ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ମିଳିବ ଭାରତ ରତ୍ନ: ପ୍ରଧାନମନ୍ତ୍ରୀ

Posted On: 09 FEB 2024 12:59PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯିବା ସମ୍ପର୍କରେ ଘୋଷଣା କରିଛନ୍ତି ।

କୃଷକଙ୍କ ଅଧିକାର ଏବଂ ସେମାନଙ୍କ କଲ୍ୟାଣ ପାଇଁ ତାଙ୍କ ସମଗ୍ର ଜୀବନ ଉତ୍ସର୍ଗ କରିଥିବାରୁ ସେ ସ୍ୱର୍ଗତ ନେତାଙ୍କୁ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

ଆମ ସରକାରଙ୍କର ଏହା ସୌଭାଗ୍ୟ ଯେ, ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ ଜୀଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଉଛି । ଏହି ସମ୍ମାନ ଦେଶ ପ୍ରତି ତାଙ୍କ ଅତୁଳନୀୟ ଅବଦାନ ପାଇଁ ସମର୍ପିତ । କୃଷକଙ୍କ ଅଧିକାର ଏବଂ ସେମାନଙ୍କ କଲ୍ୟାଣ ପାଇଁ ସେ ତାଙ୍କର ସମଗ୍ର ଜୀବନ ଉତ୍ସର୍ଗୀକୃତ କରି ଦେଇଥିଲେ । ସେ  ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା ସମୟରେ ହେଉ କିମ୍ବା ଦେଶର ଗୃହ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବା ସମୟରେ ଏବଂ ଜଣେ ବିଧାୟକ ଭାବରେ ମଧ୍ୟ ସେ ସର୍ବଦା ରାଷ୍ଟ୍ର ନିର୍ମାଣକୁ ଗତି ପ୍ରଦାନ କରିଥିଲେ । ସେ ମଧ୍ୟ ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଦୃଢ଼ତାର ସହ ଦଣ୍ଡାୟମାନ ହୋଇଥିଲେ । ଆମର କୃଷକ ଭାଇ ଭଉଣୀମାନଙ୍କ ପ୍ରତି ତାଙ୍କର ସମର୍ପଣ ଭାବ ଏବଂ ଜରୁରୀକାଳୀନ ପରିସ୍ଥିତି ସମୟରେ ଗଣତନ୍ତ୍ର ପ୍ରତି ତାଙ୍କର ପ୍ରତିବଦ୍ଧତା ସମଗ୍ର ଦେଶକୁ ପ୍ରେରଣା ଦେବା ଭଳି । "

 

***

SSP

 



(Release ID: 2004404) Visitor Counter : 51