ରାଷ୍ଟ୍ରପତିଙ୍କ ସଚିବାଳୟ

ଭାରତ ରତ୍ନ ପ୍ରଦାନ କଲେ ରାଷ୍ଟ୍ରପତି

Posted On: 30 MAR 2024 1:14PM by PIB Bhubaneshwar

ରାଷ୍ଟ୍ରପତି ଭବନରେ ଆଜି (୩୦ ମାର୍ଚ୍ଚ ୨୦୨୪)ରେ ଆୟୋଜିତ ଏକ ପାରମ୍ପରିକ ସମାରୋହରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରିଛନ୍ତି । ସେ ନିମ୍ନ ବ୍ୟକ୍ତିବିଶେଷମାନଙ୍କୁ ଭାରତ ରତ୍ନରେ ସମ୍ମାନିତ କରି ଅଛନ୍ତି :

- ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ପି.ଭି. ନରସିଂହ ରାଓଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ପୁରସ୍କାର ପ୍ରଦାନ କରାଯାଇଛି । ସ୍ୱର୍ଗତ ଶ୍ରୀ ପି.ଭି. ନରସିଂହ ରାଓଙ୍କ ପକ୍ଷରୁ ତାଙ୍କ ପୁଅ ଶ୍ରୀ ପି.ଭି. ପ୍ରଭାକର ରାଓ ଭାରତ ରତ୍ନ ଗ୍ରହଣ କରିଥିଲେ ।

- ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ପୁରସ୍କାର ପ୍ରଦାନ କରାଯାଇଛି । ସ୍ୱର୍ଗତ ଚୌଧୁରୀ ଚରଣ ସିଂଙ୍କ ପକ୍ଷରୁ ତାଙ୍କ ନାତି ଶ୍ରୀ ଜୟନ୍ତ ସିଂ ଭାରତ ରତ୍ନ ଗ୍ରହଣ କରିଥିଲେ ।

- ବିଶିଷ୍ଟ କୃଷିବୈଜ୍ଞାନିକ ଡକ୍ଟର ଏମ.ଏସ୍‌. ସ୍ୱାମୀନାଥନଙ୍କୁ ମଧ୍ୟ ମରଣୋତ୍ତର ଭାବେ ଭାରତ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି । ସ୍ୱର୍ଗତ ଡକ୍ଟର ଏମ.ଏସ୍‌. ସ୍ୱାମୀନାଥନଙ୍କ ପକ୍ଷରୁ ତାଙ୍କ ସୁପୁତ୍ରୀ ଡକ୍ଟର ନିତ୍ୟା ରାଓ ଭାରତ ରତ୍ନ ଗ୍ରହଣ କରିଥିଲେ।

ଶ୍ରୀ କର୍ପୂରୀ ଠାକୁରଙ୍କୁ ମଧ୍ୟ ମରଣୋତ୍ତୋର ଭାବେ ଭାରତ ରତ୍ନ ପ୍ରଦାନ କରାଯାଇଛି । ସ୍ୱର୍ଗତ ଶ୍ରୀ କର୍ପୂରୀ ଠାକୁରଙ୍କ ପକ୍ଷରୁ ତାଙ୍କ ପୁଅ ଶ୍ରୀ ରାମନାଥ ଠାକୁର ଭାରତ ରତ୍ନ ସମ୍ମାନ ଗ୍ରହଣ କରିଥିଲେ।

​​​​

*** *** ***

P.S/Swadhin



(Release ID: 2016718) Visitor Counter : 83