ଭୂବିଜ୍ଞାନ ମନ୍ତ୍ରଣାଳୟ

ଭାରତ ଷଷ୍ଠ ଦେଶ ଭାବେ ନିଜର ଗଭୀର ସମୁଦ୍ର ଅଭିଯାନ ଆରମ୍ଭ କରିବାକୁ ଯାଉଛି ବୋଲି ଡ. ଜିତେନ୍ଦ୍ର ସିଂହ କହିଛନ୍ତି।


୨୦୨୪ ସେପ୍ଟେମ୍ବର ସୁଦ୍ଧା ଗଭୀର ସମୁଦ୍ର ଅଭିଯାନର ପ୍ରଥମ ପର୍ଯ୍ୟାୟ ବନ୍ଦର ଟ୍ରେଲ୍ (୪୦-୫୦ ମିଟର)ର ଯୋଜନା କରାଯାଇଛି

ଗଭୀର ସମୁଦ୍ର ଅଭିଯାନ ଭାରତୀୟ ଅର୍ଥନୀତିର ସାମଗ୍ରିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବାର କ୍ଷମତା ରଖିଛି: କେନ୍ଦ୍ର ପୃଥିବୀ ବିଜ୍ଞାନ ମନ୍ତ୍ରୀ

Posted On: 16 JUN 2024 5:43PM by PIB Bhubaneshwar

କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ), ଭୂବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ), ପ୍ରଧାନମନ୍ତ୍ରୀ କାର୍ଯ୍ୟ।ଳୟ, ଆଣବିକ ଶକ୍ତି ବିଭାଗ ଏବଂ ମହାକାଶ ବିଭାଗ ଏବଂ ମହାକାଶ ଏବଂ କାର୍ମିକ, ଜନ ଅଭିଯୋଗ ଏବଂ ପେନସନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ଶନିବାର ନୂଆଦିଲ୍ଲୀରେ କହିଛନ୍ତି, "ନିଜର ଗଭୀର ସମୁଦ୍ର ଅଭିଯାନ କରିବାରେ ଭାରତ ଷଷ୍ଠ ଦେଶ ହେବାକୁ ଯାଉଛି।

ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ୧୦୦ ଦିନିଆ ଆକ୍ସନ ପ୍ଲାନ ଉପରେ ଆଲୋଚନା ପାଇଁ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କରି ଡ. ଜିତେନ୍ଦ୍ର ସିଂହ ଗଭୀର ସାଗର ମିଶନର ଅଗ୍ରଗତି କୁ ନେଇ ଗର୍ବ ଓ ଖୁସି ବ୍ୟକ୍ତ କରିଥିଲେ ଏବଂ ଏହି ସଫଳତା ହାସଲ କରିବାରେ ଭାରତ ଅଳ୍ପ କେତୋଟି ଦେଶ ମଧ୍ୟରେ ରହିଛି । ସମୁଦ୍ର ଉପରେ ନିର୍ଭରଶୀଳ ଲୋକଙ୍କୁ ସଶକ୍ତ କରିବା ଏବଂ ଜୀବିକା ପାଇଁ ଏହାର ଶକ୍ତିକୁ ସଶକ୍ତ କରିବା ପାଇଁ ଏକ ସ୍ଥିର ନୀଳ-ଅର୍ଥନୀତି ହାସଲ ଉପରେ ଧ୍ୟାନ ଦେବାକୁ ସେ ଅନୁଷ୍ଠାନଗୁଡ଼ିକୁ କହିଥିଲେ। ଗଭୀର ସମୁଦ୍ର ଅଭିଯାନର ରୂପରେଖ ଆଙ୍କିବା ବିଷୟରେ ସେ କହିଛନ୍ତି ଯେ ମିଶନ କେବଳ ଖଣିଜ ଅନୁସନ୍ଧାନ ରେ ସୀମିତ ନୁହେଁ ବରଂ ସମୁଦ୍ର ବିଜ୍ଞାନର ବିକାଶ ଏବଂ ଉଦ୍ଭିଦ ଓ ଜୀବଜନ୍ତୁଙ୍କ ଅନୁସନ୍ଧାନ ଏବଂ ସାମୁଦ୍ରିକ ଜୈବ ବିବିଧତାର ସଂରକ୍ଷଣ ଇତ୍ୟାଦି ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ।

ମହାସାଗରର ୬୦ ମିଟର ଗଭୀରରେ ପ୍ରବେଶ କରିପାରୁଥିବା ମତ୍ସ୍ୟୟାନ ୬୦ର ବିକାଶ ପାଇଁ ଜାତୀୟ ମହାସାଗର ପ୍ରଯୁକ୍ତି ବିଦ୍ୟା ସଂସ୍ଥାନ (ଏନ୍ଆଇଓଟି)ର ପ୍ରୟାସକୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଛନ୍ତି। ଏହାର ଅଗ୍ରଗତିର  ସମୀକ୍ଷା କରି ସେପ୍ଟେମ୍ବର ୨୦୨୪ ସୁଦ୍ଧା ବନ୍ଦର ପଥର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ପରବର୍ତ୍ତୀ ପରୀକ୍ଷଣ ୨୦୨୬ ସୁଦ୍ଧା ଶେଷ କରିବେ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସହଯୋଗରେ 'ଟାଇଟେନିୟମ ହଲ୍' ବିକଶିତ କରି ଅତ୍ୟଧିକ ଚାପକୁ ସଫଳତାର ସହ ମୁକାବିଲା କରିବା ପାଇଁ କାର୍ଯ୍ୟ କରିଥିବାରୁ ଡ. ଜିତେନ୍ଦ୍ର ସିଂହ ସେମାନଙ୍କୁ ପ୍ରଶଂସା କରିଥିଲେ। ସେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଏବଂ ୭୨ ଘଣ୍ଟା ପର୍ଯ୍ୟନ୍ତ ପାଣି ଭିତରେ ରହିବା ପାଇଁ 'ସେଲ୍ଫ ଫ୍ଲୋଟେସନ୍' ଟେକ୍ନୋଲୋଜିର ବିକାଶ ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ। ୪ ଘଣ୍ଟା ଅବତରଣର କରିବା ପ୍ରଗତି ସମ୍ବ ସମ୍ଵନ୍ଧୀତ ଆଲୋଚନା ଏହାର ମୁଖ୍ୟ ଆଲୋଚନା ଥିଲା ।

ଭାରତୀୟ ସାଗର ଶଯ୍ୟାରେ ଧାତବ ଓ ପଲି ମେଟାଲିକ୍ ନୋଡ୍ୟୁଲ୍ ର ଅନୁସନ୍ଧାନ ଓ ଆବିଷ୍କାର, ଉଦ୍ଭିଦ ଓ ଜୀବଜନ୍ତୁ, ଗଭୀର ସମୁଦ୍ର ଅନୁସନ୍ଧାନ, ବିରଳ ପୃଥିବୀ ଧାତୁ ବାଣିଜ୍ୟିକ ଶୋଷଣ, ଧାତୁ ଓ ପଲି ମେଟାଲିକ୍ ନୋଡ୍ୟୁଲ୍ ର ଅନୁସନ୍ଧାନ ଓ ଆବିଷ୍କାର ଉପରେ ଏହି ଅଭିଯାନର ବହୁଗୁଣା ପ୍ରଭାବ ଉପରେ ଆଲୋକପାତ କରି ଡ. ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଗଭୀର ସମୁଦ୍ର ଅଭିଯାନ ଭାରତୀୟ ଅର୍ଥନୀତିର ସାମଗ୍ରିକ ଅଭିବୃଦ୍ଧିରେ ବହୁପରିମାଣରେ ଯୋଗଦାନ ଦେବାର ସମ୍ଭାବନା ରହିଛି। ସ୍ୱଦେଶୀ ଜ୍ଞାନକୌଶଳ ଏବଂ ସାମର୍ଥ୍ୟ ବିକଶିତ କରିବା ଏବଂ ଭାରତର ନିର୍ଭରତାକୁ ହ୍ରାସ କରିବାକୁ ସେ ବୈଜ୍ଞାନିକ ଏବଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଏବଂ ଉତ୍ସାହିତ କରିଥିଲେ ।

ବୈଠକରେ ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ଡକ୍ଟର ଏମ୍ ରବି ଚନ୍ଦ୍ରନଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

****

NS/SLP

 



(Release ID: 2026042) Visitor Counter : 17