ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜଳମଗ୍ନ ଦ୍ୱାରକାରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ
Posted On:
25 FEB 2024 1:56PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ସମୁଦ୍ରରେ ଥିବା ଜଳମଗ୍ନ ସହର ଦ୍ୱାରକାରେ ପ୍ରାର୍ଥନା କରିଛନ୍ତି । ଏହି ଅନୁଭୂତି ଭାରତର ଆଧ୍ୟାତ୍ମିକ ଏବଂ ଐତିହାସିକ ମୂଳ ସହ ଏକ ବିରଳ ଏବଂ ଗଭୀର ସଂଯୋଗ କରାଇଥିଲା ।
ସମୃଦ୍ଧ ସାଂସ୍କୃତିକ ତଥା ଆଧ୍ୟାତ୍ମିକ ଐତିହ୍ୟ ସହ କଳ୍ପନାକୁ ଆକର୍ଷିତ କରୁଥିବା ଦ୍ୱାରକାରେ ପ୍ରଧାନମନ୍ତ୍ରୀ ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଜଳରାଶିରେ ସେ ମୟୂର ପର ମଧ୍ୟ ଅର୍ପଣ କରିଥିଲେ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ପାଣିରେ ବୁଡ଼ି ରହିଥିବା ଦ୍ୱାରକା ସହରରେ ପ୍ରାର୍ଥନା କରିବା ବେଶ୍ ଦିବ୍ୟ ଅନୁଭୂତି ଥିଲା । ମୋତେ ଆଧ୍ୟାତ୍ମିକ ବୈଭବ ଏବଂ ଶାସ୍ୱତ ଭକ୍ତିର ଏକ ପ୍ରାଚୀନ ଯୁଗ ସହ ସଂଯୋଗ ଅନୁଭବ ହେଲା । ଭଗବାନ ଶ୍ରୀକୃଷ୍ଣ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ।’
SR
(Release ID: 2009183)
Visitor Counter : 89
Read this release in:
English
,
Urdu
,
Marathi
,
Hindi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam