ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଡିସେମ୍ବର ୨୬ ରେ 'ବୀର ବାଲ ଦିବସ' ପାଳନ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
ସାହିବଜାଦାଙ୍କ ଦୃଷ୍ଟାନ୍ତମୂଳକ ସାହସ ବିଷୟରେ ନାଗରିକମାନଙ୍କୁ ଅବଗତ କରାଇବା ଏବଂ ସଚେତନ କରିବା ପାଇଁ ସମଗ୍ର ଦେଶରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି
प्रविष्टि तिथि:
25 DEC 2023 4:17PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୬, ୨୦୨୩ ପୂର୍ବାହ୍ନ ସାଢେ ୧୦ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ 'ବୀର ବାଲ ଦିବସ' ପାଳନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ଯୁବକମାନଙ୍କ ଦ୍ୱାରା ଆୟୋଜିତ ଏକ ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ।
ଏହି ଦିବସ ଉପଲକ୍ଷେ ସରକାର ସାହିବଜାଦାଙ୍କ ଦୃଷ୍ଟାନ୍ତମୂଳକ ସାହସର କାହାଣୀ ବିଷୟରେ ନାଗରିକମାନଙ୍କୁ, ବିଶେଷ କରି ଛୋଟ ପିଲାମାନଙ୍କୁ ସଚେତନ କରିବା ପାଇଁ ସମଗ୍ର ଦେଶରେ ଅଂଶଗ୍ରହଣକାରୀ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ସାହିବଜାଦାଙ୍କ ଜୀବନ କାହାଣୀ ଏବଂ ବଳିଦାନକୁ ନେଇ ଏକ ଡିଜିଟାଲ ପ୍ରଦର୍ଶନୀ ସାରା ଦେଶର ବିଦ୍ୟାଳୟ ଏବଂ ଶିଶୁ ଯତ୍ନ ଅନୁଷ୍ଠାନରେ ପ୍ରଦର୍ଶିତ ହେବ । 'ବୀର ବାଲ ଦିବସ'ରେ ଏକ ଚଳଚ୍ଚିତ୍ର ମଧ୍ୟ ଦେଶବ୍ୟାପୀ ପ୍ରଦର୍ଶିତ ହେବ। ଏଥିସହିତ ମାଇଁ ଭାରତ ଓ ମାଇଗଭ ପୋର୍ଟାଲ ଜରିଆରେ ଇଣ୍ଟରଆକ୍ଟିଭ୍ କ୍ୱିଜ୍ ଭଳି ବିଭିନ୍ନ ଅନଲାଇନ୍ ପ୍ରତିଯୋଗିତା ଆୟୋଜନ କରାଯିବ।
୨୦୨୨ ଜାନୁଆରି ୯ ତାରିଖରେ ଶ୍ରୀ ଗୁରୁ ଗୋବିନ୍ଦ ସିଂହଜୀଙ୍କ ପ୍ରକାଶ ପୁରବ ଦିନ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ଡିସେମ୍ବର ୨୬ ତାରିଖକୁ 'ବୀର ବାଲ ଦିବସ' ଭାବେ ପାଳନ କରାଯିବ। ଏହାକୁ ଶ୍ରୀ ଗୁରୁ ଗୋବିନ୍ଦ ସିଂହଙ୍କ ପୁତ୍ର ସାହିବଜାଦା ବାବା ଜୋରାୱର ସିଂ ଜୀ ଏବଂ ବାବା ଫତେହ ସିଂଜୀଙ୍କ ସହିଦ ଦିବସ ସ୍ମରଣରେ ପାଳନ କରାଯାଉଛି।
BS
(रिलीज़ आईडी: 1990293)
आगंतुक पटल : 171
इस विज्ञप्ति को इन भाषाओं में पढ़ें:
Marathi
,
Bengali
,
English
,
Urdu
,
हिन्दी
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam