

22

16251.2

26 GHz

8700

21

2734

Total

10,522.35

 

96,238.45


ସ୍ପେକ୍ଟ୍ରମ୍ ନିଲାମର ମୁଖ୍ୟ ବିଷୟ:

  • ଏହି ନିଲାମରେ ମେସର୍ସ ଭାରତୀ ଏୟାରଟେଲ ଲିମିଟେଡ, ମେସର୍ସ ଭୋଡାଫୋନ ଆଇଡିଆ ଲିମିଟେଡ ଏବଂ ମେସର୍ସ ରିଲାଏନ୍ସ ଜିଓ ଇନଫୋକମ ଲିମିଟେଡ ଭଳି ତିନୋଟି ବିଡର ଅଂଶଗ୍ରହଣ କରିବେ ।
  • ନିଲାମ ପ୍ରକ୍ରିୟା:ଏହି ନିଲାମ ସାଇମଲଟାନିୟସ ମଲ୍ଟିପଲ୍ ରାଉଣ୍ଡ ଆସେଣ୍ଡିଂ (ଏସ୍ଏମ୍ଆରଏ) ଇ-ନିଲାମ ହେବ।
  • ସ୍ପେକ୍ଟ୍ରମ୍ ର ଅବଧି:ସ୍ପେକ୍ଟ୍ରମ୍ କୋଡ଼ିଏ (୨୦) ବର୍ଷ ପାଇଁ ପ୍ରଦାନ କରାଯିବ ।
  • ଦେୟ : ସଫଳ ନିଲାମକାରୀମାନଙ୍କୁ ୨୦ଟି ସମାନ ବାର୍ଷିକ କିସ୍ତିରେ ଦେୟ ଦେବାକୁ ଅନୁମତି ଦିଆଯିବ, ଯାହା ୮.୬୫% ସୁଧ ହାରରେ ଏନପିଭିକୁ ଉପଯୁକ୍ତ ଭାବେ ସୁରକ୍ଷିତ ରଖିବ ।
  • ସ୍ପେକ୍ଟ୍ରମ୍ ସମର୍ପଣ : ଏହି ନିଲାମ ମାଧ୍ୟମରେ ହାସଲ କରାଯାଇଥିବା ସ୍ପେକ୍ଟ୍ରମ୍ ସର୍ବନିମ୍ନ ଦଶ ବର୍ଷ ପରେ ସମର୍ପଣ କରାଯାଇପାରିବ।
  • ସ୍ପେକ୍ଟ୍ରମ୍ ବ୍ୟବହାର ଚାର୍ଜ : ଏହି ନିଲାମରେ ଅଧିଗ୍ରହଣ କରାଯାଇଥିବା ସ୍ପେକ୍ଟ୍ରମ୍ ପାଇଁ କୌଣସି ସ୍ପେକ୍ଟ୍ରମ୍ ବ୍ୟବହାର ଶୁଳ୍କ (ଏସୟୁସି) ରହିବ ନାହିଁ।
  • ବ୍ୟାଙ୍କ ଗ୍ୟାରେଣ୍ଟି :ସଫଳ ନିଲାମକାରୀଙ୍କୁ ଫାଇନାନ୍ସିଆଲ୍ ବ୍ୟାଙ୍କ ଗ୍ୟାରେଣ୍ଟି (ଏଫବିଜି) ଏବଂ ପରଫର୍ମାନ୍ସ ବ୍ୟାଙ୍କ ଗ୍ୟାରେଣ୍ଟି (ପିବିଜି) ଦାଖଲ କରିବାକୁ ପଡ଼ିବ ନାହିଁ।

ନିଲାମକାରୀଙ୍କୁ ଇ-ନିଲାମ ପ୍ଲାଟଫର୍ମ ସହ ପରିଚିତ କରାଇବା ପାଇଁ ୨୦୨୪ ଜୁନ୍ ୩, ୨୦୨୪ ଜୁନ୍ ୧୩ ଓ ୨୦୨୪ ଜୁନ୍ ୧୪ ରେ ମକ୍ ନିଲାମ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ସମୟରେ ନିଲାମକାରୀଙ୍କ ତଥ୍ୟରେ ଯେପରି କୌଣସି ତ୍ରୁଟି ନ ଥିବ ସେଥିପାଇଁ ୨୪ ଜୁନ୍ ୨୦୨୪ ସକାଳ ୯ଟା ରେ ନିଲାମ କ୍ୟାଟାଲଗ୍ ପ୍ରକାଶ ପାଇଥିଲା। ଜୁନ୍ ୨୫ ତାରିଖ ସକାଳ ୧୦ ଟାରୁ ସିଧା ନିଲାମ ଆରମ୍ଭ ହେବ।

ସ୍ପେକ୍ଟ୍ରମ୍ ନିଲାମର ଅଧିକ ବିବରଣୀ, ଅନ୍ୟାନ୍ୟ ବିଷୟ ସହିତ, ରିଜର୍ଭ ମୂଲ୍ୟ, ପ୍ରାକ୍ ଯୋଗ୍ୟତା ସର୍ତ୍ତ, ଅର୍ନେଷ୍ଟ ମନି ଡିପୋଜିଟ୍ (ଇଏମଡି), ନିଲାମ ନିୟମ ଇତ୍ୟାଦି ଏବଂ ଉପରୋକ୍ତ ଅନ୍ୟାନ୍ୟ ସର୍ତ୍ତାବଳୀ ଏନଆଇଏରେ ନିର୍ଦ୍ଦିଷ୍ଟ ହୋଇଛି ଯାହା ଡିଓଟି ୱେବସାଇଟ୍:https://dot.gov.in/spectrum ରେ ଉପଲବ୍ଧ କରାଯାଇପାରିବ ।

BS



(Release ID: 2028626) Visitor Counter : 11