ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆନ୍ଧ୍ରପ୍ରଦେଶ ପୁଟ୍ଟପର୍ତିର ଲେପାକ୍ଷୀରେ ଥିବା ବୀରଭଦ୍ର ମନ୍ଦିର ଦର୍ଶନ ଓ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

Posted On: 16 JAN 2024 6:13PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ତିର ଲେପାକ୍ଷୀରେ ଥିବା ବୀରଭଦ୍ର ମନ୍ଦିରରେ ଦର୍ଶନ ଓ ପୂଜା କରିଛନ୍ତି । ଶ୍ରୀ ମୋଦୀ ତେଲୁଗୁରେ ରଙ୍ଗନାଥ ରାମାୟଣର ଛନ୍ଦ ଶୁଣିଲେ ଏବଂ ଥୋଲୁ ବୋମ୍ମାଲତା ନାମରେ ଜଣା ଆନ୍ଧ୍ର ପ୍ରଦେଶର ପାରମ୍ପରିକ ଛାୟା କାଠପୁତ୍ତଳି କଳା ମାଧ୍ୟମରେ ପ୍ରସ୍ତୁତ ଜଟାୟୁ କାହାଣୀ ଦେଖିଥିଲେ ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଶ୍ରୀରାମଙ୍କ ଭକ୍ତଙ୍କ ପାଇଁ ଲେପାକ୍ଷୀର ବେଶ୍ ମହତ୍ତ୍ୱ ରହିଛି । ଆଜି ମୁଁ ବୀରଭଦ୍ର ମନ୍ଦିରରେ ପ୍ରାର୍ଥନା କରିବାର ସୌଭାଗ୍ୟ ପାଇଲି । ଭାରତର ଲୋକଙ୍କ ଖୁସି, ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛି ।

 

ବୀରଭଦ୍ର ମନ୍ଦିରରେ ଲେପାକ୍ଷୀ ରଙ୍ଗନାଥ ରାମାୟଣ ଶୁଣିଲି ଏବଂ ରାମାୟଣ ଉପରେ ଏକ କାଠପୁତ୍ତଳି ଶୋ’ ମଧ୍ୟ ଦେଖିଲି ।’

 

 SR



(Release ID: 1996888) Visitor Counter : 85