ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହାଶିବରାତ୍ରୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 08 MAR 2024 8:58AM by PIB Bhubaneswar

ମହାଶିବରାତ୍ରୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ମହାନ ପର୍ବ ସମସ୍ତଙ୍କ ଜୀବନରେ ନୂଆ ଶକ୍ତି ଆଣିବା ସହ ଅମୃତକାଳରେ ଦେଶର ସଂକଳ୍ପକୁ ନୂଆ ଶକ୍ତି ପ୍ରଦାନ କରୁ ବୋଲି ଶ୍ରୀ ମୋଦୀ କାମନା କରିଛନ୍ତି।

ଏକ ଟ୍ବିଟର ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଦେଶର ସମସ୍ତ ପରିବାର ସଦସ୍ୟଙ୍କୁ ମହାଶିବରାତ୍ରୀର ଶୁଭେଚ୍ଛା। ମୁଁ କାମନା କରୁଛି ଯେ ଏହି ମହାନ ପର୍ବ ସମସ୍ତଙ୍କ ଜୀବନରେ ନୂତନ ଶକ୍ତି ଆଣିବ ଏବଂ ଅମୃତକାଳରେ ଦେଶର ସଂକଳ୍ପକୁ ମଧ୍ୟ ନୂତନ ଶକ୍ତି ପ୍ରଦାନ କରିବ । ଜୟ ଭୋଲେନାଥ!"

 

BS


(ରିଲିଜ ଆଡି: 2012766) ପରିଦର୍ଶକ କାଉଣ୍ଟର : 93