ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କାଶୀର ଡ. ସମ୍ପୂର୍ଣ୍ଣାନନ୍ଦ ସ୍ପୋର୍ଟ୍ସ ଷ୍ଟାଡିୟମ କାମର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 18 JUN 2024 11:20PM by PIB Bhubaneswar

କାଶୀ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋଟିଏ ଦିନ ମଧ୍ୟରେ କିଶାନ ସମ୍ମାନ ନିଧି ପ୍ରଦାନ, ଗଙ୍ଗା ଆରତୀ ଏବଂ କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା ଆଦି ବ୍ୟସ୍ତ ବହୁଳ କାର୍ଯ୍ୟକ୍ରମ ଶେଷ କରିବା ପରେ ଅଚାନକ ବାରଣାସୀ ସ୍ପୋର୍ଟ୍ସ ଷ୍ଟାଡିୟମରେ ନିର୍ମାଣାଧୀନ ଡ. ସମ୍ପୂର୍ଣ୍ଣାନନ୍ଦ ସ୍ପୋର୍ଟ୍ସ ଷ୍ଟାଡିୟମର ନିର୍ମାଣ କାମ ସମୀକ୍ଷା କରିବାକୁ ଅଚାନକ ପହଞ୍ଚିଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“କାଶୀରେ ନିର୍ମାଣାଧୀନ ଡ. ସମ୍ପୂର୍ଣ୍ଣାନନ୍ଦ ସ୍ପୋର୍ଟ୍ସ ଷ୍ଟାଡିୟମର କାର୍ଯ୍ୟ ସମୀକ୍ଷା କଲି । କାଶୀର ଯୁବକମାନଙ୍କ ପାଇଁ ଏହି ଷ୍ଟାଡିୟମ ଏବଂ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ବେଶ୍ ଉପଯୋଗୀ ହେବ” ।

SR


(ରିଲିଜ ଆଡି: 2026421) ପରିଦର୍ଶକ କାଉଣ୍ଟର : 77