ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆମ ଶିକ୍ଷାନୁଷ୍ଠାନଗୁଡ଼ିକର ଅନ୍ତର୍ଜାତୀୟକରଣ ଲକ୍ଷ୍ୟ ପାଇଁ କେନ୍ଦ୍ର ପ୍ରତିବଦ୍ଧ: ପ୍ରଧାନମନ୍ତ୍ରୀ

Posted On: 13 FEB 2024 12:36PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଲିଖିତ ଏକ ସମ୍ପାଦକୀୟ ସ୍ତମ୍ଭ ସେୟାର କରିଛନ୍ତି ।

 

ସେ କହିଛନ୍ତି, ତାଙ୍କ ସରକାର ଜାତୀୟ ଶିକ୍ଷା ନୀତିରେ ଉଲ୍ଲିଖିତ ଆମ ଶୈକ୍ଷିକ ଅନୁଷ୍ଠାନର ଅନ୍ତର୍ଜାତୀୟକରଣ ଲକ୍ଷ୍ୟ ପାଇଁ ପ୍ରତିବଦ୍ଧ ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଏନ୍‌ଇପିରେ ଦର୍ଶାଯାଇଥିବା ଅନୁସାରେ, ଆମ ଶିକ୍ଷାନୁଷ୍ଠାନଗୁଡ଼ିକର ଅନ୍ତର୍ଜାତୀୟକରଣ ଲକ୍ଷ୍ୟ ପାଇଁ ଆମ ସରକାର ପ୍ରତିବଦ୍ଧ । ଆଇଆଇଟି-ଦିଲ୍ଲୀ ଆବୁଧାବି କ୍ୟାମ୍ପସ୍ ଏବଂ ଆଇଆଇଟି-ମାଡ୍ରାସ ଜାଞ୍ଜିବର କ୍ୟାମ୍ପସ୍ ଏହି ପ୍ରତିବଦ୍ଧତାକୁ ଦର୍ଶାଉଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୀ ଏହି ବିଚାରକୁ ଏହି ଆଲେଖ୍ୟରେ ସେୟାର କରିଛନ୍ତି ।’

 

 

SR



(Release ID: 2005813) Visitor Counter : 39