ନିର୍ବାଚନ ଆୟୋଗ

ଶ୍ରୀନଗର ସଂସଦୀୟ ନିର୍ବାଚନ କ୍ଷେତ୍ରରେ ରାତି ୮ ଟା ସୁଦ୍ଧା ୩୬.୫୮% ମତଦାନ ରେକର୍ଡ କରାଯାଇଛି, ଯାହା କି ଅନେକ ଦଶନ୍ଧି ମଧ୍ୟରେ ସର୍ବାଧିକ


ଚାଦୁରା, ଚାହ-ଇ-ଶରିଫ, ଗଣ୍ଡରବାଲ, କଙ୍ଗନ, ଖାନସାହିବ ଏବଂ ସୋପିଆନ୍ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୪୫% ରୁ ଅଧିକ ମତଦାନ ହୋଇଛି

ବୁଡଗାମ, ଗଣ୍ଡରବାଲ, ପୁଲୱାମା ଏବଂ ସୋପିଆନରେ ମଧ୍ୟ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଏବଂ ଅଧିକ ମତଦାନ ହୋଇଛି

Posted On: 13 MAY 2024 8:45PM by PIB Bhubaneshwar

କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ଆଜି ଶ୍ରୀନଗର, ଗଣ୍ଡରବାଲ, ପୁଲୱାମା ଏବଂ ବଡଗାମ ଓ ସୋପିଆନ ଜିଲ୍ଲାରେ ରାତି ୮ଟା ସୁଦ୍ଧା ୩୬.୫୮% ମତଦାନ ସହ ୧୮ଶ ଲୋକସଭା ପାଇଁ ଚତୁର୍ଥ ପର୍ଯ୍ୟାୟ ମତଦାନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଶ୍ରୀନଗର ସଂସଦୀୟ ନିର୍ବାଚନ ମଣ୍ଡଳୀର ୨୧୩୫ ଟି ମତଦାନ କେନ୍ଦ୍ରରେ ମତଦାନ ହୋଇଥିବା ବେଳେ ସମସ୍ତ ମତଦାନ କେନ୍ଦ୍ରରେ ଲାଇଭ୍ ୱେବକାଷ୍ଟିଂ କରାଯାଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଭୋଟ ଦେବା ପାଇଁ ଉତ୍ସାହୀ ଭୋଟରଙ୍କ ଲମ୍ବା ଧାଡ଼ି ଲାଗି ରହିଥିଲା।

ଶ୍ରୀନଗର, ବଡଗାମ, ଗଣ୍ଡରବାଲ, ପୁଲୱାମା ଏବଂ ସୋପିଆନର ଭୋଟରମାନେ ରେକର୍ଡ ସଂଖ୍ୟକ ସଂଖ୍ୟାରେ ମତଦାନ କରି ନିର୍ବାଚନ ପ୍ରକ୍ରିୟାରେ ଆସ୍ଥା ଓ ଉତ୍ସାହ ପ୍ରଦର୍ଶନ କରିଥିଲେ। ଧାରା ୩୭୦ ଉଚ୍ଛେଦ ଏବଂ ଜମ୍ମୁ-କଶ୍ମୀର ପୁନର୍ଗଠନ ଆଇନ, ୨୦୧୯ ପ୍ରଣୟନ ପରେ ଉପତ୍ୟକାରେ ଏହା ପ୍ରଥମ ସାଧାରଣ ନିର୍ବାଚନ ଥିଲା।୨୦୧୯ ସାଧାରଣ ନିର୍ବାଚନରେ ୧୨ ଜଣ ପ୍ରାର୍ଥୀଙ୍କ ତୁଳନାରେ ୨୪ ଜଣ ପ୍ରାର୍ଥୀ ନିର୍ବାଚନକୁ ଓହ୍ଲାଇଛନ୍ତି। ମତଦାନ କେନ୍ଦ୍ରରେ ଶାନ୍ତି, ଓ ଉତ୍ସାହର ବାତାବରଣ ସହିତ ଯେପରି ଭୋଟରଙ୍କୁ ସ୍ୱାଗତ କରାଯାଏ ସେଥିପାଇଁ ସୁରକ୍ଷାକର୍ମୀଙ୍କ ସମେତ ପୋଲିଂ କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରିଥିଲେ।

 

ଗତ କିଛି ନିର୍ବାଚନରେ ମୋଟ ମତଦାନ

ବର୍ଷ

2019

2014

2009

2004

1999

1998

1996

ଶ୍ରୀନଗର ପିସି

14.43%

25.86%

25.55%

18.57%

11.93%

30.06%

40.94%

 

୧୭.୪୭ ଲକ୍ଷରୁ ଅଧିକ ଭୋଟରଙ୍କ ସେବା ପାଇଁ ୮,୦୦୦ ରୁ ଅଧିକ ପୋଲିଂ କର୍ମଚାରୀ ଡ୍ୟୁଟିରେ ରହିଥିଲେ। ଅବାଧ, ନିରପେକ୍ଷ ଏବଂ ପ୍ରଲୋଭନମୁକ୍ତ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ସାଧାରଣ ନିର୍ବାଚନ ୨୦୨୪ ଘୋଷଣା ତାରିଖ ମାର୍ଚ୍ଚ ୧୬ତାରିଖରୁ ଶ୍ରୀନଗର ଏବଂ ଜମ୍ମୁରେ କମାଣ୍ଡ-ଆଣ୍ଡ-କଣ୍ଟ୍ରୋଲ ସେଣ୍ଟର ଗୁଡ଼ିକ ୨୪ ଘଣ୍ଟିଆ କାର୍ଯ୍ୟ କରୁଛନ୍ତି।  ପ୍ରତ୍ୟେକ ମତଦାନ କେନ୍ଦ୍ରରେ ପାଣି, ବିଜୁଳି, ଶୌଚାଳୟ, ରାମ୍ପ, ବାରଣ୍ଡା/ ପ୍ରତୀକ୍ଷା ଗୃହ ଇତ୍ୟାଦିର ମୌଳିକ ସର୍ବନିମ୍ନ ସୁବିଧା କରାଯାଇଥିଲା । ଆବଶ୍ୟକ ସ୍ଥଳେ ହ୍ୱିଲଚେୟାର ଓ ସ୍ବେଚ୍ଛାସେବୀ ଯୋଗାଇ ଦିଆଯାଇଥିଲା। ସମାବେଶୀ ମତଦାନକୁ ସୁନିଶ୍ଚିତ କରିବା ପାଇଁ ମହିଳା, ଦିବ୍ୟାଙ୍ଗ ଓ ଯୁବକଙ୍କ ଦ୍ୱାରା ପରିଚାଳିତ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଥିଲା । ଏଠାରେ ୨୧ ଟି ସବୁଜ ଓ ପରିବେଶ ଅନୁକୂଳ ମତଦାନ କେନ୍ଦ୍ର ଥିଲା। ୬୦୦ରୁ ଅଧିକ ସାମ୍ବାଦିକଙ୍କ ପାଇଁ ପାସ୍ ମାଧ୍ୟମରେ ଗଣମାଧ୍ୟମର ସୁବିଧା କରାଯାଇଥିଲା।

ଆୟୋଗ ଦିଲ୍ଲୀ, ଜମ୍ମୁ ଏବଂ ଉଧମପୁରର ବିଭିନ୍ନ ରିଲିଫ୍ କ୍ୟାମ୍ପରେ ରହୁଥିବା କାଶ୍ମୀର ପ୍ରବାସୀ ଭୋଟରମାନଙ୍କୁ ନିର୍ଦ୍ଦିଷ୍ଟ ସ୍ୱତନ୍ତ୍ର ମତଦାନ କେନ୍ଦ୍ରରେ ବ୍ୟକ୍ତିଗତ ଭାବେ ମତଦାନ କରିବା କିମ୍ବା ପୋଷ୍ଟାଲ ବାଲଟ୍ ବ୍ୟବହାର କରିବାର ବିକଳ୍ପ ପ୍ରଦାନ କରିଛନ୍ତି। ଜମ୍ମୁରେ ୨୧ଟି, ଉଧମପୁରରେ ୧ଟି ଓ ଦିଲ୍ଲୀରେ ୪ଟି ସ୍ବତନ୍ତ୍ର ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି।

 

ସ୍ବତନ୍ତ୍ର ମତଦାନ କେନ୍ଦ୍ରରେ ପ୍ରବାସୀ ଭୋଟରଙ୍କ ମତଦାନ

ଏସଭିଇଇପି କାର୍ଯ୍ୟକଳାପର ଏକ ଅଂଶ ଭାବରେ ଭୋଟର ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ଯୋଜନାବଦ୍ଧ, ନିରନ୍ତର ଏବଂ ଲକ୍ଷ୍ୟଭିତ୍ତିକ ହସ୍ତକ୍ଷେପ ମତଦାନରେ ଉଲ୍ଲେଖନୀୟ ବୃଦ୍ଧିରେ ସହାୟକ ହୋଇଛି।

 

BS

 



(Release ID: 2020496) Visitor Counter : 50