ପ୍ରତିରକ୍ଷା ମନ୍ତ୍ରଣାଳୟ
ଜାତିସଂଘ ଶାନ୍ତି ରକ୍ଷାର ୭୬ତମ ଅନ୍ତର୍ଜାତୀୟ ଦିବସ ପାଳନ କଲା ଭାରତୀୟ ସେନା
ପୋଷ୍ଟ: ପିଆଇବି ଦିଲ୍ଲୀ ଦ୍ୱାରା ୨୯ ମଇ ୨୦୨୪ ଅପରାହ୍ନ ୨:୪୫
Posted On:
29 MAY 2024 2:45PM by PIB Bhubaneshwar
ନୂଆଦିଲ୍ଲୀସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସହିଦ ସାଥୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଭାରତୀୟ ସେନା ଆଜି ଜାତିସଂଘର ୭୬ତମ ଅନ୍ତର୍ଜାତୀୟ ଶାନ୍ତି ଦିବସ ପାଳନ କରିଛି। ଲେଫ୍ଟନାଣ୍ଟ ଜେନେରାଲ ରାକେଶ କପୁର, ଡେପୁଟି ଚିଫ୍ ଅଫ୍ ଦି ଆର୍ମି ଷ୍ଟାଫ୍ (ସୂଚନା ପ୍ରଣାଳୀ ଏବଂ ସମନ୍ୱୟ), ଜାତିସଂଘ ସଂଗଠନର ଅଧିକାରୀ, ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର କର୍ମଚାରୀମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ୧୯୪୮ ମସିହାରେ ପ୍ରଥମ ଜାତିସଂଘ ଶାନ୍ତି ରକ୍ଷା ମିଶନ "ସଂଯୁକ୍ତ ରାଷ୍ଟ୍ର ଯୁଦ୍ଧ ବିରାମ ପର୍ଜ୍ୟବେକ୍ଷଣ ସଂଗଠନ(UNTSO )" ପାଲେଷ୍ଟାଇନରେ କାର୍ଯ୍ୟ ଆରମ୍ଭ କରିଥିଲା।
ଜାତିସଂଘ ଶାନ୍ତି ରକ୍ଷା ମିଶନରେ ସେବା କରିଥିବା/କାର୍ଯ୍ୟ କରୁଥିବା ପୁରୁଷ ଓ ମହିଳାଙ୍କ ବୃତ୍ତିଗତତା, ସମର୍ପଣ ଓ ସାହସକୁ ପ୍ରତିବର୍ଷ ଏହି ଦିବସରେ ଜାତିସଂଘ ଏବଂ ବିଶ୍ୱର ବିଭିନ୍ନ ଦେଶ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥାନ୍ତି । ଶାନ୍ତି ପାଇଁ ଯେଉଁମାନେ ନିଜ ଜୀବନ କୁ ବଳିଦାନ ଦେଇଛନ୍ତି ସେମାନଙ୍କ ବଳିଦାନର ସ୍ମୃତିକୁ ମଧ୍ୟ ଏହି ଦିବସ ସମ୍ମାନିତ କରିଥାଏ ।
ମିଳିତ ଜାତିସଂଘର ଶାନ୍ତିରକ୍ଷା ଅଭିଯାନରେ ଭାରତର ଅବଦାନର ଏକ ସମୃଦ୍ଧ ପରମ୍ପରା ରହିଛି ଏବଂ ଏହା ସୈନ୍ୟମାନଙ୍କର ସବୁଠାରୁ ବଡ଼ ଯୋଗଦାନ ଦେଉଥିବା ବେଶ କାରୀ ମାନଙ୍କ ମଧ୍ୟରୁ ଅନ୍ୟତମ । ଶାନ୍ତି ରକ୍ଷା ଅଭିଯାନରେ ଭାରତ ପାଖାପାଖି ୨,୮୭,୦୦୦ ସୈନିକଙ୍କ ସେବା ପ୍ରଦାନ କରିଛି। ଭାରତୀୟ ସେନା ର ଯବାନମାନେ କଠିନ, ଆହ୍ୱାନପୂର୍ଣ୍ଣ ଭୂମି ଏବଂ ଅପରେସନ୍ ପରିସ୍ଥିତିରେ କାର୍ଯ୍ୟ କରୁଛନ୍ତି ଏବଂ ଜାତିସଂଘର ଆଦେଶକୁ ବଜାୟ ରଖିବା ପାଇଁ ସର୍ବୋଚ୍ଚ ବଳିଦାନ ଦେବା ପର୍ଯ୍ୟନ୍ତ ଦୃଷ୍ଟାନ୍ତମୂଳକ ସାହସ ଏବଂ ବୀରତ୍ୱ ପ୍ରଦର୍ଶନ କରିଛନ୍ତି । ସୂଚନାଯୋଗ୍ୟ, ସମଗ୍ର ବିଶ୍ୱରେ ଶାନ୍ତି ସୁନିଶ୍ଚିତ କରିବା ପାଇଁ ଭାରତୀୟ ସେନାର ୧୬୦ ଜଣ ଯବାନ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି। ବର୍ତମାନ ଭାରତୀୟ ସଶସ୍ତ୍ର ବାହିନୀ ୯ଟି ଦେଶ ଯଥା ୟୁଏନଡିଓଏଫ, ୟୁନିଫିଲ, ୟୁଏନଏସଓ, ୟୁଏନଏଫଆଇଆଇପି, ମନୁସ୍କୋ, ୟୁଏନଏମଆଇଏସଏସ, ୟୁନିଫସା, ଏମଆଇଏନଏସସିଏ ଏବଂ ମିନୁରସୋରେ ନିୟୋଜିତ ଅଛନ୍ତି ।
ଜାତିସଂଘ, ଆୟୋଜକ ରାଷ୍ଟ୍ର ଏବଂ ସହଯୋଗୀ ରାଷ୍ଟ୍ରମାନଙ୍କ ର ସାମର୍ଥ୍ୟ ବିକାଶକ୍ଷେତ୍ରରେ ଭାରତ ସବୁଠୁ ଆଗରେ ରହିଛି । ଚତୁର ଏବଂ ନମନୀୟ ୟୁନିଟ୍, ଶାନ୍ତିରକ୍ଷା ପ୍ରଶିକ୍ଷଣ, ଲଜିଷ୍ଟିକ୍ ସହାୟତା, ଲିଙ୍ଗଗତ ସମାନତା ବୃଦ୍ଧି ଏବଂ ବୈଷୟିକ ଉନ୍ନତିରେ ଯୋଗଦାନ ଦେଇ ଜାତିସଂଘର ପଦକ୍ଷେପକୁ ସମର୍ଥନ କରିବାକୁ ଭାରତ ସର୍ବଦା ପ୍ରୟାସ କରିଆସିଛି । ପ୍ରଶିକ୍ଷଣ, ଭିତ୍ତିଭୂମି ବିକାଶ ଏବଂ ବେସାମରିକ ସାମରିକ ସମନ୍ୱୟ (ସିଆଇଆଇସି) କାର୍ଯ୍ୟକଳାପ ପ୍ରଦାନ କରି ଭାରତ ଆୟୋଜକ ରାଷ୍ଟ୍ରର ଦକ୍ଷତା ବିକାଶ ପାଇଁ ସକ୍ରିୟ ସହାୟତା ପ୍ରଦାନ କରିଛି । ଏହାବ୍ୟତୀତ ଜାତିସଂଘର ବିଭିନ୍ନ ମିଶନରେ ଭାରତୀୟ ସେନାର ଭେଟେରିନାରୀ ଟିମ୍ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ସୁଦାନର ପ୍ରାଣୀ ଚିକିତ୍ସା ବିଭାଗର କମାଣ୍ଡର ଲେଫ୍ଟନାଣ୍ଟ କର୍ଣ୍ଣେଲ ଗୁରପ୍ରୀତ ସିଂହ ବାଲି ଙ୍କ ଦ୍ୱାରା ଆବିଏଇରେ ପଶୁପକ୍ଷୀଙ୍କ ସ୍ୱାସ୍ଥ୍ୟରେ ଉଲ୍ଲେଖନୀୟ ଉନ୍ନତି ଆଣିବା ପାଇଁ କରାଯାଇଥିବା ପ୍ରୟାସକୁ ଜାତିସଂଘ ମୁଖ୍ୟାଳୟ ପ୍ରଶଂସା କରିଛି।
ଶାନ୍ତି ରକ୍ଷା ଅଭିଯାନରେ ବିଶେଷ ପ୍ରଶିକ୍ଷଣ ଦେବା ପାଇଁ ଭାରତୀୟ ସେନା ନୂଆଦିଲ୍ଲୀରେ ଏକ ସେଣ୍ଟର ଫର ୟୁଏନ ପିକିସିଂ (ସିୟୁଏନପିକେ) ପ୍ରତିଷ୍ଠା କରିଛି । ଏହି କେନ୍ଦ୍ର ପ୍ରତିବର୍ଷ ୧୨ ହଜାରରୁ ଅଧିକ ସୈନିକଙ୍କୁ ପ୍ରଶିକ୍ଷଣ ଦେଉଛି। ସିୟୁଏନପିକେ ସମ୍ଭାବ୍ୟ ଶାନ୍ତିରକ୍ଷୀ ଏବଂ ପ୍ରଶିକ୍ଷକଙ୍କ ପାଇଁ କଣ୍ଟିଜେଣ୍ଟ ତାଲିମଠାରୁ ଆରମ୍ଭ କରି ଜାତୀୟ ଏବଂ ଅନ୍ତର୍ଜାତୀୟ ପାଠ୍ୟକ୍ରମ ପର୍ଯ୍ୟନ୍ତ ଅନେକ କାର୍ଯ୍ୟକଳାପ କରିଥାଏ । ଏଥିରେ ଶ୍ରେଷ୍ଠ ପ୍ରଶିକ୍ଷଣ ପାଇଁ ବିଦେଶୀ ପ୍ରତିନିଧିଦଳ ମଧ୍ୟ ଆୟୋଜନ କରାଯାଇଥାଏ। ମିଳିତ ଜାତିସଂଘର ଶାନ୍ତି ରକ୍ଷା ପ୍ରଶିକ୍ଷଣ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ର ଏକ ଅଂଶ ଭାବରେ କେନ୍ଦ୍ର ନିୟମିତ ଭାବରେ ବନ୍ଧୁ ବିଦେଶକୁ ମୋବାଇଲ ପ୍ରଶିକ୍ଷଣ ଦଳ ପଠାଇଥାଏ । ଏହି ଅନୁଷ୍ଠାନ ଗତ ଦୁଇ ଦଶନ୍ଧି ମଧ୍ୟରେ ଅଭିଜ୍ଞତା ଏବଂ ସର୍ବୋତ୍ତମ ଅଭ୍ୟାସର ଏକ ଉତ୍କର୍ଷ କେନ୍ଦ୍ର ଏବଂ ଭଣ୍ଡାର ଭାବରେ ବିକଶିତ ହୋଇଛି ।
ମିଳିତ ଜାତିସଂଘ ମିଶନରେ ଭାରତୀୟ ଦଳର କାର୍ଯ୍ୟଦକ୍ଷତା ଏବଂ ସ୍ଥାୟୀତା ସୁନିଶ୍ଚିତ କରିବା ପାଇଁ ଭାରତୀୟ ସେନା ଅତ୍ୟାଧୁନିକ ଉପକରଣ ଏବଂ ଯାନ ମୁତୟନ କରିଛି। ଏହି ଯାନ ଏବଂ ଉପକରଣଭାରତରେ ନିର୍ମିତ ଏବଂ ମିଶନ ଅଞ୍ଚଳରେ ଦୁର୍ଗମ ଅଞ୍ଚଳ, ପାଣିପାଗ ଏବଂ ପରିଚାଳନା ପରିସ୍ଥିତିର ଅନିୟମିତତାକୁ ସଫଳତାର ସହ ମୁକାବିଲା କରିଛି ।
ମିଶନରେ ସ୍ଥାନୀୟ ମହିଳା ଜନସଂଖ୍ୟାର ଚିନ୍ତାକୁ ଉତ୍ତମ ଭାବରେ ସମାଧାନ କରିବା ପାଇଁ ଜାତିସଂଘ ଏହାର ଲିଙ୍ଗଗତ ସମାନତା ଅଭିଯାନର ଏକ ଅଂଶ ଭାବରେ ମହିଳା ଶାନ୍ତିରକ୍ଷୀଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ପାଇଁ ବାଧ୍ୟତାମୂଳକ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଜାତିସଂଘର ଏହି ମହାନ ପଦକ୍ଷେପକୁ ପୂର୍ଣ୍ଣ ସମର୍ଥନ କରିବା ସହ ନାରୀ ଶକ୍ତି ପଦକ୍ଷେପ ସହ ସମନ୍ୱୟ ରକ୍ଷା କରି ଭାରତ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ ଏବଂ ଆବିଇ (ଲାଇବେରିଆ ପରେ ଦ୍ବିତୀୟ ବୃହତ୍ତମ ଭାରତୀୟ ମହିଳା ଦଳ)ରେ ମହିଳା ନିୟୋଜନ ଦଳ (ଏଫ୍ଇଟି) ନିୟୋଜିତ କରିଛି। ଭାରତ ଗୋଲାନ ହାଇଟ୍ସରେ ମହିଳା ସାମରିକ ପୋଲିସ ଏବଂ ମହିଳା ଷ୍ଟାଫ ଅଫିସର/ ସାମରିକ ପର୍ଯ୍ୟବେକ୍ଷକମାନଙ୍କୁ ମଧ୍ୟ ବିଭିନ୍ନ ମିଶନରେ ମୁତୟନ କରିଛି । ରୋଲ୍ ଅନ୍ ପ୍ଲାନ୍ ଅନୁଯାୟୀ ଅନ୍ୟ ମିଶନରେ ମଧ୍ୟ ଅବଦାନ ବୃଦ୍ଧି କରାଯାଇଛି। ମେଜର ରାଧିକା ସେନଙ୍କୁ ଜାତିସଂଘ ମୁଖ୍ୟାଳୟ ପକ୍ଷରୁ "ମିଲିଟାରି ଜେଣ୍ଡର ଆଡଭୋକେଟ ଅଫ ଦି ଇୟର ୨୦୨୩" ରେ ସମ୍ମାନିତ କରିବା ପାଇଁ ମନୋନୀତ କରାଯାଇଛି, ଯାହା ଜାତିସଂଘ ଶାନ୍ତି ରକ୍ଷା ପ୍ରୟାସରେ ଭାରତୀୟ ମହିଳାଙ୍କ ସକାରାତ୍ମକ ଅବଦାନର ପ୍ରମାଣ ।
୦୫-୦୬ ଡିସେମ୍ବର ୨୦୨୩ରେ ଘାନାର ଆକ୍ରାଠାରେ ଅନୁଷ୍ଠିତ ଜାତିସଂଘ ଶାନ୍ତି ରକ୍ଷା ମନ୍ତ୍ରୀସ୍ତରୀୟ ବୈଠକରେ ଭାରତ ଜାତିସଂଘ ଦ୍ୱାରା ଭବିଷ୍ୟତର ଶାନ୍ତି ରକ୍ଷା ପଦକ୍ଷେପ ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛି । ଏହି ବୈଠକରେ ଭାରତ ଜାତିସଂଘର ଆବଶ୍ୟକତାକୁ ପୂରଣ କରିବା ପାଇଁ ଆସନ୍ତା ଦୁଇ ବର୍ଷ ପାଇଁ ଏକ ଇନଫାଣ୍ଟରି ବାଟାଲିୟନ ଗ୍ରୁପ୍, ବିଭିନ୍ନ ସବ୍ ଗ୍ରୁପ୍, ୟୁଏନ୍ ପ୍ରି-ଡିପ୍ଲୋଇମେଣ୍ଟ ଟ୍ରେନିଂ ଅଫ୍ ଟ୍ରେନର୍ସ କୋର୍ସ ଏବଂ ୟୁଏନ୍ ମିଲିଟାରି ଅବଜଭର କୋର୍ସ ପାଇଁ ପ୍ରତିଶ୍ରୁତି ଦେଇଛି।
******
NS/SLP
(Release ID: 2022294)