ପ୍ରତିରକ୍ଷା ମନ୍ତ୍ରଣାଳୟ

ସାମୁଦ୍ରିକ ଝଡ଼ 'ରେମାଲ୍'ର ମୁକାବିଲା ପାଇଁ ଭାରତୀୟ ନୌସେନାର ପ୍ରସ୍ତୁତି

Posted On: 26 MAY 2024 11:30AM by PIB Bhubaneshwar

ଭାରତୀୟ ନୌସେନା ସାମୁଦ୍ରିକ ଝଡ଼ 'ରେମାଲ' ପରବର୍ତ୍ତୀ ସମୟରେ ବିଶ୍ୱସନୀୟ ମାନବିକ ସହାୟତା ଏବଂ ବିପର୍ଯ୍ୟୟ ରିଲିଫ୍ (ଏଚ୍ଏଡିଆର) ମୁକାବିଲା ପାଇଁ ପ୍ରଚଳିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍ଓପି) ଅନୁସରଣ କରି ପ୍ରସ୍ତୁତି ଆରମ୍ଭ କରିଛି। ୨୦୨୪ ମେ' ୨୬,୨୭ ତାରିଖ ମଧ୍ୟରାତ୍ରିରେ ଏହି ବାତ୍ୟା ଉପକୂଳ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି। ନୌସେନା ମୁଖ୍ୟାଳୟରେ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ବେଳେ ପୂର୍ବ ନୌସେନା କମାଣ୍ଡ ମୁଖ୍ୟାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କାର୍ଯ୍ୟ ହାତକୁ ନିଆଯାଇଛି।

ସାମୁଦ୍ରିକ ଝଡ଼ 'ରେମାଲ' ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ ବୋଲି ଆଶଙ୍କା ରହିଛି । ସାମୁଦ୍ରିକ ଝଡ଼ ରେମାଲ ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବାଂଲାଦେଶର ଖେପୁପଡ଼ା ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି ଏଥିପାଇଁ ଭାରତୀୟ ନୌସେନା ପ୍ରଭାବିତ ଜନସାଧାରଣଙ୍କ ସୁରକ୍ଷା ଓ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ତୁରନ୍ତ ମୁତୟନ ପାଇଁ ଏଚ୍ଏଡିଆର ଏବଂ ଚିକିତ୍ସା ସାମଗ୍ରୀ ଥିବା ଦୁଇଟି ଜାହାଜକୁ ପ୍ରସ୍ତୁତ କରିଛି। ଏହାବ୍ୟତୀତ ଭାରତୀୟ ନୌସେନା ବିମାନ ଚଳାଚଳ ସମେତ ସି କିଙ୍ଗ୍ ଏବଂ ଚେତକ ହେଲିକପ୍ଟର ସହ ଡୋର୍ନିୟର ବିମାନ ମଧ୍ୟ ତ୍ଵରିତ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତ ରହିଛି।

ତୁରନ୍ତ ସହାୟତା ଯୋଗାଇଦେବା ପାଇଁ କୋଲକାତାରେ ଉପକରଣ ସହ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ମୁତୟନ କରାଯାଇଛି। ଆବଶ୍ୟକ ପଡ଼ିଲେ ତୁରନ୍ତ ମୁତୟନ ପାଇଁ ପ୍ରସ୍ତୁତ ବିଶାଖାପାଟଣାରେ ଆବଶ୍ୟକ ଉପକରଣ ସହ ଉଦ୍ଧାରକାରୀ ଦଳ  ପ୍ରସ୍ତୁତ ରହିଛି। କୋଲକାତାରେ ୨ଟି ବନ୍ୟା ରିଲିଫ୍ ଟିମ୍ (ଏଫ୍ଆରଟି) ସହ ଏଚ୍ଏଡିଆର ଓ ମେଡିକାଲ ସାମଗ୍ରୀ ମୁତୟନ କରାଯାଇଛି। ଏହାବ୍ୟତୀତ ବିଶାଖାପାଟଣା ଓ ଚିଲିକାରୁ ଦୁଇଟି ଲେଖାଏଁ ଏଫ୍ଆରଟି ପ୍ରସ୍ତୁତ ହୋଇ ଅଳ୍ପ ସମୟ ମଧ୍ୟରେ ମୁତୟନ ପାଇଁ ପ୍ରସ୍ତୁତ ରହିଛି।

ଭାରତୀୟ ନୌସେନା ସତର୍କ ରହିଛି ଏବଂ ସାମୁଦ୍ରିକ ଝଡ଼ 'ରେମାଲ'କୁ ଦୃଷ୍ଟିରେ ରଖି ତୁରନ୍ତ ଏବଂ ପ୍ରଭାବଶାଳୀ ସହାୟତା ଯୋଗାଇବା ପାଇଁ ବିକଶିତ ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛି।

*****

NS/SLP



(Release ID: 2021759) Visitor Counter : 20