ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜୈନ ସାଧୁ ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗର ଜୀ ମହାରାଜ ସମାଧି ଲାଭ କରିଥିବାରୁ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି

Posted On: 18 FEB 2024 10:58AM by PIB Bhubaneshwar

ଜୈନ ସାଧୁ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ସମାଧି ଲାଭ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗର ଜୀ ମହାରାଜଙ୍କ ବିୟୋଗ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ , ଲୋକ ମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଜାଗରଣ ପାଇଁ ଆଚାର୍ଯ୍ୟ ଜୀ’ଙ୍କ ମୂଲ୍ୟବାନ ପ୍ରୟାସ ସର୍ବଦା ସ୍ମରଣୀୟ ରହିବ । ସାରା ଜୀବନ ସେ ଦାରିଦ୍ର‌୍ୟ ଦୂରୀକରଣ ସହିତ ସମାଜରେ ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ପ୍ରୋତ୍ସାହିତ କରିବାରେ ନିୟୋଜିତ ଥିଲେ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଛତିଶଗଡ଼ର ଚନ୍ଦ୍ରଗିରି ଜୈନ ମନ୍ଦିରରେ ଗତ ବର୍ଷ ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗର ଜୀ ମହାରାଜଙ୍କ ସହ ହୋଇଥିବା ସାକ୍ଷାତକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସାକ୍ଷାତ ତାଙ୍କ ପାଇଁ ଅବିସ୍ମରଣୀୟ ହେବ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ;

ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗର ଜୀ ମହାରାଜଙ୍କ ବିୟୋଗ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଜାଗରଣ ପାଇଁ ତାଙ୍କର ମୂଲ୍ୟବାନ ପ୍ରୟାସ ସର୍ବଦା ସ୍ମରଣୀୟ ରହିବ । ସାରା ଜୀବନ ଦାରିଦ୍ର‌୍ୟ ଦୂରୀକରଣ ସହ ସମାଜରେ ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ପ୍ରୋତ୍ସାହିତ କରିବାରେ ସେ ନିୟୋଜିତ ଥିଲେ । ଏହା ମୋର ସୌଭାଗ୍ୟ ଯେ ମୁଁ କ୍ରମାଗତ ଭାବରେ ତାଙ୍କ ଆଶୀର୍ବାଦ ପାଇଛି । ଗତ ବର୍ଷ ଛତିଶଗଡ଼ର ଚନ୍ଦ୍ରଗିରି ଜୈନ ମନ୍ଦିରରେ ତାଙ୍କୁ ଭେଟିବା ମୋ ପାଇଁ ସ୍ମରଣୀୟ ହୋଇ ରହିବ । ତା'ପରେ ଆଚାର୍ଯ୍ୟ ଜୀ’ଙ୍କ ଠାରୁ ମୋତେ ବହୁତ ସ୍ନେହ ଓ ଆଶୀର୍ବାଦ ମିଳିଥିଲା । ସମାଜ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ଦେଶର ପ୍ରତ୍ୟେକ ପିଢ଼ିକୁ ପ୍ରେରଣା ଯୋଗାଇବ । "

ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗର ଜୀ ମହାରାଜଙ୍କର ଅଗଣିତ ଭକ୍ତଙ୍କ ସହ ମୋର ସମବେଦନା ଓ ପ୍ରାର୍ଥନା ରହିଛି । ସମାଜ ପ୍ରତି ତାଙ୍କର ଅମୂଲ୍ୟ ଅବଦାନ, ବିଶେଷ କରି ଲୋକ ମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଜାଗରଣ ଦିଗରେ ତାଙ୍କର ପ୍ରୟାସ, ଦାରିଦ୍ର‌୍ୟ ଦୂରୀକରଣ, ସ୍ୱାସ୍ଥ୍ୟ ସେବା, ଶିକ୍ଷା ଆଦି ଦିଗରେ ତାଙ୍କର କାର୍ଯ୍ୟ ପାଇଁ ତାଙ୍କୁ ଆଗାମୀ ପିଢ଼ି ସ୍ମରଣ କରିବ ।

ବର୍ଷ ବର୍ଷ ଧରି ତାଙ୍କ ଆଶୀର୍ବାଦ ପାଇବାର ଗୌରବ ପାଇଥିଲି । ଗତ ବର୍ଷ ଛତିଶଗଡ଼ର ଡୋଙ୍ଗରଗଡ଼ସ୍ଥିତ ଚନ୍ଦ୍ରଗିରି ଜୈନ ମନ୍ଦିର ପରିଦର୍ଶନକୁ ମୁଁ କେବେ ଭୁଲି ପାରିବି ନାହିଁ । ସେହି ସମୟରେ , ମୁଁ ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗର ଜୀ ମହାରାଜ ଜୀ’ଙ୍କ ସହ ସମୟ ବିତାଇଥିଲି ଏବଂ ତାଙ୍କ ଆଶୀର୍ବାଦ ମଧ୍ୟ ପାଇଥିଲି ।

***

SSP



 



(Release ID: 2007015) Visitor Counter : 52