ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଷ୍ଟ୍ରୀୟ ବାଲ୍ ପୁରସ୍କାର ବିଜେତାଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଏହି ପୁରସ୍କାର ବିଜେତାଙ୍କ ସହ ଖୋଲାଖୋଲି ବାର୍ତ୍ତାଳପ କଲେ

ପିଲାମାନେ ସେମାନଙ୍କ ଉପଲବ୍ଧିର ବିବରଣୀ ସେୟାର କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ

Posted On: 23 JAN 2024 6:01PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ନିଜ ଆବାସ, ୭ ଲୋକ କଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର (ପିଏମ୍‌ଆର୍‌ବିପି) ପୁରସ୍କାର ବିଜେତାଙ୍କ ସହ କଥା ହୋଇଛନ୍ତି ।

 

ପ୍ରଧାନମନ୍ତ୍ରୀ ପ୍ରତି ପୁରସ୍କାର ବିଜେତାଙ୍କୁ ସ୍ମୃତି ଚିହ୍ନ ଉପହାର କରିଥିଲେ ଏବଂ ସେମାନଙ୍କ ସହ ଖୋଲାଖୋଲି କଥା ହୋଇଥିଲେ । ପିଲାମାନେ ନିଜ ନିଜର ଉପଲବ୍ଧିର ବିବରଣୀ ସେୟାର କରିଥିଲେ, ଯେଉଁଥିପାଇଁ ସେମାନେ ପୁରସ୍କୃତ ହୋଇଥିଲେ । ସଙ୍ଗୀତ, ସଂସ୍କୃତି, ସୌର ଶକ୍ତି, ବ୍ୟାଡମିଣ୍ଟନ, ଚେସ୍ ଭଳି କ୍ରୀଡ଼ା ଆଦି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା ।

 

ପିଲାମାନେ ପ୍ରଧାନମନ୍ତ୍ରୀଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ, ଯେଉଁଥିରେ ଗୋଟିଏର ଉତ୍ତର ଦେଇ ସେ ସବୁପ୍ରକାର ସଙ୍ଗୀତରେ ନିଜ ରୁଚି ବାବଦରେ କହିଥିଲେ ଏବଂ ପ୍ରକାଶ କରିଥିଲେ ଯେ କିପରି ତାହା ତାଙ୍କୁ ଧ୍ୟାନ କେନ୍ଦ୍ରୀଭୂତ କରିବାରେ ସହାୟକ ହୋଇଥାଏ । କାଲି ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନାର ଶୁଭାରମ୍ଭ ବାବଦରେ ପ୍ରଶ୍ନ କରାଯିବାରେ ପ୍ରଧାନମନ୍ତ୍ରୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ସୌରଶକ୍ତିର ଉପଯୋଗ ପାଇଁ ତାଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ କଥା ମନେ ପକାଇଥିଲେ । ଏହା ମଧ୍ୟ କହିଥିଲେ ଯେ ଏହି ଯୋଜନାରେ କିପରି ଲୋକଙ୍କୁ ଲାଭ ହେବ । ପ୍ରଧାନମନ୍ତ୍ରୀ ପିଲାମାନଙ୍କ ସହ  ଏହି ଦିନର ମହତ୍ତ୍ୱ ବାବଦରେ ଚର୍ଚ୍ଚା କରିଥିଲେ ଏବଂ ସେମାନଙ୍କୁ ପରାକ୍ରମ ଦିବସ ବାବଦରେ ମଧ୍ୟ କହିଥିଲେ । ସରକାର କିପରି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଦର୍ଶକୁ ସମ୍ମାନ ଦେଉଛନ୍ତି ତାହା ମଧ୍ୟ କହିଥିଲେ ।

 

ଭାରତ ସରକାର କଳା ଏବଂ ସଂସ୍କୃତି, ବାହାଦୂରୀ, ନବସୃଜନ, ବିଜ୍ଞାନ ଏବଂ ଟେକ୍ନୋଲୋଜି, ସାମାଜିକ ସେବା, ଖେଳ, ପରିବେଶ ଭଳି ୭ କ୍ଷେତ୍ରରେ ଅସାଧାରଣ ଉପଲବ୍ଧି ପାଇଁ ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାରରେ ସମ୍ମାନିତ କରିଥାନ୍ତି । ପ୍ରତ୍ୟେକ ପୁରସ୍କାର ବିଜେତାଙ୍କୁ ଏକ ପଦକ, ପ୍ରମାଣପତ୍ର ଏବଂ ପ୍ରଶସ୍ତି ପୁସ୍ତିକା ପ୍ରଦାନ କରାଯାଇଥାଏ । ଏହି ବର୍ଷ ବିଭିନ୍ନ ଶ୍ରେଣୀରେ ସାରା ଦେଶରୁ ୧୯ ପିଲାଙ୍କୁ ପିଏମ୍‌ଆର୍‌ବିପି-୨୦୨୪ ପାଇଁ ମନୋନୀତ କରାଯାଇଛି । ପୁରସ୍କାର ପାଇଥିବା ପିଲାଙ୍କ ମଧ୍ୟରେ ୧୮ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ୯ ବାଳକ ଏବଂ ୧୦ ବାଳିକା ରହିଛନ୍ତି ।

SR



(Release ID: 2000160) Visitor Counter : 47