ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଫେବ୍ରୁଆରୀ ୨ରେ ଭାରତର ସବୁଠୁ ବଡ଼ ଏବଂ ପ୍ରଥମ ମୋବିଲିଟି ପ୍ରଦର୍ଶନୀ ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ-୨୦୨୪ କାର୍ଯ୍ୟକ୍ରମରେ ସମ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ

Posted On: 01 FEB 2024 3:11PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଫେବ୍ରୁଆରୀ ୨ ଅପରାହ୍ନ ସାଢ଼େ ୪ଟାରେ ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍‌ରେ ଭାରତର ସବୁଠୁ ବଡ଼ ଏବଂ ପ୍ରଥମ ମୋବିଲିଟି ପ୍ରଦର୍ଶନୀ ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ-୨୦୨୪ କାର୍ଯ୍ୟକ୍ରମରେ ସମ୍ବୋଧନ ଦେବେ ।

 

ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ-୨୦୨୪ ସମ୍ପୂର୍ଣ୍ଣ ଗତିଶୀଳତା ଏବଂ ଅଟୋମେଟିଭ୍ ମୂଲ୍ୟ ଶୃଙ୍ଖଳାରେ ଭାରତର କ୍ଷମତା ପ୍ରଦର୍ଶନ କରିବ । ଏକ୍ସପୋରେ ପ୍ରଦର୍ଶନୀ, ସମ୍ମେଳନ, କ୍ରେତା-ବିକ୍ରେତାଙ୍କ ବୈଠକ, ରାଜ୍ୟ ଅଧିବେଶନ, ସଡ଼କ ସୁରକ୍ଷା ପାଭେଲିଅନ ଏବଂ ଗୋ-କାର୍ଟିଂ ଭଳି ଜନକୈନ୍ଦ୍ରିକ ଆକର୍ଷଣୀୟ ପ୍ରଦର୍ଶନୀ ରହିବ ।

 

୫୦ରୁ ଅଧିକ ଦେଶର ୮୦୦ରୁ ଊର୍ଦ୍ଧ୍ୱ ପ୍ରଦର୍ଶକଙ୍କ ସହ ଏକ୍ସପୋ ଅତ୍ୟାଧୁନିକ ଜ୍ଞାନକୌଶଳ, ସ୍ଥାୟୀ ସମାଧାନ ଏବଂ ଗତିଶୀଳତାର ସଫଳତା ଉପରେ ଆଲୋକପାତ କରିବ । ଏହି ପ୍ରଦର୍ଶନୀରେ ୬ଶହରୁ ଅଧିକ ଅଟୋ କମ୍ପୋନେଟ୍ ନିର୍ମାତାଙ୍କ ଉପସ୍ଥିତି ସହ ୨୮ରୁ ଊର୍ଦ୍ଧ୍ୱ ବାହନ ନିର୍ମାତା ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ  ୧୩ରୁ ଅଧିକ ବୈଶ୍ୱିକ ବଜାରରୁ ହଜାରେରୁ ଊର୍ଦ୍ଧ୍ୱ ବ୍ରାଣ୍ଡ୍ ନିଜ ଉତ୍ପାଦ, ଟେକ୍ନୋଲୋଜି ଏବଂ ସେବା ପ୍ରଦର୍ଶନ କରିବେ ।

 

ପ୍ରଦର୍ଶନୀ ଏବଂ ସମ୍ମେଳନ ସହ ଏହି କାର୍ଯ୍ୟକ୍ରମରେ ଜାତୀୟ ଏବଂ ଆଞ୍ଚଳିକ ସ୍ତରରେ ସହଯୋଗକୁ ସକ୍ଷମ କରିବା, ଗତିଶୀଳତା ସମାଧାନ ପାଇଁ ଏକ ସାମଗ୍ରିକ ଆଭିମୁଖ୍ୟକୁ ପ୍ରୋତ୍ସାହିତ କରିବା ଲାଗି ରାଜ୍ୟଗୁଡ଼ିକ ପାଇଁ ରାଜ୍ୟସ୍ତରୀୟ ଅଧିବେଶନ ମଧ୍ୟ ସାମିଲ ହେବ ।

 

SR



(Release ID: 2001730) Visitor Counter : 66