ଇସ୍ପାତ ମନ୍ତ୍ରଣାଳୟ
ଏଚ୍.ଡି. କୁମାରସ୍ୱାମୀ ଇସ୍ପାତ ମନ୍ତ୍ରଣାଳୟର ଦାୟିତ୍ୱ ନେଲେ
Posted On:
11 JUN 2024 8:08PM by PIB Bhubaneshwar
ଶ୍ରୀ ଏଚ୍.ଡି. କୁମାରସ୍ୱାମୀ ଆଜି ଉଦ୍ୟୋଗ ଭବନରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ଭାରୀ ଉଦ୍ୟୋଗ ମନ୍ତ୍ରୀ ଥିଲେ । ଏହି ବିଭାଗ ସହ ଅତିରିକ୍ତ ଦାୟିତ୍ୱ ଭାବେ ସେ ଇସ୍ପାତ ମନ୍ତ୍ରାଳୟର ଦାୟିତ୍ୱ ନେଇଛନ୍ତି ।
ଏହି ଅବସରରେ ଇସ୍ପାତ ମନ୍ତ୍ରଣାଳୟର ସଚିବ ଶ୍ରୀ ନଗେନ୍ଦ୍ର ନାଥ ସିହ୍ନା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।
ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଏଚ୍.ଡି. କୁମାରସ୍ୱାମୀ ଦେଶର ଜିଡିପିରେ ନିଶ୍ଚିତ ଅଭିବୃଦ୍ଧିକୁ ଲକ୍ଷ୍ୟ ରଖି ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ତାଙ୍କର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଆହୁରିମଧ୍ୟ କହିଥିଲେ ଯେ, “ସମଗ୍ର ଦେଶର ସମୃଦ୍ଧ ଅଭିବୃଦ୍ଧି ପାଇଁ ଆମେ ନିରନ୍ତର କାର୍ଯ୍ୟ କରିବୁ ।”
କେନ୍ଦ୍ର ମନ୍ତ୍ରୀଙ୍କୁ ଇସ୍ପାତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ସୂଚନା ଦେଇଥିଲେ ଏବଂ ସେମାନଙ୍କର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା ।
SR
(Release ID: 2024496)
Visitor Counter : 71