ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଜୟ ଦିବସ ଅବସରରେ ସାହସୀ ବୀରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ଭାରତ ସାହସୀ ବୀରଙ୍କ ବୀରତ୍ୱକୁ ସାଲ୍ୟୁଟ କରେ ଏବଂ ସେମାନଙ୍କ ଅଦମ୍ୟ ଭାବନାକୁ ସ୍ମରଣ କରେ: ପ୍ରଧାନମନ୍ତ୍ରୀ

Posted On: 16 DEC 2023 9:43AM by PIB Bhubaneshwar

ବିଜୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୯୭୧ ଯୁଦ୍ଧରେ କର୍ତ୍ତବ୍ୟନିଷ୍ଠା ସହ ଭାରତର ସେବା କରିଥିବା ବୀର ନାୟକଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ଆଜି ବିଜୟ ଦିବସ ଅବସରରେ ଆମେ ସେହି ସମସ୍ତ ବାହାଦୂର ନାୟକଙ୍କୁ ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ଯେଉଁମାନେ ୧୯୭୧ରେ ନିର୍ଣ୍ଣାୟକ ଯୁଦ୍ଧରେ ବିଜୟ ସୁନିଶ୍ଚିତ କରି  କର୍ତ୍ତବ୍ୟନିଷ୍ଠାର ସହ ଭାରତର ସେବା କରିଥିଲେ । ସେମାନଙ୍କ ବୀରତ୍ୱ ଏବଂ ସମର୍ପଣ ଦେଶ ପାଇଁ ଅତ୍ୟନ୍ତ ଗୌରବର ଉତ୍ସ । ସେମାନଙ୍କ ବଳିଦାନ ଏବଂ ଅଦମ୍ୟ ନିଷ୍ଠା ସବୁଦିନ ପାଇଁ ଲୋକଙ୍କ ହୃଦୟରେ ଏବଂ ଆମ ଦେଶର ଇତିହାସରେ ଲିପିବଦ୍ଧ । ଭାରତ ସେମାନଙ୍କ ବୀରତ୍ୱକୁ ସାଲ୍ୟୁଟ କରେ ଏବଂ ସେମାନଙ୍କ ଅଦମ୍ୟ ଭାବନାକୁ ସ୍ମରଣ କରେ ।’

 

  SR



(Release ID: 1987186) Visitor Counter : 44