କ୍ୟାବିନେଟ
ଭାରତ-ମଧ୍ୟପ୍ରାଚ୍ୟ ୟୁରୋପ ଆର୍ଥିକ କରିଡର୍ର ସଶକ୍ତିକରଣ ଏବଂ ପରିଚାଳନା ପାଇଁ ଭାରତ ଓ ୟୁଏଇ ମଧ୍ୟରେ ଆନ୍ତଃସରକାରୀ ବ୍ୟବସ୍ଥା ରାଜିନାମାକୁ କ୍ୟାବିନେଟ୍ ମଞ୍ଜୁରି
प्रविष्टि तिथि:
13 MAR 2024 3:27PM by PIB Bhubaneshwar
ଭାରତ-ମଧ୍ୟପ୍ରାଚ୍ୟ ୟୁରୋପ୍ ଆର୍ଥିକ କରିଡର୍ (ଆଇଏମ୍ଇସି)ର ସଶକ୍ତିକରଣ ଓ ପରିଚାଳନା ପାଇଁ ଭାରତ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମଧ୍ୟରେ ଆନ୍ତଃସରକାରୀ ବ୍ୟବସ୍ଥା ରାଜିନାମା (ଆଇଜିଏଫଏ)କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପିଛିଲା ଭାବେ ମଞ୍ଜୁରି ମିଳିଛି। କରିଡର ପରିଚାଳନା ପାଇଁ ସହଯୋଗ ଉପରେ ଉଚ୍ଚସ୍ତରୀୟ ଗସ୍ତ ସମୟରେ ଭାରତ ଏବଂ ୟୁଏଇ ମଧ୍ୟରେ ୧୩ ଫେବୃଆରୀ ୨୦୨୪ରେ ଆଇଜିଏଫଏ ସ୍ୱାକ୍ଷରିତ ହୋଇଥିଲା।
ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ଏବଂ ବନ୍ଦର, ସାମୁଦ୍ରିକ ଏବଂ ଲଜିଷ୍ଟିକ୍ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଆଇଜିଏଫ୍ଏର ଲକ୍ଷ୍ୟ।
ଆଇଏମଇସିର ବିକାଶ କ୍ଷେତ୍ରରେ ଭବିଷ୍ୟତର ମିଳିତ ପୁଞ୍ଜିନିବେଶ ଏବଂ ସହଯୋଗର ଅଧିକ ସମ୍ଭାବନା ଖୋଜିବା ଉଦ୍ଦେଶ୍ୟରେ ଦୁଇ ଦେଶ ମଧ୍ୟରେ ସହଯୋଗର କ୍ଷେତ୍ରଗୁଡ଼ିକୁ ଆଇଜିଏଫ୍ଏରେ ସାମିଲ କରାଯାଇଛି।
ଏହି ରାଜିନାମାରେ ଦୁଇ ଦେଶ ମଧ୍ୟରେ ସହଯୋଗର ବିସ୍ତୃତ ଢାଞ୍ଚା ରହିଛି। ଏହି ସହଯୋଗ ଦେଶଗୁଡ଼ିକର ନିଜସ୍ୱ ନିୟମ ଏବଂ ନିୟମାବଳୀ ଅନୁଯାୟୀ ପାରସ୍ପରିକ ସହମତିପ୍ରାପ୍ତ ନୀତି, ମାର୍ଗଦର୍ଶିକା ଓ ଚୁକ୍ତିନାମା ଉପରେ ଆଧାରିତ ହେବ ।
********
P.S.
(रिलीज़ आईडी: 2014256)
आगंतुक पटल : 132
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam
,
Malayalam