ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତ ଏବଂ କୋରିଆ ମଧ୍ୟରେ କୂଟନୈତିକ ସମ୍ପର୍କ ୫୦ ବର୍ଷ ପୂରଣ ନେଇ ପ୍ରଧାନମନ୍ତ୍ରୀଙ୍କ ଖୁସି
प्रविष्टि तिथि:
10 DEC 2023 12:23PM by PIB Bhubaneswar
ଭାରତ ଓ ରିପବ୍ଲିକ ଅଫ୍ କୋରିଆ ମଧ୍ୟରେ କୂଟନୈତିକ ସମ୍ପର୍କକୁ ଆଜି ୫୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋରିଆ ରାଷ୍ଟ୍ରପତି ଶ୍ରୀ ୟୋନ୍ ସୁକ୍ ୟୋଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପାରସ୍ପରିକ ସମ୍ମାନ, ସହଭାଗୀ ମୂଲୋବୋଧ ଏବଂ ଆଗେଇ ଚାଲିଥିବା ସହଭାଗିତାର ଯାତ୍ରାକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କୋରିଆ ରାଷ୍ଟ୍ରପତି ୟୋନ୍ ସୁକ୍ ୟୋଲଙ୍କ ସହ ଘନିଷ୍ଠ ଭାବେ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଆମେ ଆଜି ଭାରତ ଏବଂ ରିପବ୍ଲିକ ଅଫ୍ କୋରିଆ ମଧ୍ୟରେ କୂଟନୈତିକ ସମ୍ପର୍କର ୫୦ ବର୍ଷ ପୂର୍ତ୍ତି ଅବସରକୁ ପାଳନ କରୁଛୁ । ଏହା ପାରସ୍ପରିକ ସମ୍ମାନ, ସହଭାଗୀ ମୂଲ୍ୟବୋଧ ଏବଂ ଆଗେଇ ଚାଲିଥିବା ସହଭାଗିତାର ଯାତ୍ରା । ମୁଁ କୋରିଆ ରିପବ୍ଲିକ୍ର ରାଷ୍ଟ୍ରପତି ଶ୍ରୀ ୟୋନ୍ ସୁକ୍ ୟୋଲଙ୍କୁ ଶୁଭେଚ୍ଛା ଜଣାଉଛି ଏବଂ ଆମ ସ୍ୱତନ୍ତ୍ର ରଣନୀତିକ ଭାଗିଦାରୀକୁ ଗଭୀର ତଥା ବିସ୍ତାର କରିବା ପାଇଁ ତାଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ଆଗ୍ରହୀ ଅଛି ।’
SR
(रिलीज़ आईडी: 1984811)
आगंतुक पटल : 141
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam