ଉପରାଷ୍ଟ୍ରପତିଙ୍କ ସଚିବାଳୟ
azadi ka amrit mahotsav

ଜ୍ଞାନ ଓ ଶିକ୍ଷାର କେନ୍ଦ୍ରସ୍ଥଳ ଭାବେ ଭାରତର ଐତିହାସିକ ଖ୍ୟାତି ଉପରେ ଆଲୋକପାତ କଲେ ଉପରାଷ୍ଟ୍ରପତି


ଶିକ୍ଷା ହେଉଛି ପରିବର୍ତ୍ତନ ପାଇଁ ସବୁଠାରୁ ପ୍ରଭାବଶାଳୀ ପରିବର୍ତ୍ତନକାରୀ ବ୍ୟବସ୍ଥା: ଉପରାଷ୍ଟ୍ରପତି

ଶିକ୍ଷା କେବଳ ଜ୍ଞାନ ଅର୍ଜନର ମାଧ୍ୟମ ନୁହେଁ; ବରଂ ଏହା ହେଉଛି ପ୍ରଗତି, ସଶକ୍ତୀକରଣ ଏବଂ ସାମାଜିକ ପରିବର୍ତ୍ତନର ମୂଳଦୁଆ : ଉପରାଷ୍ଟ୍ରପତି

ଉପରାଷ୍ଟ୍ରପତି କହିଛନ୍ତି ଯେ ନୂତନ ଶିକ୍ଷା ନୀତି ଏକ ପରିବର୍ତ୍ତନ ମୂଳକ

ପରିବର୍ତ୍ତନର ଶୁଭାରମ୍ଭ ସହିତ ସମଗ୍ର ବିକାଶ ପାଇଁ ଏକ ରୋଡମ୍ୟାପ ମଧ୍ୟ ପ୍ରସ୍ତୁତ କରିଛି

ସ୍କୁଲ ଅଫ ଓପନ ଲର୍ଣ୍ଣିଂ ବିଭିନ୍ନ ଶିକ୍ଷାର୍ଥୀ, କର୍ମଜୀବୀ ବୃତ୍ତିଜୀବୀ, ଗୃହିଣୀ ଏବଂ ଛାତ୍ରମାନଙ୍କ ପାଇଁ ଏକ ପରିବର୍ତ୍ତନକାରୀ ମଞ୍ଚ ପ୍ରଦାନ କରିଥାଏ: ଉପରାଷ୍ଟ୍ରପତି

ଯେଉଁମାନେ ପୂର୍ବରୁ ଆନୁଷ୍ଠାନିକ ଶିକ୍ଷାରୁ ବଞ୍ଚିତ ହୋଇଥିଲେ ସେମାନଙ୍କୁ ସ୍କୁଲ ଅଫ ଓପନ ଲର୍ଣ୍ଣିଂ ଦ୍ଵିତୀୟ ସୁଯୋଗ ଦେଉଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି

ଉପରାଷ୍ଟ୍ରପତି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ଓପନ ଲର୍ଣ୍ଣିଂର ୬୨ତମ ପ୍ରତିଷ୍ଠା ଦିବସରେ ଉଦବୋଧନ ଦେଇଛନ୍ତି

प्रविष्टि तिथि: 06 MAY 2024 1:41PM by PIB Bhubaneshwar

ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ ଆଜି ଜ୍ଞାନ ଓ ଶିକ୍ଷାର କେନ୍ଦ୍ରଭାବେ ଭାରତର ଐତିହାସିକ ଶ୍ରେଷ୍ଠତାକୁ ରେଖାଙ୍କିତ କରିବାକୁ ଯାଇ କହିଛନ୍ତି ଯେ ଦେଶ ନିଜର ଗତ ଗୌରବକୁ ପୁଣି  ଥରେ ହାସଲ କରିବା ମାର୍ଗରେ ଦୃଢତାର ସହିତ ଆଗକୁ ବଢୁଛି  ନାଳନ୍ଦା ଏବଂ ତକ୍ଷଶିଳା ଭଳି ସଂସ୍ଥାଗୁଡିକର ସୁନ୍ଦର ଐତିହାସିକ ଉଲ୍ଲେଖ କରି ଉପରାଷ୍ଟ୍ରପତି ସମକାଳୀନ ସମୟରେ ଭାରତର ଶୈକ୍ଷିକ ପରିଦୃଶ୍ୟରେ ଆଦର୍ଶଗତ ପରିବର୍ତ୍ତନ ଏବଂ ପୁନରୁତ୍ଥାନ ସମ୍ପର୍କରେ ଆଲୋକପାତ କରିଛନ୍ତି ।

ପ୍ରାଚୀନ ଭାରତ ଶିକ୍ଷା ଏବଂ ଜ୍ଞାନର ବିଶ୍ଵ କେନ୍ଦ୍ର  ରହିଛି ।

 

ସମଗ୍ର ବିଶ୍ଵ ଆମକୁ ଦେଖୁଥିଲା, ଯେ  ଜ୍ଞାନର ଅର୍ଥ ଭାରତ, ଶିକ୍ଷା ଅର୍ଜନ କରିବା  ଅର୍ଥାତ ଭାରତ !

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ଓପନ ଲର୍ଣ୍ଣିଂ (ଏସଓଏଲ)ର ୬୨ତମ ପ୍ରତିଷ୍ଠା ଦିବସ ସମାରୋହରେ ଉଦବୋଧନ ଦେଇ ଉପରାଷ୍ଟ୍ରପତି କର୍ମଜୀବୀ ବୃତ୍ତିଜୀବୀ, ଗୃହିଣୀ ଏବଂ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବର୍ଗର ଶିକ୍ଷାର୍ଥୀମାନଙ୍କୁ ଏକ ପରିବର୍ତ୍ତନମୂଳକ ପ୍ଲାଟଫର୍ମ ପ୍ରଦାନ କରିଥିବାରୁ ଏସଓଏଲକୁ ପ୍ରଶଂସା କରିଥିଲେ ।

ସେ ଆହୁରି ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ଏସଓଏଲ ପୂର୍ବରୁ ବିଭିନ୍ନ ପରିସ୍ଥିତି ଦ୍ୱାରା ଭିନ୍ନକ୍ଷମମାନଙ୍କ ପାଇଁ ଦ୍ୱାର ଖୋଲିଛି, ଯାହା ସେମାନଙ୍କୁ ସେମାନଙ୍କର ରୁଟିନ୍ରେ ବାଧା ସୃଷ୍ଟି ନକରି ଶିକ୍ଷା ଗ୍ରହଣ କରିବାକୁ ସକ୍ଷମ କରିଛି| ଯେଉଁମାନେ ପୂର୍ବରୁ ଆନୁଷ୍ଠାନିକ ଶିକ୍ଷାରୁ ବଞ୍ଚିତ ହୋଇଥିଲେ ସେମାନଙ୍କୁ ଦ୍ୱିତୀୟ ସୁଯୋଗ ପ୍ରଦାନ କରି ଜ୍ଞାନ ଏବଂ ଦକ୍ଷତା ମାଧ୍ୟମରେ ଅବହେଳିତ ସମ୍ପ୍ରଦାୟକୁ ସଶକ୍ତ କରିବା ଏବଂ ଏହା ଦ୍ୱାରା ପ୍ରକୃତ ଅନ୍ତର୍ଭୁକ୍ତୀକରଣର ବାତାବରଣ ସୃଷ୍ଟି କରିଥିବାରୁ ଶ୍ରୀ ଧନଖଡ ଏସଓଏଲକୁ ପ୍ରଶଂସା କରିଥିଲେ । ଶିକ୍ଷାନୁଷ୍ଠାନର ମର୍ଯ୍ୟାଦା ଓ ଗୁଣବତ୍ତାକୁ ଗଢ଼ି ତୋଳିବାରେ ଭିତ୍ତିଭୂମି ଅପେକ୍ଷା ଅଧ୍ୟାପକଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଶ୍ରୀ ଧନଖଡ଼ ଗୁରୁତ୍ୱାରୋପ କରିଥିଲେ।

ଶିକ୍ଷାକୁ ପରିବର୍ତ୍ତନର ସବୁଠାରୁ ପ୍ରଭାବଶାଳୀ ରୂପାନ୍ତରଣକାରୀ ବ୍ୟବସ୍ଥା ବୋଲି ଆଲୋକପାତ କରି ଶ୍ରୀ ଧନଖଡ଼ କହିଥିଲେ ଯେ ଶିକ୍ଷା କେବଳ ଜ୍ଞାନ ଅର୍ଜନକରିବାର ମାଧ୍ୟମ ନୁହେଁ; ବରଂ ଏହା ହେଉଛି ପ୍ରଗତି, ସଶକ୍ତୀକରଣ ଏବଂ ସାମାଜିକ ପରିବର୍ତ୍ତନର ମୂଳଦୁଆ । ଏହା ହେଉଛି ଚାବି ଯାହା ପ୍ରଗତି, ସମୃଦ୍ଧି ଏବଂ ସଶକ୍ତୀକରଣର ଦ୍ୱାର ଖୋଲିଥାଏ । ଶିକ୍ଷା ହେଉଛି ସବୁଠାରୁ ବଡ଼ ଅଧିକାର ଓ ଦାନ। ଶିକ୍ଷାଠାରୁ ବଡ଼ ମୌଳିକ ଅଧିକାର ଆଉ କିଛି ହୋଇପାରିବ ନାହିଁ ଏବଂ ଶିକ୍ଷାଠାରୁ କୌଣସି ଦାନ ବଡ଼ ହୋଇପାରିବ ନାହିଁ।
ଚନ୍ଦ୍ରଯାନ ଯାତ୍ରାରୁ ପ୍ରେରଣା ନେଇ ଶ୍ରୀ ଧନଖଡ଼ ଚନ୍ଦ୍ରର ଦକ୍ଷିଣ ମେରୁରେ ସୁରୁଖୁରୁରେ ଅବତରଣ କରିବା ପରେ ବିଫଳତାକୁ ସଫଳତାର ଚାବିକାଠି ଭାବେ ବିବେଚନା କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରିଥିଲେ। ଆଧୁନିକ ଦୁନିଆର ଜଟିଳତାକୁ ନେଭିଗେଟ୍ କରିବା ରେ ଏକ ଦୃଢ଼ ମାନସିକତାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଭାରତୀୟ ଶିକ୍ଷା କ୍ଷେତ୍ରରେ ନୂତନ ଶିକ୍ଷା ନୀତି (ଏନଇପି)ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ଶ୍ରୀ ଧନଖଡ଼ କହିଥିଲେ ଯେ ଏନଇପି ଏକ ପରିବର୍ତ୍ତନମୂଳକ ପରିବର୍ତ୍ତନ ଆଣିଥାଏ, ସାମଗ୍ରିକ ଶିକ୍ଷାର୍ଥୀ ବିକାଶ ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରେ ଏବଂ ଏକବିଂଶ ଶତାବ୍ଦୀର ଆହ୍ୱାନ ପାଇଁ ସୁସଜ୍ଜିତ ଏକ ଜ୍ଞାନୀ ସମାଜ ଗଠନ କରେ । ନମନୀୟ ଶିକ୍ଷଣ ପଥ, ବୈଷୟିକ ସମନ୍ଵୟ, ବିବିଧ ଆବଶ୍ୟକତା ଏବଂ ଆକାଂକ୍ଷାକୁ ସ୍ୱୀକୃତି ଦେବା ଉପରେ ସେ ଏନଇପିର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ

ସେ ଆହୁରି ମଧ୍ୟ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ସ୍କୁଲ ଅଫ୍ ଓପନ ଲର୍ଣ୍ଣିଂ ଭଳି ଶିକ୍ଷାନୁଷ୍ଠାନ ଗୁଣାତ୍ମକ ଶିକ୍ଷାର ଉପଲବ୍ଧତା ବୃଦ୍ଧି କରିବା ଏବଂ ଏନଇପି ଦ୍ୱାରା ପରିକଳ୍ପିତ ଦୀର୍ଘ ଦିନର ବ୍ୟବଧାନକୁ ଦୂର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଏହି ଅବସରରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଯୋଗେଶ ସିଂହ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଅଫ୍ ଓପନ ଲର୍ଣ୍ଣିଂର ନିର୍ଦ୍ଦେଶକ ପ୍ରଫେସର ପାୟଲ ମାଗୋଙ୍କ ସମେତ ଅଧ୍ୟାପକ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

*****

NS/SLP


(रिलीज़ आईडी: 2019908) आगंतुक पटल : 107
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Hindi_MP , Marathi , Manipuri , Bengali , Tamil , Telugu , Kannada