ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜି-୭ ଶିଖର ବୈଠକ ପୃଷ୍ଠଭୂମିରେ ଇଟାଲି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Posted On: 14 JUN 2024 11:50PM by PIB Bhubaneshwar

 


ଇଟାଲିର ଅପୁଲିଆଠାରେ ଚାଲିଥିବା ଜି-୭ ଶିଖର ବୈଠକ ପୃଷ୍ଠଭୂମିରେ ଆଜି ଇଟାଲି ପ୍ରଧାନମନ୍ତ୍ରୀ ଜିଓରଜିଆ ମେଲୋନୀଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାକ୍ଷାତ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମେଲୋନୀ ନରେନ୍ଦ୍ର ମୋଦୀ ଲାଗାତାର ତୃତୀୟ ଥର ଭାରତର ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ । ଜି-୭ ଆଉଟ୍ ରିଚ୍ ଶିଖର ସମ୍ମିଳନୀରେ ଯୋଗ ତାଙ୍କୁ ନିମନ୍ତ୍ରଣ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଇଟାଲି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏଥି ସହିତ ଏହି ଶିଖର ସମ୍ମିଳନୀକୁ ସଫଳତାର ସହ ସଂପାଦନ କରିଥିବାରୁ ତାଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।
ଉଭୟ ନେତା ସନ୍ତୋଷ ବ୍ୟକ୍ତ କରି ଉଲ୍ଲେଖ କରିଥିଲେ ଯେ ନିୟମିତ ବ୍ୟବଧାନରେ ଦୁଇ ଦେଶର ଶୀର୍ଷ ନେତୃବର୍ଗଙ୍କ ମଧ୍ୟରେ ରାଜନୈତିକ ଆଲୋଚନା ହେବା ଏବଂ ଭାରତ- ଇଟାଲି ରଣନୀତିକ ସହଭାଗିତାକୁ ଆଗକୁ ଆଗେଇ ନେବା ପ୍ରଶଂସନୀୟ ପ୍ରୟାସ । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ଓ ଆର୍ଥିକ ସହଯୋଗ ବୃଦ୍ଧିରେ ସନ୍ତୋଷ ବ୍ୟକ୍ତ କରି ସେମାନେ ବ୍ୟବସାୟିକ ସମ୍ପର୍କକୁ ସ୍ୱଚ୍ଛ ଇନ୍ଧନ ଓ ଉତ୍ପାଦନ, ମହାକାଶ, ବିଜ୍ଞାନ ଓ ପ୍ରଯୁକ୍ତି, ଟେଲିକମ୍‌, କୃତ୍ରିମ ବୁଦ୍ଧିମତ୍ତା ଓ ଗୁରୁତ୍ୱପୂର୍ଣ୍ଣ ଖଣିଜଦ୍ରବ୍ୟର ନିରବଚ୍ଛିନ୍ନ ଯୋଗାଣ ଚେନ୍ ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ମର୍ମରେ, ସେମାନେ ନିକଟରେ ଶିଳ୍ପ ସମ୍ପତ୍ତି ଅଧିକାର (ଆଇପିଆର) ଘେନି ଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର (ଏମଓୟୁ)କୁ ସ୍ୱାଗତ କରିବା ସହ ଏହା ପାଟେଣ୍ଟ୍‌, ଡିଜାଇନ୍ ଓ ଟ୍ରେଡମାର୍କ କ୍ଷେତ୍ରରେ ସହଯୋଗର ଢାଞ୍ଚା ଗଠନର ପୃଷ୍ଠଭୂମି ଯୋଗାଇବ ବୋଲି ଉଲ୍ଲେଖ କରିଥିଲେ ।
ଦୁଇ ପକ୍ଷ ଦ୍ୱିପାକ୍ଷିକ ପ୍ରତିରକ୍ଷା ଓ ନିରାପତ୍ତା ସହଯୋଗ ଉପରେ ଆଲୋଚନା କରିବା ସହିତ ଆଶା ବ୍ୟକ୍ତ କରିଛନ୍ତି ଯେ ଆଗାମୀ ଦିନରେ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ଭାରତ ଓ ଇଟାଲି ମଧ୍ୟରେ ସହଯୋଗକୁ ଆହୁରି ବ୍ୟାପକ କରାଯିବ । ଇଟାଲିର ଯୁଦ୍ଧବିମାନବାହୀ ପୋତ ଆଇଟିଏସ କାଭୋର ଏବଂ ଆଇଟିଏସ ଭେସପୁସି ତାଲିମ ଜାହାଜ ଚଳିତ ବର୍ଷ ଆଗାମୀ ଦିନରେ ଭାରତ ଉପକୂଳକୁ ଭ୍ରମଣରେ ଆସିବାକୁ ସେମାନେ ସ୍ୱାଗତ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧା ସମୟରେ ଭାରତୀୟ ସେନାଙ୍କ ଇଟାଲିଆନ୍ ଅଭିଯାନକୁ ଇଟାଲି ସରକାରଙ୍କ ସ୍ୱୀକୃତି ପ୍ରଦାନ ନିମନ୍ତେ ପ୍ରଧାନମନ୍ତ୍ରୀ ଇଟାଲି ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ସୂଚାଇଥିଲେ ଯେ ଇଟାଲିର ମୋଣ୍ଟୋନଠାରେ ଥିବା ୟଶୱନ୍ତ ଘଡ଼ସେ ସ୍ମାରକୀକୁ ଭାରତ ଆହୁରି ଉନ୍ନତ କରିବ ।
‘ବୈଶ୍ୱିକ ଜୈବ ଇନ୍ଧନ ସହଯୋଗୀତା’ ଅଧୀନରେ ସହଭାଗୀତା ସମ୍ପର୍କରେ ଉଲ୍ଲେଖ କରି ଉଭୟ ନେତା ଶକ୍ତି ପର୍ଯ୍ୟାନ୍ତରଣ ସହଯୋଗ ରାଜିନାମା ସ୍ୱାକ୍ଷରକୁ ସେମାନେ ସ୍ୱାଗତ କରିଥିଲେ । ଏହା ସ୍ୱଚ୍ଛ ଓ ସବୁଜ ଶକ୍ତି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ଯୋଗାଇବ । ୨୦୨୫-୨୭ ନୂତନ କାର୍ଯ୍ୟନିର୍ବାହୀ କାର୍ଯ୍ୟକ୍ରମ ସହଯୋଗିତାରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଯୁଗ୍ମ ଗବେଷଣା ଓ ବିକାଶକୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି ମତ ପୋଷଣ କରିଛନ୍ତି ।
ଦୁଇ ଦେଶ ମଧ୍ୟରେ ଜନ- ଜନ ମଧ୍ୟରେ ସୁଦୃଢ଼ ସମ୍ପର୍କ ରହିଆସିଛି ଯାହାକି ଭାରତରେ ଦୀର୍ଘ ଦିନରୁ କରାଯାଇ ଆସୁଥିବା ଭାରତୀୟ ସଂସ୍କୃତି ସମ୍ପର୍କର ଅଧ୍ୟୟନରୁ ସ୍ପଷ୍ଟ ସୂଚନା ମିଳେ । ଏବେ ମିଲାନ ବିଶ୍ୱବିଦ୍ୟାଳୟରେ ଭାରତୀୟ ସଂସ୍କୃତି ସମ୍ପର୍କରେ ଅଧ୍ୟୟନ ନିମନ୍ତେ ପ୍ରଥମ ଥର ପାଇଁ ଆଇସିସିଆର ଚେୟାର ସ୍ଥାପନ କରାଯାଇଛି ଯାହାକି ଦୁଇ ଦେଶର ସମ୍ପର୍କକୁ ଆହୁରି ସୁଦୃଢ଼ କରିବ । ଦୁଇ ନେତା ଦେଶାନ୍ତରଣ ଏବଂ ଚଳନ ରାଜିନାମାକୁ ଯଥା ଶୀଘ୍ର ପ୍ରବର୍ତ୍ତନ କରାଯିବା ନିମନ୍ତେ ଆହ୍ୱାନ ଜଣାଇଥିଲେ । ଏହା ପେଶାଦାର, କୁଶଳୀ ଏବଂ ଅର୍ଦ୍ଧ- କୁଶଳୀ ଶ୍ରମିକ, ଛାତ୍ରଛାତ୍ରୀ ଏବଂ ଗବେଷକଙ୍କ ପରସ୍ପର ଦେଶ ଭ୍ରମଣକୁ ଅଧିକ ସୁବିଧା ଯୋଗାଇବ ।
ଉଭୟ ନେତା ଭାରତ- ପ୍ରଶାନ୍ତ ମହାସାଗରୀୟ ଉପକ୍ରମ ଢାଞ୍ଚା ଅଧୀନରେ ଯୁଗ୍ମ କାର୍ଯ୍ୟକ୍ରମ ପ୍ରବର୍ତ୍ତନ ନିମନ୍ତେ ଦୃଢ଼ ଆଶା ପୋଷଣ କରିଛନ୍ତି ଯାହାକି ସେମାନଙ୍କର ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ମୁକ୍ତ ଓ ସ୍ୱାଧୀନ ସହଭାଗୀ ପରିକଳ୍ପନାକୁ ସାକାର କରିବ । ଏହି ଅବସରରେ ସେମାନେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରୀୟ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ଏବଂ ବୈଶ୍ୱିକ ଓ ବହୁପକ୍ଷିୟ ଉପକ୍ରମ ଯଥା ଭାରତ- ମଧ୍ୟପ୍ରାଚ୍ୟ- ୟୁରୋପୀୟ ଆର୍ଥିକ କରିଡୋର ଭଳି ଉପକ୍ରମରେ ସହଯୋଗ କରି ଏହାକୁ ସୁଦୃଢ଼ କରିବା ସକାଶେ ସହମତ ପ୍ରକଟ କରିଛନ୍ତି ।


SS



(Release ID: 2025562) Visitor Counter : 25