ନିର୍ବାଚନ ଆୟୋଗ

ଲୋକସଭା ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୧୩୫୧ ପ୍ରାର୍ଥୀ ଲଢ଼ିବେ ନିର୍ବାଚନ


ଲୋକସଭା ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟ ନିମନ୍ତେ ୧୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୯୫ଟି ସଂସଦୀୟ କ୍ଷେତ୍ର ପାଇଁ ୨୯୬୩ ନାମାଙ୍କନ ପତ୍ର ଦାଖଲ

Posted On: 23 APR 2024 6:22PM by PIB Bhubaneshwar

ଲୋକସଭା ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ୧୩୫୧ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ଏଥିରେ ମଧ୍ୟପ୍ରଦେଶର ୨୯-ବେତୁଲ (ଏସଟି) ସଂସଦୀୟ କ୍ଷେତ୍ରରେ ସ୍ଥଗିତ ନିର୍ବାଚନ ପାଇଁ ୮ ଜଣ ପ୍ରାର୍ଥୀ ରହିଛନ୍ତି। ସେହିପରି ଗୁଜରାଟର ସୁରତ ସଂସଦୀୟ କ୍ଷେତ୍ର ରୁ ଜଣେ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ସମସ୍ତ ୧୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ୨୨ ଏପ୍ରିଲ, ୨୦୨୪ ଥିଲା।

ଲୋକସଭା ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୯୫ଟି ସଂସଦୀୟ କ୍ଷେତ୍ର (୨୯-ବେତୁଲକୁ ମିଶାଇ) ପାଇଁ ମୋଟ ୨୯୬୩ଟି ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା। ସମସ୍ତ ୧୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ନିମନ୍ତେ ତୃତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ୧୯ ଏପ୍ରିଲ ୨୦୨୪ ଥିଲା। ଦାଖଲ ହୋଇଥିବା ସମସ୍ତ ନାମାଙ୍କନ ପତ୍ର ଯାଞ୍ଚ ପରେ ୧୫୬୩ଟି ନାମାଙ୍କନପତ୍ର ବୈଧ ବୋଲି ଜଣାପଡ଼ିଥିଲା।

ତୃତୀୟ ପର୍ଯ୍ୟାୟରେ ଗୁଜରାଟର ୨୬ଟି ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ସର୍ବାଧିକ ୬୫୮ଟି ନାମାଙ୍କନ ପତ୍ର ଦାଖଲ ହୋଇଛି । ମହାରାଷ୍ଟ୍ରର ୧୧ଟି ସଂସଦୀୟ କ୍ଷେତ୍ରରୁ ୫୧୯ଟି ନାମାଙ୍କନ ପତ୍ର ଦାଖଲ ହୋଇଥିବା ବେଳେ ଏହି ରାଜ୍ୟର ୪୦-ଓସମାନାବାଦ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୭୭ଟି ନାମାଙ୍କନ ପତ୍ର ଭରାଯାଇଛି । ଛତିଶଗଡ଼ର ୫-ବିଳାସପୁର ସଂସଦୀୟ ନିର୍ବାଚନ ମଣ୍ଡଳୀରେ ୬୮ଟି ନାମାଙ୍କନ ଫର୍ମ ଦାଖଲ କରାଯାଇଛି ।

ଲୋକସଭା ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟ ପାଇଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଭିତ୍ତିକ ବିବରଣୀ:

 



(Release ID: 2018662) Visitor Counter : 55