ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ଆଜି ନୂଆଦିଲ୍ଲୀର ନର୍ଥ ବ୍ଲକରେ କେନ୍ଦ୍ର ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଶ୍ରୀ ଅମିତ ଶାହା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗୃହ ମନ୍ତ୍ରଣାଳୟ ସର୍ବଦା ଦେଶ ଏବଂ ଏହାର ଜନସାଧାରଣଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ରହିବ - ଶ୍ରୀ ଅମିତ ଶାହା

ମୋଦୀ ୩.୦ ଭାରତର ସୁରକ୍ଷା ପାଇଁ ନିଜର ପ୍ରୟାସକୁ ପରବର୍ତ୍ତୀ ସ୍ତରକୁ ନେଇଯିବେ ଏବଂ ଆତଙ୍କବାଦ, ବିଦ୍ରୋହ ଏବଂ ନକ୍ସଲବାଦ ବିରୋଧରେ ଭାରତକୁ ଦୃଢ଼ ଶକ୍ତି ଭାବରେ ଗଢ଼ି ତୋଳିବେ

କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଆଜି ଜାତୀୟ ପୋଲିସ ସ୍ମାରକୀରେ ସହିଦ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

प्रविष्टि तिथि: 11 JUN 2024 5:40PM by PIB Bhubaneshwar

 

ଶ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀର ନର୍ଥ ବ୍ଲକରେ କେନ୍ଦ୍ର ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । 'ଏକ୍ସ' ରେ ଏକ ପୋଷ୍ଟ କରି ଶ୍ରୀ ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗୃହ ମନ୍ତ୍ରଣାଳୟ ସର୍ବଦା ଦେଶ ଏବଂ ଏହାର ଲୋକଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ରହିବ। କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ମୋଦୀ ୩.୦ ଭାରତର ସୁରକ୍ଷା ପାଇଁ ନିଜର ପ୍ରୟାସକୁ ପରବର୍ତ୍ତୀ ସ୍ତରକୁ ନେଇଯିବେ ଏବଂ ଆତଙ୍କବାଦ, ବିଦ୍ରୋହ ଏବଂ ନକ୍ସଲବାଦ ବିରୋଧରେ ଭାରତକୁ ଏକ ଦୃଢ଼ ଶକ୍ତି ଭାବରେ ଗଢ଼ିତୋଳିବେ।

ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜାତୀୟ ପୁଲିସ ସ୍ମାରକୀଠାରେ ସହିଦ ପୁଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦେଶର ସମ୍ମାନ ରକ୍ଷା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ଆମ ପୋଲିସ ବାହିନୀର ସହିଦମାନଙ୍କୁ ସ୍ମରଣ କରିବା ଉଚିତ ଯେଉଁମାନଙ୍କ ବଳିଦାନର ଗାଥା ଦେଶପ୍ରେମର ଉତ୍ସାହକୁ ସବୁଦିନ ପାଇଁ ଅମର କରିଦେଇଛି ବୋଲି ସେ କହିଛନ୍ତି ।

 

HS


(रिलीज़ आईडी: 2024421) आगंतुक पटल : 147
इस विज्ञप्ति को इन भाषाओं में पढ़ें: Khasi , English , Urdu , Marathi , हिन्दी , Hindi_MP , Manipuri , Punjabi , Gujarati , Telugu , Kannada , Malayalam