ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗଭୀର ଜଳ କ୍ରିଷ୍ଣା ଗୋଦାବରୀ ଅବବାହିକାରୁ ତୈଳ ଉତ୍ପାଦନ ଆରମ୍ଭ କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି

Posted On: 08 JAN 2024 10:06AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ ଜଟିଳ ଏବଂ କଠିନ ଗଭୀର ଜଳ କ୍ରିଷ୍ଣା ଗୋଦାବରୀ ଅବବାହିକା (କେଜି-ଡିଡବ୍ଲ୍ୟୁଏନ୍-୯୮/ ବ୍ଲକ) ରୁ ପ୍ରଥମ ତୈଳ ଉତ୍ପାଦନ ଆରମ୍ଭ କୁ ପ୍ରଶଂସା କରିଛନ୍ତି

କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀଙ୍କ ଟ୍ବିଟର ପୋଷ୍ଟ ଉପରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ କହିଥିଲେ;

ଏହା ଭାରତର ଶକ୍ତି ଯାତ୍ରାରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଏବଂ ଆତ୍ମନିର୍ଭର ଭାରତ ପାଇଁ ଆମର ଅଭିଯାନକୁ ପ୍ରୋତ୍ସାହିତ କରୁଛି ଏହା ଦ୍ୱାରା ଆମ ଅର୍ଥନୀତିକୁ ମଧ୍ୟ ଅନେକ ଲାଭ ମିଳିବ

 

BS



(Release ID: 1994106) Visitor Counter : 59