ରେଳ ମନ୍ତ୍ରଣାଳୟ
ଗ୍ରୀଷ୍ମ ଋତୁ ୨୦୨୪ ରେ ଭାରତୀୟ ରେଳବାଇ ରେକର୍ଡ ସଂଖ୍ୟକ ଅତିରିକ୍ତ ଟ୍ରେନ୍ ଚଳାଚଳ କରିଛି
ଚଳିତ ଗ୍ରୀଷ୍ମ ଋତୁରେ ଯାତ୍ରୀମାନଙ୍କ ପାଇଁ ସୁରୁଖୁରୁରେ ଓ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବା ନିମନ୍ତେ ୯୧୧୧ ଟ୍ରିପ୍ ଚାଲୁ ହେବ
Posted On:
19 APR 2024 10:41AM by PIB Bhubaneshwar
ଗ୍ରୀଷ୍ମ ଋତୁରେ ଯାତ୍ରୀଙ୍କ ସୁବିଧାକୁ ସୁନିଶ୍ଚିତ କରିବା ଏବଂ ଯାତ୍ରା ଚାହିଦାରେ ଆଶାତୀତ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରେଳବାଇ ଗ୍ରୀଷ୍ମ ଋତୁରେ ରେକର୍ଡ ସଂଖ୍ୟକ ୯୧୧୧ ଟି ଟ୍ରିପ୍ ଚଳାଚଳ କରୁଛି ।
୨୦୨୩ ଗ୍ରୀଷ୍ମରେ ସମୁଦାୟ ୬୩୬୯ ଟି ଟ୍ରିପ୍ ଅଫର କରାଯାଇଥିବା ବେଳେ ଚଳିତ ବର୍ଷ ଏହା ଯଥେଷ୍ଟ ବୃଦ୍ଧି ପାଇଛି । ଏଥିରେ ୨୭୪୨ଟି ଟ୍ରିପ୍ (ଯାତ୍ରା) ବୃଦ୍ଧି ପାଇଛି, ଯାହା ଯାତ୍ରୀଙ୍କ ଚାହିଦାକୁ ପ୍ରଭାବଶାଳୀ ଭାବରେ ପୂରଣ କରିବା ପାଇଁ ଭାରତୀୟ ରେଳବାଇର ପ୍ରତିବଦ୍ଧତାକୁ ଦର୍ଶାଉଛି ।
ଦେଶର ପ୍ରମୁଖ ଗନ୍ତବ୍ୟ ସ୍ଥଳଗୁଡ଼ିକୁ ସଂଯୋଗ କରିବା ନିମନ୍ତେ ଅତିରିକ୍ତ ଟ୍ରେନ୍ ଗୁଡ଼ିକର ସୁପରିକଳ୍ପନା କରାଯାଇଛି, ଯାହା ଦ୍ୱାରା ପ୍ରମୁଖ ରେଳ ମାର୍ଗରେ ନିରବଚ୍ଛିନ୍ନ ଯାତ୍ରା ସୁନିଶ୍ଚିତ ହେବ । ତାମିଲନାଡୁ, ମହାରାଷ୍ଟ୍ର, ଗୁଜରାଟ, ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଦିଲ୍ଲୀ ଭଳି ରାଜ୍ୟରୁ ଗ୍ରୀଷ୍ମକାଳୀନ ଯାତ୍ରାକୁ ଦୃଷ୍ଟିରେ ରଖି ସମଗ୍ର ଭାରତରେ ଥିବା ସମସ୍ତ ଜୋନାଲ ରେଳବାଇ ଏହି ଅତିରିକ୍ତ ଯାତ୍ରା କରିବାକୁ ପ୍ରସ୍ତୁତ ହୋଇଛି ।
Railway
|
Trips Notified by Zonal Railways
|
CENTRAL RAILWAY
|
488
|
EASTERN RAILWAY
|
254
|
EAST CENTRAL RAILWAY
|
1003
|
EAST COAST RAILWAY
|
102
|
NORTH CENTRAL RAILWAY
|
142
|
NORTH EASTERN RAILWAY
|
244
|
NORTHEAST FRONTIER RAILWAY
|
88
|
NORTHERN RAILWAY
|
778
|
NORTH WESTERN RAILWAY
|
1623
|
SOUTH CENTRAL RAILWAY
|
1012
|
SOUTH EASTERN RAILWAY
|
276
|
SOUTH EAST CENTRAL RAILWAY
|
12
|
SOUTH WESTERN RAILWAY
|
810
|
SOUTHERN RAILWAY
|
239
|
WEST CENTRAL RAILWAY
|
162
|
WESTERN RAILWAY
|
1878
|
TOTAL
|
9111
|
ଅତିରିକ୍ତ ଟ୍ରେନ୍ ଗୁଡିକର ଯୋଜନା ଏବଂ ଚଳାଚଳ ଏକ ନିରନ୍ତର ପ୍ରକ୍ରିୟା , ଯେଉଁଥି ପାଇଁ ଏକ ନିର୍ଦ୍ଦିଷ୍ଟ ରୁଟ୍ରେ ଟ୍ରେନ୍ର ଚାହିଦା ଆକଳନ କରିବା ନିମନ୍ତେ ପିଆର୍ଏସ୍ ପ୍ରଣାଳୀରେ ପ୍ରତୀକ୍ଷା ତାଲିକାରେ ଥିବା ଯାତ୍ରୀ ମାନଙ୍କର ବିବରଣୀ ବ୍ୟତୀତ ଗଣମାଧ୍ୟମ ରିପୋର୍ଟ, ସୋସିଆଲ ମିଡିଆ ପ୍ଲାଟଫର୍ମ, ରେଳବାଇ ଇଣ୍ଟିଗ୍ରେଟେଡ୍ ହେଲ୍ପଲାଇନ୍ ନମ୍ବର ୧୩୯ ଭଳି ସମସ୍ତ ଯୋଗାଯୋଗ ଚ୍ୟାନେଲରୁ ୨୪ x ୭ ସୂଚନା ନିଆଯାଇଥାଏ । ଏହି ଆବଶ୍ୟକତାକୁ ଆଧାର କରି ଟ୍ରେନ୍ ସଂଖ୍ୟା ଏବଂ ଟ୍ରିପ୍ ସଂଖ୍ୟା ବୃଦ୍ଧି କରାଯାଏ । ସମଗ୍ର ଋତୁ ପାଇଁ ଟ୍ରେନ୍ ସଂଖ୍ୟା କିମ୍ବା ଅତିରିକ୍ତ ଟ୍ରେନ୍ ଦ୍ୱାରା ପରିଚାଳିତ ଟ୍ରିପ୍ ସଂଖ୍ୟା ସ୍ଥିର ନଥାଏ ।
ଗ୍ରୀଷ୍ମ ଋତୁରେ ରେଳ ଷ୍ଟେସନରେ ପାନୀୟ ଜଳ ଉପଲବ୍ଧ କରାଇବା ପାଇଁ ଜୋନାଲ ରେଳବାଇକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ପ୍ରମୁଖ ଓ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନରେ ବ୍ୟାପକ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି । ଭିଡ଼କୁ ଶୃଙ୍ଖଳିତ ଢଙ୍ଗରେ ନିୟନ୍ତ୍ରଣ କରିବା ପାଇଁ ସମସ୍ତ କାର୍ଯ୍ୟକଳାପ ଉପରେ ନଜର ରଖିବା ନିମନ୍ତେ ବରିଷ୍ଠ ଅଧିକାରୀମାନେ ଏହି ଷ୍ଟେସନ ଗୁଡ଼ିକରେ ନିୟୋଜିତ ଅଛନ୍ତି ।
ସାଧାରଣ ଶ୍ରେଣୀ ରେଳ ଡବାରେ ପ୍ରବେଶ ପାଇଁ ଧାଡ଼ି ବ୍ୟବସ୍ଥା ସୁନିଶ୍ଚିତ କରିବା ନିମନ୍ତେ ଆରପିଏଫ୍ ଯବାନମାନଙ୍କୁ ଷ୍ଟେସନରେ ନିୟୋଜିତ କରାଯାଇଛି । ଜନଗହଳିପୂର୍ଣ୍ଣ ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖିବା ଏବଂ ଯାତ୍ରୀମାନଙ୍କୁ ବାସ୍ତବ ସମୟ ସହାୟତା ପ୍ରଦାନ କରିବା ପାଇଁ ସିସିଟିଭି ନିୟନ୍ତ୍ରଣ କକ୍ଷରେ ଦକ୍ଷ ଆରପିଏଫ୍ କର୍ମଚାରୀ ନିୟୋଜିତ ଅଛନ୍ତି ।
ପ୍ରବଳ ଭିଡ଼ ସମୟରେ ଭିଡ଼କୁ ସୁରୁଖୁରୁରେ ନିୟନ୍ତ୍ରଣ କରିବା ପାଇଁ ସରକାରୀ ରେଳବାଇ ପୁଲିସ (ଜିଆରପି) ଏବଂ ରେଳ ସୁରକ୍ଷା ବଳ (ଆରପିଏଫ୍) କର୍ମଚାରୀଙ୍କୁ ଫୁଟ୍ ଓଭର ବ୍ରିଜ୍ରେ ନିୟୋଜିତ କରାଯାଇଛି ।
ଭାରତୀୟ ରେଳବାଇ ସମସ୍ତ ଯାତ୍ରୀଙ୍କୁ ସୁବିଧାଜନକ ଏବଂ ଆରାମଦାୟକ ଯାତ୍ରା ଅନୁଭୂତି ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ । ଯାତ୍ରୀମାନେ ରେଲୱେ ଟିକେଟ୍ କାଉଣ୍ଟର କିମ୍ବା ଆଇଆରସିଟିସି ୱେବସାଇଟ/ଆପ୍ ଜରିଆରେ ଏହି ଅତିରିକ୍ତ ଟ୍ରେନରେ ଟିକେଟ୍ ବୁକ୍ କରିପାରିବେ ।
*****
SSP
(Release ID: 2018252)
Visitor Counter : 144