ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
                
                
                
                
                
                    
                    
                        ଧାରା ୩୭୦ ଉଚ୍ଛେଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ଐତିହାସିକ: ପ୍ରଧାନମନ୍ତ୍ରୀ
                    
                    
                        
	ଜାମ୍ମୁ, କାଶ୍ମୀର ଓ ଲଦାଖବାସୀଙ୍କୁ ଆଶ୍ୱାସନା ଦେଲେ ପ୍ରଧାନମନ୍ତ୍ରୀ
                    
                
                
                    Posted On:
                11 DEC 2023 12:48PM by PIB Bhubaneshwar
                
                
                
                
                
                
                ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଧାରା ୩୭୦ ଉଚ୍ଛେଦ ଉପରେ ସୁପ୍ରିମକୋର୍ଟଙ୍କ ରାୟ ହେଉଛି ଐତିହାସିକ ଏବଂ ଏହା ୫ ଅଗଷ୍ଟ ୨୦୧୯ରେ ଭାରତୀୟ ସଂସଦ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ସାମ୍ବିଧାନିକ ଭାବେ ବଜାୟ ରଖିଛି । 
ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ନ୍ୟାୟାଳୟ ତାଙ୍କ ଗଭୀର ଜ୍ଞାନରେ ଏକତାର ସାରତତ୍ତ୍ୱକୁ ସୁଦୃଢ଼ କରିଛନ୍ତି, ଯାହାକୁ ଆମେ ଭାରତୀୟ ଭାବରେ ସବୁଠାରୁ ଅଧିକ ପ୍ରିୟ ବୋଲି ମାନିଥାଉ ଏବଂ ସମ୍ମାନ ଦେଇଥାଉ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ;
ଧାରା ୩୭୦ ଉଚ୍ଛେଦ ଉପରେ ସୁପ୍ରିମକୋର୍ଟଙ୍କ ଆଜିର ରାୟ ଐତିହାସିକ ଏବଂ ଏହା ୨୦୧୯ ଅଗଷ୍ଟ ୫ ତାରିଖରେ ଭାରତୀୟ ସଂସଦ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ସାମ୍ବିଧାନିକ ଭାବେ ବଜାୟ ରଖିଛି । ଏହା ଜାମ୍ମୁ, କାଶ୍ମୀର ଏବଂ ଲଦାଖର ଆମର ଭଉଣୀ ଓ ଭାଇମାନଙ୍କ ପାଇଁ ଆଶା, ପ୍ରଗତି ଏବଂ ଏକତାର ଏକ ଚମତ୍କାର ଘୋଷଣା । ନ୍ୟାୟାଳୟ ନିଜର ଗଭୀର ଜ୍ଞାନରେ ଏକତାର ସାରତତ୍ତ୍ୱକୁ ସୁଦୃଢ଼ କରିଛନ୍ତି, ଯାହାକୁ ଭାରତୀୟ ଭାବରେ ଆମେ ସବୁଠାରୁ ଅଧିକ ପ୍ରିୟ ବୋଲି ମାନିଥାଉ ଏବଂ ସମ୍ମାନ ଦେଇଥାଉ ।
ମୁଁ ଜାମ୍ମୁ, କାଶ୍ମୀର ଏବଂ ଲଦାଖର ଦୃଢ଼ମନା ଲୋକଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଛି ଯେ ଆପଣଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଆମର ପ୍ରତିବଦ୍ଧତା ଅତୁଟ ରହିଛି । ପ୍ରଗତିର ସୁଫଳ ଯେପରି କେବଳ ଆପଣଙ୍କ ପାଖରେ ପହଂଚିବ , ତାହା ନୁହେଁ ବରଂ ଧାରା ୩୭୦ ଯୋଗୁଁ କ୍ଷତିଗ୍ରସ୍ତ ଆମ ସମାଜର ସବୁଠାରୁ ଦୁର୍ବଳ ଏବଂ ଅବହେଳିତ ବର୍ଗଙ୍କୁ ମଧ୍ୟ ଏହାର ଲାଭ ପହଞ୍ଚାଇବାକୁ ଆମେ ସଂକଳ୍ପବଦ୍ଧ । 
ଆଜିର ରାୟ କେବଳ ଏକ ଆଇନଗତ ରାୟ ନୁହେଁ; ଏହା ଏକ ଆଶାର କିରଣ, ଉଜ୍ଜ୍ୱଳ ଭବିଷ୍ୟତର ପ୍ରତିଶ୍ରୁତି ଏବଂ ଏକ ଶକ୍ତିଶାଳୀ, ଅଧିକ ଅଖଣ୍ଡ ଭାରତ ଗଠନ ପାଇଁ ଆମର ସାମୂହିକ ସଂକଳ୍ପର ପ୍ରମାଣ । 
#NayaJammuKashmir”
***
 
SSP
 
 
 
 
 
                
                
                
                
                
                (Release ID: 1984994)
                Visitor Counter : 189
                
                
                
                    
                
                
                    
                
                Read this release in: 
                
                        
                        
                            Telugu 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Malayalam