ଇସ୍ପାତ ମନ୍ତ୍ରଣାଳୟ
azadi ka amrit mahotsav

ଏଚ୍‌.ଡି. କୁମାରସ୍ୱାମୀ ଇସ୍ପାତ ମନ୍ତ୍ରଣାଳୟର ଦାୟିତ୍ୱ ନେଲେ

ପୋଷ୍ଟ କରାଯିବା ଦିନାଙ୍କ: 11 JUN 2024 8:08PM by PIB Bhubaneswar

ଶ୍ରୀ ଏଚ୍.ଡି. କୁମାରସ୍ୱାମୀ ଆଜି ଉଦ୍ୟୋଗ ଭବନରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପୂର୍ବରୁ ସେ ଭାରୀ ଉଦ୍ୟୋଗ ମନ୍ତ୍ରୀ ଥିଲେ ଏହି ବିଭାଗ ସହ ଅତିରିକ୍ତ ଦାୟିତ୍ୱ ଭାବେ ସେ ଇସ୍ପାତ ମନ୍ତ୍ରାଳୟର ଦାୟିତ୍ୱ ନେଇଛନ୍ତି

ଏହି ଅବସରରେ ଇସ୍ପାତ ମନ୍ତ୍ରଣାଳୟର ସଚିବ ଶ୍ରୀ ନଗେନ୍ଦ୍ର ନାଥ ସିହ୍ନା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଏଚ୍.ଡି. କୁମାରସ୍ୱାମୀ ଦେଶର ଜିଡିପିରେ ନିଶ୍ଚିତ ଅଭିବୃଦ୍ଧିକୁ ଲକ୍ଷ୍ୟ ରଖି ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ତାଙ୍କର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ ସେ ଆହୁରିମଧ୍ୟ କହିଥିଲେ ଯେ, “ସମଗ୍ର ଦେଶର ସମୃଦ୍ଧ ଅଭିବୃଦ୍ଧି ପାଇଁ ଆମେ ନିରନ୍ତର କାର୍ଯ୍ୟ କରିବୁ

କେନ୍ଦ୍ର ମନ୍ତ୍ରୀଙ୍କୁ ଇସ୍ପାତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ସୂଚନା ଦେଇଥିଲେ ଏବଂ ସେମାନଙ୍କର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା

 

 SR


(ରିଲିଜ ଆଡି: 2024496) ପରିଦର୍ଶକ କାଉଣ୍ଟର : 93