ଅର୍ଥ ମନ୍ତ୍ରଣାଳୟ

ଟିକସ ବଂଟନ ଅତିରିକ୍ତ କିସ୍ତି ବାବଦରେ ଓଡିଶାକୁ ୩୩୦୩. ୬୯ କୋଟି ଟଙ୍କା

Posted On: 22 DEC 2023 1:24PM by PIB Bhubaneshwar

ରାଜ୍ୟ ଗୁଡ଼ିକୁ ଟିକସ ବଂଟନ ଅତିରିକ୍ତ କିସ୍ତି ବାବଦରେ କେନ୍ଦ୍ର ସରକାର ୭୨,୯୬୧.୨୧ କୋଟି ଟଙ୍କା ପ୍ରଦାନ କରିଛନ୍ତି

ଆଜି ପ୍ରଦାନ କରାଯାଇଥିବା କିସ୍ତି ୧୦ ଜାନୁଆରୀ ୨୦୨୪ରେ ରାଜ୍ୟ ମାନଙ୍କୁ ବକେୟା ଟିକସ ବଣ୍ଟନ ଏବଂ ୧୧ ଡିସେମ୍ବର ୨୦୨୩ରେ ପ୍ରଦାନ କରାଯାଇଥିବା ୭୨,୯୬୧.୨୧ କୋଟି ଟଙ୍କାର କିସ୍ତି ଅତିରିକ୍ତ ଅଟେ

ପୋଷ୍ଟ ହୋଇଛି : ୨୨ ଡିସେମ୍ବର ୨୦୨୩ , ଅପରାହ୍ନ ୧:୨୪, ପିଆଇବି, ଦିଲ୍ଲୀ

ଆଗାମୀ ପର୍ବପର୍ବାଣୀ ଓ ନୂଆ ବର୍ଷକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଭିନ୍ନ ସାମାଜିକ କଲ୍ୟାଣମୂଳକ ପଦକ୍ଷେପ ଓ ଭିତ୍ତିଭୂମି ବିକାଶ ଯୋଜନା ପାଇଁ ଆର୍ଥିକ ସହାୟତା ପ୍ରଦାନ କରି ରାଜ୍ୟ ସରକାର ମାନଙ୍କ ହାତକୁ ସୁଦୃଢ଼ କରିବା ନିମନ୍ତେ ୭୨,୯୬୧.୨୧ କୋଟି ଟଙ୍କାର ଅତିରିକ୍ତ ଟିକସ ବଣ୍ଟନର କିସ୍ତି ପ୍ରଦାନ କରିବାକୁ ଅନୁମତି ଦେଇଛନ୍ତି । ଓଡିଶାକୁ ୩୩୦୩. ୬୯ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ଏହି କିସ୍ତି ୧୦ ଜାନୁଆରୀ ୨୦୨୪ରେ ରାଜ୍ୟ ମାନଙ୍କୁ ବକେୟା ଟିକସ ବଣ୍ଟନ କିସ୍ତି ଏବଂ ୧୧ ଡିସେମ୍ବର ୨୦୨୩ରେ ପ୍ରଦାନ କରାଯାଇଥିବା ୭୨,୯୬୧.୨୧ କୋଟି ଟଙ୍କାର କିସ୍ତି ଅତିରିକ୍ତ ଅଟେ ।

ଜାରି ହୋଇଥିବା ରାଶିର ରାଜ୍ୟଭିତ୍ତିକ ବିବରଣୀ ନିମ୍ନରେ ପ୍ରଦାନ କରାଯାଇଛି 



(Release ID: 1989761) Visitor Counter : 54