ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବାରାଣସୀ ହିନ୍ଦୁ ବିଶ୍ୱବିଦ୍ୟାଳୟଠାରେ ସାଂସଦ ସଂସ୍କୃତ ପ୍ରତିଯୋଗିତା ପୁରସ୍କାର ବିତରଣ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

Posted On: 23 FEB 2024 2:21PM by PIB Bhubaneshwar

ବାରାଣସୀ ହିନ୍ଦୁ ବିଶ୍ୱବିଦ୍ୟାଳୟଠାରେ ସାଂସଦ ସଂସ୍କୃତ ପ୍ରତିଯୋଗିତା ପୁରସ୍କାର ବିତରଣ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇଛନ୍ତି । ସେ ପାର୍ବତୀ ପତିମହାଦେବଙ୍କୁ ପ୍ରଣାମ ଜଣାଇ ଅଭିଭାଷଣ ଆରମ୍ଭ କରି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଜୀ, କାଶୀ ବିଦ୍ୱତ୍ ପରିଷଦର ଅଧ୍ୟକ୍ଷ ପ୍ରଫେସର ବଶିଷ୍ଠ ତ୍ରିପାଠୀଜୀ, କାଶୀ ବିଶ୍ୱନାଥ ନ୍ୟାସ ପରିଷଦର ଅଧ୍ୟକ୍ଷ ପ୍ରଫେସର ନଗେନ୍ଦ୍ର ଜୀ, ରାଜ୍ୟ ସରକାରଙ୍କର ଉପସ୍ଥିତ ମନ୍ତ୍ରୀଗଣ ଏବଂ ଅନ୍ୟ ଜନ ପ୍ରତିନିଧିଗଣ, ସମ୍ମାନିତ ବିଦ୍ୱାନ ଜନ, ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସାଥୀ, ଉପସ୍ଥିତ ମହିଳା ଏବଂ ସଜ୍ଜନମାନଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ‘ଆପଣ ସମସ୍ତେ ମୋ ପରିବାରର ଲୋକ ମୋର ପ୍ରଣାମ ଗ୍ରହଣ କରନ୍ତୁ । ମହାମନାଗଣ, ଉପସ୍ଥିତ ଥିବା ଏହି ପ୍ରାଙ୍ଗଣରେ ଆପଣମାନଙ୍କ ଗହଣରେ, ସମସ୍ତ ବିଦ୍ୱାନମାନଙ୍କ ଗହଣରେ ବିଶେଷକରି ଯୁବ ବିଦ୍ୱାନମାନଙ୍କ ଗହଣରେ ଉପସ୍ଥିତ ହୋଇ ଜ୍ଞାନର ଗଙ୍ଗାରେ ବୁଡ ପକାଇବା ଭଳି ମୁଁ ଅନୁଭବ କରୁଛି । ଯେଉଁ କାଶୀକୁ ସମୟ ଠାରୁ ମଧ୍ୟ ପ୍ରାଚୀନ କୁହାଯାଏ, ଯାହାର ପରିଚୟ ହେଉଛି ଆମର ଆଧୁନିକ ଯୁବାପିଢି, ଏହି ମାନେ ଆଜି ଦାୟିତ୍ୱ ସମ୍ପନ୍ନ ହେବା ସହ ଏମାନଙ୍କୁ ନେଇ କାଶୀ ସଶକ୍ତ ହେଉଛି । ଏହି ଦୃଶ୍ୟ ଦେଖି ମୋ ହୃଦୟରେ ସନ୍ତୋଷ ଭରି ଯାଉଛି । ଏହି ଦୃଶ୍ୟ ମନରେ ଗୌରବର ଅନୁଭୂତି ଭରି ଦେଉଛି । ଆଉ ମଧ୍ୟ ଏ ଦୃଶ୍ୟ ମନରେ ଏକ ବିଶ୍ୱାସ ଭରି ଦେଉଛି ଯେ ଅମୃତ କାଳରେ ଦେଶକୁ ଏକ ନୂଆ ଉଚ୍ଚସ୍ତରକୁ ସମଗ୍ର ଯୁବ ସମାଜ ନେଇଯାଇ ପାରିବେ । ଆହୁରି ମଧ୍ୟ କାଶୀ ଏମିତି ବି ସର୍ବ ବିଦ୍ୟାର ରାଜଧାନୀ ଅଟେ । ଆଜି କାଶୀର ସେହି ସାମର୍ଥ୍ୟ, ସେହି ସ୍ୱରୂପ ପୁଣି ଥରେ ମନ ଭିତରକୁ ଆସିଯାଉଛି । ଏହା ସମଗ୍ର ଭାରତ ପାଇଁ ଏକ ଗୌରବର ବିଷୟ । ବର୍ତ୍ତମାନ ମୋତେ କାଶୀ ସାଂସଦ ସଂସ୍କୃତ ପ୍ରତିଯୋଗିତା, କାଶୀ ଜ୍ଞାନ ପ୍ରତିଯୋଗିତା ଏବଂ କାଶୀ ସାଂସଦ ଫଟୋଗ୍ରାଫି ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରିବାର ସୁଯୋଗ ମିଳିଛି । ଏହି ସମସ୍ତ ବିଜେତାମାନଙ୍କର ପରିଶ୍ରମ ଏବଂ ପ୍ରତିଭା ପାଇଁ ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି । ସେମାନଙ୍କ ପରିବାରବର୍ଗକୁ ଶୁଭେଚ୍ଛା ଜଣାଉଛି, ସେମାନଙ୍କ ଗୁରୁଜନମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛି । ଯେଉଁ ଯୁବ ଗୋଷ୍ଠୀ ସଫଳତାର କେତେ ପାଦ ପଛରେ ରହିଗଲେ ଆଉ କିଛି ଅଟକି ରହିଗଲେ ମୁଁ ସେମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି । ଆପଣମାନେ ସମସ୍ତେ କାଶୀର ଜ୍ଞାନ ପରମ୍ପରାର ଏକ ଅଂଶଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ଏବଂ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଏହା ସ୍ୱଂୟ ଏକ ବହୁତ ବଡ ଗୌରବ । ଆପଣମାନଙ୍କ ମଧ୍ୟରେ କୌଣସି ବି ସାଥି ହାରିଯାଇନାହାନ୍ତି କିମ୍ବା ପଛେଇ ଯାଇନାହାନ୍ତି । ଆପଣମାନେ ଏହି ଅଂଶଗ୍ରହଣ ମାଧ୍ୟମରେ ଅନେକ ନୂଆ କଥା ଶିଖିଛନ୍ତି, ଆଉ ଅନେକ ପାଦ ଆଗକୁ ମଧ୍ୟ ଆସିଛନ୍ତି । ସେଥିପାଇଁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତେ ଧନ୍ୟବାଦର ପାତ୍ର ଅଟନ୍ତି । ଏ ପ୍ରକାର ଏକ ଆୟୋଜନ ପାଇଁ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ନ୍ୟାସ, କାଶୀ ବିଦ୍ୱତ୍ ପରିଷଦ ଏବଂ ସମସ୍ତ ବିଦ୍ୱାନମାନଙ୍କୁ ମୁଁ ଆଦର ପୂର୍ବକ ଧନ୍ୟବାଦ ଜଣାଉଛି । ଆପଣଙ୍କ କାଶୀର ସାଂସଦଭାବରେ ଜ୍ଞାନକୁ ସାକାର କରିବାରେ ମୁଁ ବହୁତ ବଡ ଭୂମିକା ଗ୍ରହଣ କରିଛି । ଅଭୂତପୂର୍ବ ସହଯୋଗ ମଧ୍ୟ କରିଛି । ଗତ ୧୦ବର୍ଷରେ କାଶୀର ଯେଉଁ ସମସ୍ତ ବିକାଶ କାର୍ଯ୍ୟ ହୋଇଛି ସେ ସବୁ ସମ୍ପର୍କରେ ବିସ୍ତୃତ ସୂଚନା ଥିବା ଦୁଇଟି ପୁସ୍ତକ ଆଜି ଉନ୍ମୋଚନ କରାଯାଇଛି । ଏହା ବ୍ୟତୀତ ଯେତେ ବି ସବୁ ସାଂସଦ ପ୍ରତିଯୋଗିତା କାଶୀରେ ଆୟୋଜନ କରାଯାଇଛି ସେସବୁ ସମ୍ପର୍କରେ ଛୋଟ ଛୋଟ ପୁସ୍ତକ ପ୍ରକାଶ ପାଇଛି । ଏଥି ପାଇଁ ମୁଁ ସମସ୍ତ କାଶୀବାସୀଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ।’

କିନ୍ତୁ ବନ୍ଧୁଗଣ, 

ଆପଣମାନେ ମଧ୍ୟ ଜାଣିଛନ୍ତି ଆମେ ସମସ୍ତେ କେବଳ ନିମିତ୍ତମାତ୍ର । କାଶୀରେ ଯାହା କିଛି ହେଉଛି ସେ ସବୁ ମହାଦେବ ଏବଂ ସେମାନଙ୍କର ଗଣମାନେ କରୁଛନ୍ତି । ଯେଉଁଠାରେ ମହାଦେବଙ୍କର କୃପା ରହିଛି, ସେହି ମାଟି ନିଜେ ନିଜେ ହିଁ ସମୃଦ୍ଧ ହୋଇଯାଏ । ଏହି ସମୟରେ ମହାଦେବ ମଧ୍ୟ ନିଶ୍ଚୟ ଆନନ୍ଦରେ ଥିବେ, ଖୁବ୍ ପ୍ରସନ୍ନ ମଧ୍ୟ ରହିଥିବେ ମହାଦେବ । ସେଥିପାଇଁ ମହାଦେବଙ୍କର ଆଶିଷ ଲାଭପୂର୍ବକ ୧୦ବର୍ଷ ମଧ୍ୟରେ କାଶୀର ଚାରିଆଡେ ଏବଂ ବିଭିନ୍ନ ଦିଗରେ ବିକାଶର ଡମ୍ବୁରୁ ବାଜୁଛି । ଆଜି ପୁଣି ଥରେ ଏହି ଡମ୍ବରୁ ବାଜୁଛି, କାଶୀର ମୋ ପରିବାରର ଲୋକମାନଙ୍କ ନିମନ୍ତେ କୋଟି କୋଟି ଟଙ୍କାର ଯୋଜନା ଲୋକାର୍ପଣ ହୋଇଛି । ଶିବରାତ୍ରି ଏବଂ ରଙ୍ଗଭରି ଏକାଦଶୀ ପୂର୍ବରୁ କାଶୀରେ ଆଜି ବିକାଶର ଉତ୍ସବ ପାଳନ କରାଯ।।ଉଛି । ଏହି ମଞ୍ଚ ଉପରକୁ ଆସିବା ପୂର୍ବରୁ ମୁଁ କାଶୀ ସାଂସଦ ଫଟୋଗ୍ରାଫି ପ୍ରତିଯୋଗିତା ଗ୍ୟାଲେରୀ ଦେଖୁଥିଲି । ୧୦ବର୍ଷରେ ବିକାଶର ଗଙ୍ଗା କାଶୀରେ ପ୍ରବାହିତ ହେଉଛି, କାଶୀ କେତେ ଦ୍ରୁତଗତିରେ ବଦଳୁଛି ଏସବୁ ଆପଣମାନେ ସାକ୍ଷାତରେ ଦେଖୁଛନ୍ତି । ମୁଁ ଯଦି ଠିକ୍ ନ କହୁଛି, ତେବେ ଆପଣମାନେ କୁହନ୍ତୁ, ଏଥିରୁ ସବୁ କିଛି ଜଣାପଡିଯିବ । ମୁଁ ଯାହା କହୁଛି ସେଥିରେ ପରିବର୍ତ୍ତନ ହୋଇଛି ଏବଂ ସନ୍ତୋଷ ମିଳୁଛି । କିନ୍ତୁ ଯେଉଁ ଛୋଟ ଛୋଟ ଶିଶୁମାନେ କାଶୀରେ ଜନ୍ମ ନେଇଛନ୍ତି, ସେମାନେ କାଶୀର ପୂର୍ବ ରୂପକୁ ଦେଖିନାହାନ୍ତି । ସେମାନଙ୍କ ପାଇଁ ଭଲ କଥା ହେଲା, ସେମାନେ ଭଲ କାଶୀ ଦେଖୁଛନ୍ତି । ଏହା ହେଉଛି ମୋ କାଶୀର ସାମର୍ଥ୍ୟ ଏବଂ ଏହି କାଶୀର ଲୋକମାନଙ୍କ ପାଇଁ ସମ୍ମାନ । ଏହା ହିଁ ମହାଦେବଙ୍କ କୃପାର ଶକ୍ତି । କାଶୀର ବିଶ୍ୱନାଥ ଯାହାକୁ କୃପା ଦୃଷ୍ଟିରେ ଦେଖନ୍ତି, ତାକୁ କିଏ ଅଟକାଇ ପାରିବ । ଏଥିପାଇଁ ବନାରସର ସବୁ କିଛି ଶୁଭ ସମ୍ଭବ ହୋଇଛି । ଲୋକମାନେ ହାତ ଉଠାଇ ନମୋ ପାର୍ବତୀ ପତୟେ, ହର ହର ମହାଦେବ କୁହନ୍ତୁ ।’

ବନ୍ଧୁଗଣ,

କାଶୀ କେବଳ ଆମର ବିଶ୍ୱାସର ତୀର୍ଥ ନୁହେଁ, ଏହା ଭାରତର ଶାସକ ଚେତନା ଜାଗ୍ରତ କେନ୍ଦ୍ର ଥିଲା । ଏମିତି ଏକ ସମୟ ଥିଲା ଯେତେବେଳେ ଭାରତର ସମୃଦ୍ଧିର ଗାଥା ସମଗ୍ର ବିଶ୍ୱରେ ପ୍ରଚାରିତ ହୋଇଯାଇଥିଲା, ଏହା ପଛରେ ଭାରତର କେବଳ ଆର୍ଥିକ ଶକ୍ତି ନ ଥିଲା । ଏହା ପଛରେ ଭାରତର ସାଂସ୍କୃତିକ ସମୃଦ୍ଧି ଏବଂ ସାମାଜିକ ଓ ଆଧ୍ୟାତ୍ମିକ ସମୃଦ୍ଧି ରହିଥିଲା । କାଶୀ ଭଳି ପବିତ୍ର ତୀର୍ଥସ୍ଥାନ ଓ ବିଶ୍ୱନାଥ ଧାମ ଭଳି ଆମର ମନ୍ଦିର ରାଷ୍ଟ୍ର ପ୍ରଗତିର ଯଜ୍ଞଶାଳା ଥିଲା । ଯେଉଁଠାରେ ସାଧନା ଓ ଅଧ୍ୟୟବସାୟ ହେଉଥିଲା ଶାସ୍ତ୍ରର ଅର୍ଥ ମଧ୍ୟ ଆଲୋଚନା ହେଉଥିଲା । ଏଠାରେ ସମ୍ବାଦ ମଧ୍ୟ ହେଉଥିଲା ଶୋଧନ ମଧ୍ୟ ହେଉଥିଲା । ଏଠାରେ ସଂସ୍କୃତିର ସ୍ରୋତ ରହିଥିଲା ଏବଂ ସାହିତ୍ୟ ଓ ସଙ୍ଗୀତର ନଦୀ ମଧ୍ୟ ପ୍ରବାହିତ ହେଉଥିଲା । ତେଣୁ ଆପଣମାନେ ଦେଖନ୍ତୁ, ଭାରତ ଯେତେଗୁଡିଏ ମଧ୍ୟ ନୂଆ ବିଜ୍ଞାନ ଦେଇଛି ଏହାର ସମ୍ପର୍କ କୌଣସି ନା କୌଣସି ସାଂସ୍କୃତିକ କେନ୍ଦ୍ର ସହିତ ରହିଛି। କାଶୀର ଉଦାହରଣ ଆମ ସମ୍ମୁଖରେ ଅଛି । କାଶୀ ହେଉଛି ଶିବଙ୍କର ନଗରୀ । ଏହା ବୁଦ୍ଧଙ୍କ ଉପଦେଶର ଭୂମି । ଜୈନ ତୀର୍ଥଙ୍କର ମାନଙ୍କର ଜନ୍ମସ୍ଥଳୀ ମଧ୍ୟ ଅଟେ । ଆହୁରି ମଧ୍ୟ ଆଦି ଶଙ୍କରାଚାର୍ଯ୍ୟଙ୍କୁ ଏହିଠାରେ ଜ୍ଞାନ ମିଳିଥିଲା । ସମଗ୍ର ଦେଶରୁ ଏବଂ ସମଗ୍ର ବିଶ୍ୱର ପ୍ରତିକୋଣରୁ ଜ୍ଞାନ ପରିଶୋଧନ ଏବଂ ଶାନ୍ତିର ସନ୍ଧାନ କରୁଥିବା ଲୋକମାନେ କାଶୀକୁ ଆସନ୍ତି । ବିଶ୍ୱର ସମସ୍ତ ଅଞ୍ଚଳର, ସମସ୍ତ ଭାଷା. ସମସ୍ତ ଉପଭାଷାର, ସମସ୍ତ ସଙ୍ଗୀତଶାସ୍ତ୍ରର ପ୍ରେମୀମାନେ କାଶୀକୁ ଆସି ଏହିଠାରେ ବସବାସ କରିଛନ୍ତି । ଯେଉଁ ସ୍ଥାନରେ ଏତେ ଗୁଡିଏ ବିବିଧତା ରହିଥାଏ ସେଠାରେ ନୂଆ ନୂଆ ବିଚାରଧାରାର ଜନ୍ମ ହୋଇଥାଏ । ଯେଉଁଠାରେ ନୂଆ ବିଚାରର ସୃଷ୍ଟି ହୁଏ, ସେଠାରେ ପ୍ରଗତିର ନୂଆ ସମ୍ଭାବନାର ମଧ୍ୟ ସୃଷ୍ଟି ହୁଏ ।’

ଭାଇ ଓ ଭଉଣୀଗଣ, 

ସେଥିପାଇଁ ବିଶ୍ୱନାଥ ଧାମର ଲୋକାର୍ପଣ ଅବସରରେ ମୁଁ କହିଥିଲି ଯେ ବିଶ୍ୱନାଥ ଧାମ ଭାରତକୁ ଏକ ନିର୍ଣ୍ଣାୟକ ଦିଗ୍‌ଦର୍ଶନ ଦେବ । ଭାରତକୁ ଏକ ଉଜ୍ଜ୍ୱଳ ଭବିଷ୍ୟତର ନୂଆ ଦିଗ ଆଡକୁ ନେଇଯିବ । ଏକଥା ଆପଣମାନଙ୍କର ମନେ ଥାଇପାରେ, ସେ କଥା ମୁଁ କହିଥିଲି ବୋଲି ଆପଣମାନେ ମନେ ପକାନ୍ତୁ । ବର୍ତ୍ତମାନ ଆପଣମାନେ ଦେଖନ୍ତୁ ପରିବର୍ତ୍ତନ ହୋଇଛି କି ନାହିଁ, କାର୍ଯ୍ୟ ହୋଇଛି କି ନାହିଁ । ଆପଣମାନେ ଭବ୍ୟ ରୂପରେ ବିଶ୍ୱନାଥଧାମ ଏବଂ ଏକ ନିର୍ଣ୍ଣାୟକ ଭବିଷ୍ୟତ ଦିଗରେ ଭାରତକୁ ନେଇଯିବାର ପୁଣି ଥରେ ଏକ ଭୂମିକାର ଅବସର ଆସୁଛି । ବିଶ୍ୱନାଥ ପରିସରରେ ମୁଁ ଆଜି ସମଗ୍ର ଦେଶର ବିଦ୍ୱାନମାନଙ୍କୁ ନେଇ ଅନୁଷ୍ଠିତ ହେଉଥିବା ବିଦ୍ୱତ ସଂଗୋଷ୍ଠୀ ଆଲୋଚନା ହେଉଥିବା ଦେଖୁଛୁ । ବିଶ୍ୱନାଥ ମନ୍ଦିର ନ୍ୟାସ ଶାସ୍ତ୍ରାର୍ଥର ପରମ୍ପରାକୁ ମଧ୍ୟ ପୁନର୍ଜୀବିତ କରୁଛି । କାଶୀରେ ଶାସ୍ତ୍ରୀୟ ସ୍ୱର ସହିତ ଶାସ୍ତ୍ରାର୍ଥର ସମ୍ବାଦ ମଧ୍ୟ ଗୁଞ୍ଜରିତ ହେଉଛି । ଏହା ଫଳରେ ସମଗ୍ର ଦେଶର ବିଦ୍ୱାନମାନଙ୍କର ଚିନ୍ତାଧାରା ଆଦାନପ୍ରଦାନ ବଢିବ । ଏହା ଫଳରେ ପ୍ରାଚୀନ ଜ୍ଞାନର ସଂରକ୍ଷଣ ହେବ । ନୂଆ ବିଚାରର ସୃଷ୍ଟି ମଧ୍ୟ ହେବ । କାଶୀ ସାଂସଦ ସଂସ୍କୃତ ପ୍ରତିଯୋଗିତା ଏବଂ କାଶୀ ସାଂସଦ ଜ୍ଞାନ ପ୍ରତିଯୋଗିତା ମଧ୍ୟ ଏହି ଉଦ୍ୟମର ଏକ ଅଂଶ ଅଟେ । ସଂସ୍କୃତ ପଢୁଥିବା ହଜାର ହଜାର ଯୁବକଙ୍କୁ ପୁସ୍ତକ, ବସ୍ତ୍ର ଏବଂ ଜରୁରୀ ଆବଶ୍ୟକତା ପରିପୂରଣ ପାଇଁ ସାମଗ୍ରୀ ଦିଆଯିବା ସହିତ ବୃତ୍ତି ମଧ୍ୟ ଦିଆଯିବାର ବ୍ୟବସ୍ଥା କରାଯାଉଛି । ଶିକ୍ଷକମାନଙ୍କୁ ମଧ୍ୟ ସହାୟତା ଦିଆଯାଉଛି । କେବଳ ଏତିକି ନୁହେଁ କାଶୀ ତାମିଲ ସଙ୍ଗମମ୍ ଏବଂ ଗଙ୍ଗା ପୁଷ୍କରିଣୀ ମହୋତ୍ସବ ଭଳି ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନକୁ ବିଶ୍ୱନାଥ ଧାମର ଏକ ଅଂଶ ଭାବରେ ସ୍ଥାନ ଦିଆଯାଇଛି । ଆଦିବାସୀ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ସାମାଜିକ ବିଶ୍ୱାସର ଏକ କେନ୍ଦ୍ରରେ ସାମାଜିକ ସମାବେଶର ଏକ ସଂକଳ୍ପକୁ ଶକ୍ତି ମିଳୁଛି । ବିଦ୍ୱତ୍ ପରିଷଦ ଦ୍ୱାରା ଆଧୁନିକ ବିଜ୍ଞାନ ଦୃଷ୍ଟିରୁ ପ୍ରାଚୀନ ଜ୍ଞାନର ଦୃଷ୍ଟିରେ ନୂଆ ସଂଶୋଧନ ମଧ୍ୟ କରାଯାଉଛି । ମୋତେ ଏକଥା କୁହାଯାଇଛି ଯେ ମନ୍ଦିର ନ୍ୟାସ ପକ୍ଷରୁ ସହର ଅନେକ ସ୍ଥାନରେ ନିଃଶୁଳ୍କ ଭୋଜନର ବ୍ୟବସ୍ଥା ଆରମ୍ଭ କରାଯାଉଛି । ମନ୍ଦିର ଏହା ସୁନିଶ୍ଚିତ କରୁଛି ଯେ ମା’ ଅନ୍ନପୂର୍ଣ୍ଣାଙ୍କ ନଗରରେ କେହି କ୍ଷୁଧାରେ ରହିବେ ନାହିଁ । ଅନ୍ୟ ଅର୍ଥରେ କହିଲେ ଆଶା ଓ ବିଶ୍ୱାସର କେନ୍ଦ୍ର କୌଣସି ପ୍ରକାରରେ ସାମାଜିକ ଏବଂ ରାଷ୍ଟ୍ରୀୟ ସଂକଳ୍ପ ନିମନ୍ତେ ଶକ୍ତିର ଉତ୍ସରେ ପରିଣତ ହୋଇପାରେ । ନୂଆ କାଶୀ ନୂଆ ଭାରତ ପାଇଁ ପ୍ରେରଣାର ଉତ୍ସଭାବରେ ଉଭା ହୋଇଛି । ମୁଁ ଆଶା କରୁଛି ଯେ, ଏହି ସ୍ଥାନରୁ ଯୁବଗୋଷ୍ଠୀମାନେ ସମଗ୍ର ବିଶ୍ୱରେ ଭାରତୀୟ ଜ୍ଞାନ ପରମ୍ପରା ଏବଂ ସଂସ୍କୃତିର ଧ୍ୱଜାଧାରୀ ହୋଇ ବାହାରିବେ । ବାବା ବିଶ୍ୱନାଥଙ୍କର ଏହି ଭୂମି ବିଶ୍ୱ କଲ୍ୟାଣର ସଂକଳ୍ପ ଭୂମିର ସାକ୍ଷୀରେ ପରିଣତ ହେବ।’

ବନ୍ଧୁଗଣ, 

ଆମର ଜ୍ଞାନ ବିଜ୍ଞାନ ଓ ଅଧ୍ୟାତ୍ମିକ ଉତ୍‌ଥାନର କ୍ଷେତ୍ରରେ ଯେଉଁ ଭାଷାଗୁଡିକର ସବୁଠାରୁ ବଡ ଭୂମିକା ରହିଛି, ସଂସ୍କୃତ ସେଗୁଡିକ ମଧ୍ୟରୁ ଅନ୍ୟତମ । ଭାରତ ହେଉଛି ଏକ ବିଚାର, ସଂସ୍କୃତ ହେଉଛି ଏହାର ଅଭିବ୍ୟକ୍ତିର ମାଧ୍ୟମ । ଭାରତ ହେଉଛି ଏକ ଯାତ୍ରା, ସଂସ୍କୃତ ହେଉଛି ଏହାର ଇତିହାସର ଏକ ମୁଖ୍ୟ ଅଧ୍ୟାୟ । ଭାରତ ହେଉଛି ବିବିଧତା ମଧ୍ୟରେ ଏକତାର ଭୂମି । ସଂସ୍କୃତ ହେଉଛି ଏହା ଉଦ୍‌ଗମ୍ କ୍ଷେତ୍ର । ସେଥିପାଇଁ ଆମର ଏଠାରେ ଏକ ପ୍ରହେଳିକା ରହିଛି ଯେ ଭାରତର ପ୍ରତିଷ୍ଠାରେ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଭଳି ଏକ ସମୟ ଥିଲା ଯେତେବେଳେ ବୈଜ୍ଞାନିକ ଆବିଷ୍କାରର ଭାଷା ସଂସ୍କୃତ ଥିଲା । ଶାସ୍ତ୍ରୀୟ ଜ୍ଞାନର ଭାଷା ମଧ୍ୟ ସଂସ୍କୃତ ଥିଲା । ମହାକାଶ ବିଜ୍ଞାନ କ୍ଷେତ୍ରରେ ସୂର୍ଯ୍ୟ ସିଦ୍ଧାନ୍ତ ଭଳି ଗ୍ରନ୍ଥ ହେଉ କିମ୍ବା ଗଣିତରେ ଆର୍ଯ୍ୟଭଟ୍ଟ ଓ ଲୀଳାବତୀ ହେଉ, ମେଡିକାଲ ବିଜ୍ଞାନ କ୍ଷେତ୍ରରେ ଚରକ ଓ ଶୁଶ୍ରୁତ ସଂହିତା ହେଉ କିମ୍ବା ବୃହତ ସଂହିତା ହେଉ ଏ ସମସ୍ତ ଗ୍ରନ୍ଥ ସଂସ୍କୃତରେ ଲେଖା ହୋଇଥିଲା । ଏହା ସହିତ ସାହିତ୍ୟ, ସଙ୍ଗୀତ ଓ କଳାର ଅନେକ ବିଦ୍ୟା ସଂସ୍କୃତ ଭାଷାରୁ ହିଁ ସୃଷ୍ଟି ଲାଭ କରିଛି । ଏହି ଠାରୁ ଭାରତର ଜ୍ଞାନର ପରିଚୟ ମିଳିଛି । ଯେଉଁ ବେଦର ଅଧ୍ୟୟନ କାଶୀରେ ହୁଏ ସେହି ବେଦ ଅଧ୍ୟୟନ ଆମେ କାଞ୍ଚିଠାରେ ମଧ୍ୟ ସମାନ ସଂସ୍କୃତ ଭାଷାରେ ହେଉଥିବା ଦେଖୁଛୁ । ଏହା ହେଉଛି ‘ଏକ ଭାରତ ଶ୍ରେଷ୍ଠ ଭାରତର ଶାଶ୍ୱତ ସ୍ୱର । ଏସବୁ ଭାରତକୁ ହଜାର ହଜାର ବର୍ଷ ଧରି ଗୋଟିଏ ରାଷ୍ଟ୍ର ରୂପରେ ଗଢି ରଖିଛି ।’

ବନ୍ଧୁଗଣ, 

ଆଜି କାଶୀ, ପରମ୍ପରା ଏବଂ ବିକାଶର ଏକ ମଡେଲ ରୂପରେ ପରିଣତ ହେବାକୁ ଯାଉଛି । ପରମ୍ପରା ଏବଂ ଆଧ୍ୟାତ୍ମିକତା ମଧ୍ୟରୁ କିଭଳି ଭାବେ ଆଧୁନିକତା ବିକାଶ ଲାଭ କରେ ତାହା ଆଜି ପୃଥିବୀ ଦେଖୁଛି । ରାମଲାଲାଙ୍କର ନିଜର ଭବ୍ୟ ମନ୍ଦିର ଏବଂ ସେଥିରେ ସେ ବିରାଜମାନ କରିବା ପରେ ଏବେ ଅଯୋଧ୍ୟା ମଧ୍ୟ ଏହିଭଳି ମହତ୍ୱ ରଖୁଛି । ଭଗବାନ ବୁଦ୍ଧଙ୍କ ସହିତ ସମ୍ପୃକ୍ତ ଥିବା ସ୍ଥାନଗୁଡିକରେ ମଧ୍ୟ ଆଧୁନିକ ଭିତ୍ତିଭୂମି ଏବଂ ବିଭିନ୍ନ ସୁବିଧାର ନିର୍ମାଣ କରାଯାଉଛି । ଉତ୍ତରପ୍ରଦେଶର କୁଶୀନଗରରେ ଆନ୍ତର୍ଜାତିକ ବିମାନ ବନ୍ଦରର ସୁବିଧା ମିଳିଲାଣି । ଏହିଭଳି ଅନେକ ପ୍ରକାରର କାମ ଆଜି ଦେଶରେ ହେଉଛି । ଆସନ୍ତା ୫ବର୍ଷରେ ମଧ୍ୟ ଦେଶ ଏହି ପ୍ରକାର ଆତ୍ମବିଶ୍ୱାସ ଏବଂ ବିକାଶକୁ ମଧ୍ୟ ତ୍ୱରାନ୍ୱିତ କରିବ । ଦେଶର ସଫଳତାର ଏକ ନୂଆ ପରିଚୟ ସୃଷ୍ଟି ହେବ । ଏହା ମୋଦୀ ଦେଇଥିବା ଗ୍ୟାରେଣ୍ଟି । ଏହା ମୋଦୀଙ୍କର ଦିଆଯାଇଥିବା ଗ୍ୟାରେଣ୍ଟି ଏବଂ ଆପଣମାନେ ମଧ୍ୟ ଜାଣିଛନ୍ତି ଯେ ମୋଦୀଙ୍କର ଗ୍ୟାରେଣ୍ଟି ହେଉଛି, ଗ୍ୟାରେଣ୍ଟି ପୁରା ଗ୍ୟାରେଣ୍ଟି । ମୁଁ ବର୍ତ୍ତମାନ ସାଂସଦର ସଦସ୍ୟ ଅଛି କିନ୍ତୁ ପ୍ରତିଥର କିଛି ନା କିଛି କାମ ନେଇ ଆସୁଛି । ମୋ ପାଇଁ ବି ନେଇ ଆସୁଛି, ଆପଣମାନଙ୍କ ପାଇଁ ବି ନେଇ ଆସୁଛି । ଏହିଭଳି କାର୍ଯ୍ୟ କରିବେ କି ନାହିଁ ? ଦେଖନ୍ତୁ ମୁଁ ଯେତେଗୁଡିଏ କଥା କହିଲି, ପ୍ରତ୍ୟେକ କଥା ସହିତ ଏତେ ସୁନ୍ଦରଭାବରେ ଏଠାକାର ଲୋକମାନେ ଏସବୁକୁ କରିଚାଲିଲେ, ସମସ୍ତେ ଏହା ସହିତ ସମ୍ପୃକ୍ତ ହୋଇଗଲେ, ଏବଂ ଏକ ନୂଆ ଚେତନା ଏବଂ ନୂଆ ପିଢି ଆସି ପହଞ୍ଚିଗଲା । ଏଭଳି ଆସ୍ପର୍ଦ୍ଧା ଦେଖାଇବା ସାଧାରଣ କଥା ନୁହେଁ । ଯାହା ମୋର ଏବଂ ସମସ୍ତଙ୍କର ଲକ୍ଷ୍ୟ ଅଟେ । ଏସବୁ ସମସ୍ତଙ୍କର ଉଦ୍ୟମ ଯୋଗୁଁ ସଫଳତାର ଏକ ଦୃଷ୍ଟାନ୍ତ । ଆସନ୍ତା ସମୟରେ ମୁଁ ଏକଥା ଚାହିଁବି ଯେ, ପ୍ରତ୍ୟେକ ପର୍ଯ୍ୟଟନ ସ୍ଥଳ ବିକଶିତ ହେଉ, ଏହା ଉପରେ ପୋଷ୍ଟକାର୍ଡ ଛପାଯାଉ, ଏହି ପୋଷ୍ଟକାର୍ଡ ଆଗପଟେ ଏକ ସ୍ୱତନ୍ତ୍ର ଫଟୋଚିତ୍ର ରହିବ ଏବଂ ପଛପଟେ ଦୁଇଧାଡି ଲେଖିବା ପାଇଁ ସ୍ଥାନ ରହିବ । ମୁଁ ଚାହୁଁଛି ଯେ ଯେଉଁ ଫଟୋ ପ୍ରତିଯୋଗିତା ହେଉଛି ଏଥିରେ ସର୍ବୋକୃଷ୍ଣ ଚିତ୍ରଗୁଡିକ ଉପରେ ଏକ ଭୋଟିଂ ବ୍ୟବସ୍ଥା ହେଉ । କାଶୀରେ ଏ ପ୍ରକାରର ଏକ ଭୋଟ ବ୍ୟବସ୍ଥା ହୋଇ ସର୍ବୋକୃଷ୍ଣ ଯେଉଁ ୧୦ଟି ଚିତ୍ର ଆସିବ, ଏହାକୁ ପୋଷ୍ଟକାର୍ଡରେ ଛପାଯାଇ ପର୍ଯ୍ୟଟକ ମାନଙ୍କୁ ବିକ୍ରି କରିବାର କାର୍ଯ୍ୟକ୍ରମ ହେବା ଉଚିତ । ପ୍ରତିବର୍ଷ ଏଭଳି ଫଟୋ ପ୍ରତିଯୋଗିତା ହେବା ଉଚିତ । ଏହା ଫଳରେ ପ୍ରତିବର୍ଷ ନୂଆ ନୂଆ ଦଶଟି ଲେଖାଏଁ ଫଟୋ ଆସିବ । କିନ୍ତୁ ଏସବୁ ଭୋଟିଂ ମାଧ୍ୟମରେ ହେବା ଉଚିତ। କାଶୀର ଅଧିବାସୀମାନେ ଭୋଟିଂ ମାଧ୍ୟମରେ ଏ ପ୍ରକାର ଫଟୋକୁ ଆଗକୁ ଆଣିବା ଉଚିତ । ଯେତେସବୁ ଫଟୋ ଏପର୍ଯ୍ୟନ୍ତ ବାହାରିଛି ଏହା ଉପରେ ଆଉ ଏକ ଅନ୍‌ଲାଇନ ପ୍ରତିଯୋଗିତା ହେବା ଆବଶ୍ୟକ । କ’ଣ ଆପଣମାନେ ଏସବୁ କରିପାରିବେ ?’

ମୁଁ ଆପଣମାନଙ୍କୁ ଆଉ ଗୋଟିଏ କାମ ଦେଉଛି, ଯେମିତି ଫଟୋଗ୍ରାଫି ଭଳି ଆଉ ଗୋଟିଏ କାମକୁ କିଛି ଲୋକେ ନିଜ ମୋବାଇଲରେ ବି ଉଠାଇ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଉଛନ୍ତି । ଆମେ ଆଉ ଏକ ଏଭଳି କାମ କରିବା ଯେଉଁଠାରେ ଲୋକମାନେ ବିଭିନ୍ନ ସ୍ଥାନରେ ନିଜ ଇଚ୍ଛା ଅନୁସାରେ ବସିଥିଲେ ଏବଂ ନିର୍ଦ୍ଦିଷ୍ଟ ଆକାରର କାଗଜର ଏହାର ଏକ ସ୍କେଚ୍ ଅଙ୍କନ କରିବେ । ଆଉ ଏଥିମଧ୍ୟରୁ ଯିଏ ସର୍ବୋତ୍ତମ ଚିତ୍ରାଙ୍କନ ହେବ, ଏଥିପାଇଁ ପୁରସ୍କାର ମଧ୍ୟ ଦିଆଯିବ । ପରେ ଯେଉଁସବୁ ପୋଷ୍ଟକାର୍ଡ ପ୍ରକାଶ ପାଇବ, ସେଥିରେ ମଧ୍ୟ ଏହିଭଳି ଚିତ୍ରାଙ୍କନକୁ ନେଇ ୧୦ଟି ପୋଷ୍ଟକାର୍ଡ ବାହାରିବ । କ’ଣ ଆପଣମାନେ କରିପାରିବେ ? ଏଥର କାହିଁକି ସ୍ୱର ନରମି ଯାଉଛି । ହଁ ଏଥର ସ୍ୱର ଉଠିଲା ।’

‘ମୁଁ ତୃତୀୟ କାମଟି ମଧ୍ୟ ଦେଉଛି । ଦେଖନ୍ତୁ କାଶୀକୁ କୋଟି କୋଟି ସଂଖ୍ୟାରେ ଲୋକମାନେ ଆସୁଛନ୍ତି । ସେମାନଙ୍କ ନିମନ୍ତେ ଗାଇଡ୍ ମାନଙ୍କର ବହୁତ ଆବଶ୍ୟକତା ରହିଛି । କାଶୀ ବିଷୟରେ ସେମାନଙ୍କୁ ବୁଝାଇବା ପାଇଁ ଓ ଜଣାଇବା ପାଇଁ କେହି ଜଣେ ରହିବା ଆବଶ୍ୟକ ବୋଲି ସେମାନେ ଅନୁଭବ କରୁଛନ୍ତି । ବହୁ ପରିଶ୍ରମ କରି ଯେଉଁ ଯାତ୍ରୀମାନେ କାଶୀକୁ ଆସୁଛନ୍ତି ସେମାନଙ୍କ ମନରେ କାଶୀର ପରିଚୟ ତାଙ୍କ ମନକୁ ଆଚ୍ଛାଦିତ କରିବା ଭଳି ସୂଚନା ଆବଶ୍ୟକ । ସେମାନଙ୍କ ମନ ଏବଂ ମସ୍ତିଷ୍କରେ ଏଭଳି ପ୍ରଭାବ ପଡିବା ଆବଶ୍ୟକ ଯେ କାଶୀ ସେମାନଙ୍କ ମନରୁ ଯେପରି ପାଶୋରି ହୋଇଯିବ ନାହିଁ । ଏଥିପାଇଁ ଜଣେ ଉତ୍ତମ ଗାଇଡ୍‌ଙ୍କର ଆବଶ୍ୟକତା ରହିଛି । ଆଉ ଏଥିପାଇଁ ସର୍ବୋତ୍ତମ ଗାଇଡମାନଙ୍କର ଏକ ପ୍ରତିଯୋଗିତା ହେଉ । ଲୋକମାନେ ଆସନ୍ତୁ ଏବଂ ଗାଇଡଭାବରେ ନିଜର କୃତିତ୍ୱ ପ୍ରଦର୍ଶନ କରନ୍ତୁ । ଏଥିରେ ଯେଉଁମାନେ ଭଲ ବିବେଚିତ ହେବେ, ସେମାନଙ୍କୁ ପୁରସ୍କାର ଏବଂ ପ୍ରମାଣପତ୍ର ଦିଆଯାଉ । ଭବିଷ୍ୟତରେ ଏହି ମାନେ ଗାଇଡ ରୂପରେ ନିଜର ଗୁଜରାଣ ମଧ୍ୟ ମେଣ୍ଟାଇ ପାରିବେ । ଏକ ନୂଆ କ୍ଷେତ୍ରର ବିକାଶ ହେବ । କ’ଣ ଏହା କରିପାରିବେ ? ଆପଣମାନେ କେବେ ବି ମନା କରୁନାହାନ୍ତି । ଏଥିପାଇଁ ପରୀକ୍ଷା ଦେବାର ଆବଶ୍ୟକତା ଅଛି ନା ନାହିଁ ! ଏହା ପରେ ଆପଣମାନଙ୍କ ଶିକ୍ଷକ କହିବେ ଯେ ପାର୍ଲାମେଣ୍ଟ ସଦସ୍ୟ ଏଭଳି ଅଟନ୍ତି ଯେ ଆମ ପିଲାମାନଙ୍କୁ ପାଠ ପଢାଇବା ବଦଳରେ କାମ କରାଉଛନ୍ତି । ଦେଖନ୍ତୁ ଆମ ମଧ୍ୟରେ ଯେତେ ପ୍ରକାର କୌଶଳ ବିକଶିତ ହେଉଛି ଏସବୁର ବିକାଶ ହେବା ଆବଶ୍ୟକ । ପ୍ରତିଭାର ବିକାଶ ନିମନ୍ତେ ପ୍ରତ୍ୟେକ ସୁଯୋଗକୁ ଉପଯୋଗ କରିବା ଆବଶ୍ୟକ । ପରମାତ୍ମା ପ୍ରତ୍ୟେକ ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରକାରର ଶକ୍ତି ଦେଇଛନ୍ତି । କିଛି ଲୋକ ଏହାକୁ ଉପଯୋଗ କରୁଛନ୍ତି ଆଉ କିଛି ଲୋକ ଏହାକୁ ଉପଯୋଗ ନ କରି ବସି ରହୁଛନ୍ତି ।

କାଶୀର ବିକାଶ ହେଉଛି, ସେତୁ ନିର୍ମାଣ ହେଉଛି, ରାସ୍ତା ନିର୍ମାଣ ହେଉଛି, ବଡ ବଡ ଭବନ ମଧ୍ୟ ନିର୍ମାଣ ହେଉଛି, ମୋତେ ଏହାର ପ୍ରତ୍ୟେକ ଲୋକଙ୍କୁ ପ୍ରଶଂସା କରିବାର ଅଛି, ପ୍ରତ୍ୟେକ ଲୋକଙ୍କର ମନକୁ ଉତ୍ସାହିତ କରିବାର ଅଛି ଏବଂ ଜଣେ ସେବକ ହୋଇ ଉତ୍ସାହିତ କରିବାର ଅଛି । ଏକ ବନ୍ଧୁଭାବରେ ଉତ୍ସାହିତ କରିବାର ଅଛି । ଆଙ୍ଗୁଠି ଧରି ଚାଲୁ ଚାଲୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାର ଅଛି । ଆଉ ଏଥିପାଇଁ ମୁଁ ସମସ୍ତ ବିଜେତାମାନଙ୍କର ଅନେକ ଶୁଭକାମନା କରୁଛି । ଏମିତି ବି ମୁଁ ବିଭିନ୍ନ କାର୍ଯ୍ୟକ୍ରମରେ ବିଳମ୍ବ ହୋଇଯାଉଛି । କିନ୍ତୁ ଏହି ସବୁ କାର୍ଯ୍ୟକ୍ରମ ଏଭଳି ଭାବରେ କରିବା ପାଇଁ ମୋ ମନ କହୁଛି, ଯେଉଁଠାରେ କି ଆପଣମାନଙ୍କ ସହିତ, ଲୋକମାନଙ୍କ ସହିତ ଆହୁରି ଅଧିକ ସମୟ ବିତାଇବାକୁ ଚାହୁଁଛି । ଏଠାରେ ବହୁତ ଲୋକ ଏମିତି ବି ଅଛନ୍ତି ଯେଉଁମାନେ ଚାହୁଛନ୍ତି ମୋ ସହିତ ଗୋଟିଏ ଫଟୋ ଉଠାନ୍ତେ । ମୋର ମଧ୍ୟ ସେଭଳି ଇଚ୍ଛା ହେଉଛି ଆପଣମାନଙ୍କ ସହିତ ଫଟୋ ଉଠାନ୍ତି । ଆପଣମାନେ କ’ଣ ଏ କ୍ଷେତ୍ରରେ ମୋତେ ସାହାଯ୍ୟ କରିବେ ? ଦେଖନ୍ତୁ ଏ କ୍ଷେତ୍ରରେ ସହଯୋଗ ସେତେବେଳେ ହେବ, ଯେତେବେଳେ ମୁଁ କହୁଥିବା କଥାକୁ ଆପଣମାନେ ପାଳନ କରିବେ । ମୁଁ ଯେପର୍ଯ୍ୟନ୍ତ ଏଠାରୁ ନ ଯାଇଛି, ସେପର୍ଯ୍ୟନ୍ତ କାହାରିଙ୍କୁ ଛିଡା ହେବା ଉଚିତ ନୁହେଁ । ମୁଁ ଏଠାକୁ ପରେ ଆସିବି ଏବଂ ପ୍ରତ୍ୟେକ ବ୍ଲକକୁ ଯାଇ ଛିଡା ହୋଇ ରହିବି । କ୍ୟାମେରା ବାଲା ମାନେ ମଞ୍ଚ ଉପରକୁ ଆସିବେ ଏବଂ ସେହିଠାରୁ ଫଟୋ ଉଠାଇବେ । ଠିକ୍ କହିଛି ତ ! କିନ୍ତୁ ଏ ସମସ୍ତ ଫଟୋକୁ ମୁଁ ମୋ ସହିତ ନେଇଯିବି । ଏଥିରେ ଆପଣମାନଙ୍କର କ’ଣ ଲାଭ ହେବ । କ’ଣ ହେବ ଏଥିରେ ଆପଣମାନଙ୍କର ଉପକାର ? ଏହି ପ୍ରଶ୍ନର ଉପାୟ ଅଛି, ଆପଣମାନଙ୍କୁ ପରେ କହିବି । ଆପଣମାନେ ନମୋ ଆପକୁ ଡାଉନଲୋଡ କରିବେ । ଏଥିରେ ଫଟୋର ଏକ ବିଭାଗ ଅଛି, ନିଜର ସେଲ୍‌ଫି ନେଇ ତାକୁ ଏଥିରେ ପକାଇବେ। ଏହା ପରେ ଏକ ବଟନକୁ ଦବାଇବେ । ଏହା ପରେ ଦେଖିବେ ଯେ ମୋ ସହିତ ଯେଉଁଠାରେ ବି ଯେତେପ୍ରକାର ଯେତେ ଫଟୋ ଆପଣ ସହିତ ଉଠାଇଛନ୍ତି ସେ ସବୁ କୃତ୍ରିମ ବୁଦ୍ଧିମତା ମାଧ୍ୟମରେ ଆପଣଙ୍କ ନିକଟରେ ପହଞ୍ଚିଯିବ । ଏଥର ଆମର କାଶୀରେ ସଂସ୍କୃତ ମଧ୍ୟ ରହିବ ଏବଂ ବିଜ୍ଞାନ ମଧ୍ୟ ରହିବ । ଏ କ୍ଷେତ୍ରରେ ଆପଣମାନେ ନିଶ୍ଚିତଭାବେ ମୋ ସହଯୋଗ କରିବେ ତ ? ବସି ରହି ଯିବେ ନାହିଁ ତ ? କାହାରିକୁ ଛିଡା ହେବାକୁ ମୁଁ ଦେବି ନାହିଁ । ବସି ରିହ ନିଜର ମସ୍ତକ ଉଚ୍ଚା କରନ୍ତୁ । ଯାହା ଫଳରେ ସମସ୍ତଙ୍କର ଫଟୋ ଆସିଯିବ। ମୋ ପାଖରେ ଏଭଳି କ୍ୟାମେରା ଅଛି ଯେଉଁଥିରେ କି ହସୁଥିବାର ଫଟୋ ହିଁ ବାହାରିବ । ତାହା ହେଲେ ମୁଁ ଏବେ ତଳକୁ ଓହ୍ଲାଇବି । ସମସ୍ତ ଲୋକମାନେ ଏହିଠାରେ ବସନ୍ତୁ । କ୍ୟାମେରା ବାଲା ଉପରକୁ ଆସିଯାଆନ୍ତୁ ।

ହର ହର ମହାଦେବ ।

 

*****

SSD/SLP



(Release ID: 2008813) Visitor Counter : 50