ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଶୁଭେଚ୍ଛା


ଶ୍ରୀଲଙ୍କା ସହ ଭାରତର ଦୃଢ଼ ସମ୍ପର୍କ ରକ୍ଷାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ ମୋଦି

ଭିଜନ ଡକ୍ୟୁମେଣ୍ଟକୁ କାର୍ଯ୍ୟକାରୀ ପାଇଁ ଦୁଇ ନେତାଙ୍କ ସିଦ୍ଧାନ୍ତ

ପୋଷ୍ଟ କରାଯିବା ଦିନାଙ୍କ: 05 JUN 2024 10:19PM by PIB Bhubaneshwar

ଶ୍ରୀଲଙ୍କାର ରାଷ୍ଟ୍ରପତି ଏଚ.ଇ. ରଣିଲ ବିକ୍ରମାସିଘେଂ ଫୋନ୍ ଯୋଗେ ପ୍ରଧାନେମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବା ସହ ତାଙ୍କୁ ନିର୍ବାଚନରେ ଐତିହାସିକ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି

ଶୁଭେଚ୍ଛା ପାଇଁ ରାଷ୍ଟ୍ରପତି ବିକ୍ରମାସିଘେଂଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଧନ୍ୟବାଦ ଜଣାଇଥିଲେ ଭାରତର ‘ପଡ଼ୋଶୀ ପ୍ରଥମ’ ଏବଂ ‘ସାଗର ଭିଜନ’ ନୀତି ଅନୁସାରେ ଶ୍ରୀଲଙ୍କା ସହ ଦୃଢ଼ ସମ୍ପର୍କ ରକ୍ଷା ସକାଶେ ଭାରତର ପ୍ରତିବଦ୍ଧତାକୁ ମୋଦି ଦୋହରାଇଥିଲେ

୨୦୨୩ ଜୁଲାଇ ମାସରେ ଭାରତକୁ ରାଷ୍ଟ୍ରପତି ବିକ୍ରମାସିଘେଂଙ୍କ ଗସ୍ତ ଅବସରରେ ପ୍ରସ୍ତୁତ ହୋଇଥିବା ଭିଜନ ଡକ୍ୟୁମେଣ୍ଟକୁ କାର୍ଯ୍ୟକାରୀ କରିବା ଦିଗରେ ହୋଇଥିବା ଅଗ୍ରସର ନେଇ ଦୁଇ ନେତା ଆଲୋଚନା କରିଥିଲେ ବିଶେଷ କରି ପାରସ୍ପରିକ ଅଭିବୃଦ୍ଧି, ବିକାଶ ସମୃଦ୍ଧି ଆଦି କ୍ଷେତ୍ରରେ ସହଯୋଗର ଅଗ୍ରଗତିକୁ ତ୍ୱରାନ୍ୱିତ କରିବାକୁ ଦୁଇ ନେତା ନିଜର ପ୍ରତିବଦ୍ଧତାକୁ ଦେହରାଇଥିଲେ   

  SR


(ରିଲିଜ ଆଡି: 2023005) ପରିଦର୍ଶକ କାଉଣ୍ଟର : 102