କ୍ୟାବିନେଟ

କେନ୍ଦ୍ର କ୍ୟାବିନେଟ୍ ଭାରତ ଏବଂ ଡୋମିନିକ୍ ଗଣରାଜ୍ୟ ମଧ୍ୟରେ ମିଳିତ ଆର୍ଥିକ ଏବଂ ବାଣିଜ୍ୟ କମିଟି ସ୍ଥାପନା ସମ୍ପର୍କିତ ପ୍ରୋଟୋକଲ୍‌କୁ ଅନୁମୋଦନ କରିଛି

Posted On: 24 JAN 2024 6:01PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ଭାରତର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ବାଣିଜ୍ୟ ବିଭାଗ ଏବଂ ଡୋମିନିକ୍ ଗଣରାଜ୍ୟର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟରେ ଯୁଗ୍ମ ଆର୍ଥିିକ ଏବଂ ବାଣିଜ୍ୟ କମିଟି (ଜେଇଟିସିଓ)ର ସ୍ଥାପନା ସମ୍ପର୍କିତ ଏକ ପ୍ରୋଟୋକଲ୍ ଉପରେ ସ୍ୱାକ୍ଷର କରିବା ପ୍ରସ୍ତାବକୁ ମଂଜୁରି ପ୍ରଦାନ କରିଛି ।

ଭାରତ ଏବଂ ଡୋମିନିକ୍ ଗଣରାଜ୍ୟ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କ ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିଆସିଛି ତଥା ଏହି ସମ୍ପର୍କ ସବୁକ୍ଷେତ୍ରରେ ନିରନ୍ତର ଭାବରେ ନିବିଡ ହୋଇ ଚାଲିଛି । ଏବେ ଭାରତ ଏବଂ ଡୋମିନିକ୍ ଗଣରାଜ୍ୟ ମଧ୍ୟରେ ବ୍ୟବସାୟ ଏବଂ ବାଣିଜ୍ୟ ସମ୍ପର୍କିତ ଅନେକ ଦ୍ୱିପକ୍ଷୀୟ ସଂସ୍ଥାଗତ ତନ୍ତ୍ର ନାହିଁ । ଭାରତ ମୁଖ୍ୟତଃ ଡୋମିନିକ୍ ଗଣରାଜ୍ୟରୁ ସୁନା ଆମଦାନୀ କରୁଛି ଏବଂ ସେହି ଦେଶକୁ ଔଷଧପତ୍ର, ସାମୁଦ୍ରିକ ଉତ୍ପାଦ, ମୋଟର ବାହନ, ଦୁଇ ଚକିଆ ଏବଂ ତିନ ଚକିଆ ଯାନ ଆଦିର ରତ୍ପାନୀ କରୁଛି ।

ଜେଇଟିସିଓର ସ୍ଥାପନା ଫଳରେ ଭାରତ ଏବଂ ଡୋମିନିକ୍ ଗଣରାଜ୍ୟ ମଧ୍ୟରେ ଆର୍ଥିକ ସମ୍ପର୍କ ମଜବୁତ ହେବା ସହିତ ଏହା ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଆଲୋଚନା, ସୂଚନା, ଜ୍ଞାନ ଏବଂ ବିଚାରଧାରର ଆଦାନପ୍ରଦାନ ପାଇଁ ଏକ ମଂଚ ପ୍ରଦାନ କରିବ, ଯାହାଦ୍ୱାରା ବ୍ୟବସାୟ ଏବଂ ଶିଳ୍ପ ସହ ଜଡିତ ଗତିବିଧି ସୁବିଧା ଜନକ ହୋଇପାରିବ । ଏହି ପ୍ରୋଟୋକଲ୍ ବୃହତ ଲାଟିନ୍ ଆମେରିକୀୟ ଏବଂ କାରବିୟାନ୍ ବଜାର ପାଇଁ ଏକ ପ୍ରଭାବଶାଳୀ ପ୍ରବେଶ ଦ୍ୱାର ହୋଇପାରିବ ।

ଏହି ଯୁଗ୍ମ କମିଟି ବିଭିନ୍ନ କର୍ତୃପକ୍ଷ ଏବଂ ସେମାନଙ୍କ ପ୍ରତିପକ୍ଷଙ୍କ ମଧ୍ୟରେ ସୂଚନା ଆଦାନପ୍ରଦାନର ଏକ ମଂଚ ପ୍ରଦାନ କରିବ । ଏହା ସାମଗ୍ରୀ ଓ ସେବା ପ୍ରଦାନକୁ ସୁବିଧାଜନକ କରିବାରେ ସହାୟକ ହୋଇପାରିବ, ଯାହାଦ୍ୱାର ଉଭୟ ଦେଶର ପେଶାଦାରମାନଙ୍କୁ ରୋଜଗାରର ଅଧିକ ସୁଯୋଗ ମିଳିପାରିବ ।

ଜେଇଟିସିଓର ସ୍ଥାପନା ଫଳରେ ପାରସ୍ପରିକ କଥାବାର୍ତା ମାଧ୍ୟମରେ ଭାରତୀୟ ଉତ୍ପାଦ ଗୁଡିକର ରତ୍ପାନୀରେ ଆସିବାକୁ ଥିବା ଆହ୍ୱାନ ଗୁଡିକୁ ହ୍ରାସ କରିବାରେ ସହାୟତା ମିଳିବ ତଥା ଭାରତରେ ନିର୍ମିତ ଔଷଧପତ୍ର, ଅଟୋମୋବାଇଲ୍ ଏବଂ ଇଂଜିନିୟରିଂ ସାମଗ୍ରୀ ଆଦିର ରତ୍ପାନୀ ବୃଦ୍ଧି କରାଇବାର ମାର୍ଗ ପ୍ରଶସ୍ଥ ହେବ, ଯାହାଫଳରେ ଆତ୍ମନିର୍ଭର ଭାରତ ପାଇଁ ବିଦେଶୀ ମୁଦ୍ରା ଉପାର୍ଜନ ବୃଦ୍ଧି ପାଇବ ।

JP



(Release ID: 1999522) Visitor Counter : 58