ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗୁଜରାଟର ସୁରଟ ବିମାନ ବନ୍ଦରରେ ନୂତନ ଟର୍ମିନାଲ ସୌଧର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ସୁରଟରେ ନୂତନ ସମନ୍ୱିତ ଟର୍ମିନାଲ ସୌଧ, ସହରର ଭିତ୍ତିଭୂମି ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି: ପ୍ରଧାନମନ୍ତ୍ରୀ
प्रविष्टि तिथि:
17 DEC 2023 3:59PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସୁରଟ ବିମାନ ବନ୍ଦରରେ ନୂତନ ଟର୍ମିନାଲ ସୌଧକୁ ଉଦଘାଟନ କରିଛନ୍ତି । ସେ ନୂଆ ଟର୍ମିନାଲ ସୌଧ ପରିସରକୁ ବୁଲି ଦେଖିଥିଲେ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘‘ସୁରଟରେ ନୂତନ ସମନ୍ୱିତ ଟର୍ମିନାଲ ସୌଧ ସହରର ଭିତ୍ତିଭୂମି ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି। ଏହି ଅତ୍ୟାଧୁନିକ ସୁବିଧା କେବଳ ଯାତ୍ରା ଅଭିଜ୍ଞତାକୁ ବଢ଼ାଇବ ନାହିଁ ବରଂ ଅର୍ଥନୈତିକ ଅଭିବୃଦ୍ଧି, ପର୍ଯ୍ୟଟନ ଏବଂ ଯୋଗାଯୋଗକୁ ମଧ୍ୟ ତ୍ୱରାନ୍ୱିତ କରିବ।
ପ୍ରଧାନମନ୍ତ୍ରୀଙ୍କ ସହ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ ।
ପୃଷ୍ଠଭୂମି
ଟର୍ମିନାଲ ସୌଧରେ ୧୨୦୦ ଘରୋଇ ଯାତ୍ରୀ ଏବଂ ୬୦୦ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ପିକ୍ ସମୟରେ ପରିବହନ କରିବା ପାଇଁ ବ୍ୟବସ୍ଥା କରାଯାଇଛି ଏବଂ ବାର୍ଷିକ ପରିଚାଳନା କ୍ଷମତା ୫୫ ଲକ୍ଷ ଯାତ୍ରୀଙ୍କୁ ବୃଦ୍ଧି କରିବା ସହିତ ପିକ୍ ସମୟର କ୍ଷମତାକୁ ୩୦ ଯାତ୍ରୀକୁ ବୃଦ୍ଧି କରିବାର ବ୍ୟବସ୍ଥା ରହିଛି । ସୁରଟ ସହରର ପ୍ରବେଶ ଦ୍ୱାର ହୋଇଥିବାରୁ ଟର୍ମିନାଲ ସୌଧକୁ ଏହାର ସ୍ଥାନୀୟ ସଂସ୍କୃତି ଏବଂ ଐତିହ୍ୟ ସହିତ ଡିଜାଇନ କରାଯାଇଛି ଯାହା ଦ୍ୱାରା ଉଭୟ ଆଭ୍ୟନ୍ତରୀଣ ଏବଂ ବାହ୍ୟ ସ୍ଥାନରେ ପ୍ରତିଫଳିତ ହେବା ଉଚିତ, ଯାହା ପର୍ଯ୍ୟଟକମାନଙ୍କ ପାଇଁ ଏକ ସ୍ଥାନର ଭାବନା ସୃଷ୍ଟି କରିବ । ଉନ୍ନତ ଟର୍ମିନାଲ ସୌଧର ଉଦ୍ଦେଶ୍ୟ ହେଉଛି ସୁରଟ ସହରର 'ରାଣ୍ଡେର' ଅଞ୍ଚଳର ପୁରୁଣା ଘରଗୁଡ଼ିକର ସମୃଦ୍ଧ ଏବଂ ପାରମ୍ପରିକ କାଠକାମ ସହିତ ଯାତ୍ରୀଙ୍କ ଅନୁଭୂତିକୁ ସମୃଦ୍ଧ କରିବା । ବିମାନବନ୍ଦରର ଗ୍ରିହ-୪ ନ୍ନୂଆ ଟର୍ମିନାଲ ସୌଧରେ ଡବଲ ଇନସୁଲେଟେଡ୍ ରୁଫିଂ ସିଷ୍ଟମ, ଶକ୍ତି ସଞ୍ଚୟ ପାଇଁ କ୍ୟାନୋପିଜ୍, ଲୋ ହିଟ୍ ଗେନ୍ ଡବଲ୍ ଗ୍ଲାଜିଂ ୟୁନିଟ୍, ବର୍ଷା ଜଳ ଅମଳ, ଜଳ ବିଶୋଧନ ପ୍ଲାଣ୍ଟ, ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବଂ ଲ୍ୟାଣ୍ଡସ୍କେପିଂ ଏବଂ ସୌର ଶକ୍ତି ପ୍ଲାଣ୍ଟ ପାଇଁ ପୁନଃବ୍ୟବହାର ଜଳର ବ୍ୟବହାର ଭଳି ବିଭିନ୍ନ ସ୍ଥାୟୀ ବୈଶିଷ୍ଟ୍ୟ ରହିଛି।
HS
(रिलीज़ आईडी: 1987551)
आगंतुक पटल : 122
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam