ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କାତାର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

Posted On: 15 FEB 2024 5:45AM by PIB Bhubaneshwar

କାତାରର ଦୋହାଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାତାର ପ୍ରଧାନମନ୍ତ୍ରୀ ତଥା ବିଦେଶ ମନ୍ତ୍ରୀ ଶେଖ ମହମ୍ମଦ ବିନ୍ ଅବଦୁଲରେହମାନ ଅଲ୍ ଥାନିଙ୍କୁ ଆଜି ପ୍ରଥମ ଥର ଭେଟିଛନ୍ତି ।

 

ଦୁଇ ନେତା ବ୍ୟାପାର, ନିବେଶ, ଶକ୍ତି, ଅର୍ଥ ଏବଂ ପ୍ରାଦ୍ୟୋଗିକ ଭଳି କ୍ଷେତ୍ରରେ ଦ୍ୱିପାକ୍ଷୀୟ ସହଯୋଗ ବଢ଼ାଇବା ଉପରେ ଆଲୋଚନା କରିଥିଲେ । ସେମାନେ ପଶ୍ଚିମ ଏସିଆରେ ସମ୍ପ୍ରତି ଆଞ୍ଚଳିକ ବିକାଶ ଉପରେ ମଧ୍ୟ ଆଲୋକପାତ କରିଥିଲେ । ଏହି ଅଞ୍ଚଳ ଏବଂ କ୍ଷେତ୍ର ବାହାରେ ମଧ୍ୟ ଶାନ୍ତି ଓ ସ୍ଥିରତା ରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ ।

 

ଏହା ପରେ ପ୍ରଧାନମନ୍ତ୍ରୀ କାତାର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ତାଙ୍କ ସମ୍ମାନରେ ଆୟୋଜିତ ରାତ୍ରି ଭୋଜନରେ ଯୋଗ ଦେଇଥିଲେ ।

 

SR



(Release ID: 2006165) Visitor Counter : 61