ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

COP-28 ଶିଖର ସମ୍ମିଳନୀ ଅବସରରେ ଜଳବାୟୁ ଆର୍ଥିକ ରୂପାନ୍ତର ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Posted On: 01 DEC 2023 6:24PM by PIB Bhubaneshwar

ମହାମହିମ,

 

ମହାମହିମ ଗଣ,

 

G-20 ଅଧ୍ୟକ୍ଷ ଥିବା ସମୟରେ ଭାରତ ଉଭୟ ନିରନ୍ତର ବିକାଶ ଏବଂ ଜଳବାୟୁ ପରିବର୍ତ୍ତନକୁ ଗୁରୁତ୍ୱ ଦେଇଛି।

 

ଆମେ ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତକୁ ଆମର ଅଧ୍ୟକ୍ଷତାର ଆଧାର କରିଥିଲୁ ।

 

ଏବଂ ମିଳିତ ପ୍ରୟାସ ମାଧ୍ୟମରେ, ଆମେ ମଧ୍ୟ ଅନେକ ପ୍ରସଙ୍ଗରେ ସହମତି ହାସଲ କରିବାରେ ସଫଳ ହେଲୁ ।

 

ବନ୍ଧୁଗଣ,

 

ଆମେ ସମସ୍ତେ ଜାଣୁ ଯେ, ଜଳବାୟୁ ପରିବର୍ତ୍ତନରେ ଭାରତ ସମେତ ଗ୍ଲୋବାଲ ସାଉଥର ସମସ୍ତ ଦେଶର ଭୂମିକା ବହୁତ କମ୍ ରହିଛି ।

 

କିନ୍ତୁ ଜଳବାୟୁ ପରିବର୍ତ୍ତନର ଖରାପ ପ୍ରଭାବ ସେମାନଙ୍କ ଉପରେ ବହୁତ ଅଧିକ ରହିଛି ।

ସଂସାଧନର ଅଭାବ ସତ୍ୱେ ଏହି ଦେଶଗୁଡିକ ଜଳବାୟୁ କାର୍ଯ୍ୟାନ୍ୱୟନ ପାଇଁ ପ୍ରତିବଦ୍ଧ ।

  

ଗ୍ଲୋବାଲ୍ ସାଉଥ୍ ର ଆକାଂକ୍ଷାକୁ ପୂରଣ କରିବା ପାଇଁ ଜଳବାୟୁ ଅର୍ଥ ଏବଂ ପ୍ରଯୁକ୍ତିବିଦ୍ୟା ବହୁତ ଜରୁରୀ ।

 

ବିକଶିତ ଦେଶଗୁଡିକ ଗ୍ଲୋବାଲ୍ ସାଉଥ୍ ଦେଶମାନଙ୍କୁ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ପାଇଁ ଯଥାସମ୍ଭବ ସାହାଯ୍ୟ କରିବେ ବୋଲି ଆଶା କରୁଛନ୍ତି ।

 

ଏହା ହେଉଛି ସ୍ୱଭାବିକ ମଧ୍ୟ ଏବଂ ନ୍ୟାୟୋଚିତ ମଧ୍ୟ ।

  

ବନ୍ଧୁଗଣ,

 

G-20ରେ ଏହାକୁ ନେଇ ସହମତ ହୋଇଛି ଯେ ଜଳବାୟୁ କାର୍ଯ୍ୟାନ୍ୱୟନ ପାଇଁ 2030 ସୁଦ୍ଧା ଅନେକ ଟ୍ରିଲିୟନ ଡଲାର ଜଳବାୟୁ ଅର୍ଥର ଆବଶ୍ୟକତା ଅଛି । 

 

ଏଭଳି ଜଳବାୟୁ ଅର୍ଥ ଯାହା ଉପଲବ୍ଧ ହେଉ, ପହଞ୍ଚ ହେଉ ଏବଂ ସୁଲଭ ହେଉ ।

 

ମୁଁ ଆଶା କରୁଛି ଯେ ୟୁଏଇର ଜଳବାୟୁ ଫାଇନାନ୍ସ ଫ୍ରେମୱାର୍କ ପଦକ୍ଷେପ ଏହି ଦିଗରେ ଶକ୍ତି ପ୍ରଦାନ କରିବ ।

 

ଗତକାଲି ନଷ୍ଟ ଏବଂ କ୍ଷତି ପାଣ୍ଠିକୁ କାର୍ଯ୍ୟକ୍ଷମ କରିବା ପାଇଁ ନିଆଯାଇଥିବା ଐତିହାସିକ ନିଷ୍ପତ୍ତିକୁ ଭାରତ ସ୍ୱାଗତ କରୁଛି ।

 

ଏହା ଦ୍ୱାରା COP 28 ଶିଖର ସମ୍ମିଳନୀରେ ନୂଆ ଆଶା ସଞ୍ଚାର ହୋଇଛି ।

ଆମେ ଆଶା କରୁଛୁ COP 28 ଶିଖର ସମ୍ମିଳନୀରେ ଜଳବାୟୁ ଆର୍ଥିକ ସମ୍ବନ୍ଧୀୟ ଅନ୍ୟାନ୍ୟ ବିଷୟ ଉପରେ ମଧ୍ୟ ଠୋସ୍ ପରିଣାମ ବାହାରିବ ।

 

ପ୍ରଥମେ, ଜଳବାୟୁ ଅର୍ଥ ଉପରେ ନୂତନ ସାମୂହିକ ପରିମାଣିକ (New Collective Quantified Goal on Climate Finance) ଲକ୍ଷ୍ୟରେ COP 28ରେ ବାସ୍ତବିକ ପ୍ରଗତି ହେବ ।

 

ଦ୍ୱିତୀୟତଃ Green, ସବୁଜ ଜଳବାୟୁ ପାଣ୍ଠି ଏବଂ ଆଡାପ୍ଟେସନ୍ ପାଣ୍ଠିରେ କୌଣସି ହ୍ରାସ ହେବ ନାହିଁ, ଏହି ପାଣ୍ଠି ତୁରନ୍ତ ପୂରଣ କରାଯିବ ।

 

ତୃତୀୟରେ, ବହୁପକ୍ଷୀୟ ବିକାଶ ବ୍ୟାଙ୍କଗୁଡ଼ିକ ବିକାଶ ସହିତ ଜଳବାୟୁ କାର୍ଯ୍ୟ ପାଇଁ ସୁଲଭ ଅର୍ଥ ଉପଲବ୍ଧ କରିବେ ।

 

ଏବଂ ଚତୁର୍ଥରେ, ବିକଶିତ ଦେଶମାନେ ନିଶ୍ଚିତ ଭାବରେ 2050 ପୂର୍ବରୁ ସେମାନଙ୍କର କାର୍ବନ ଫୁଟ୍ ପ୍ରିଣ୍ଟକୁ ନିଶ୍ଚୟ ଶେଷ କରିବେ ।

 

ମୁଁ ୟୁଏଇ ଦ୍ୱାରା ଜଳବାୟୁ ନିବେଶ ପାଣ୍ଠି ପ୍ରତିଷ୍ଠା ଘୋଷଣାକୁ ହୃଦୟରୁ ସ୍ୱାଗତ କରୁଛି ଏବଂ ସେମାନଙ୍କୁ ଅଭିନନ୍ଦନ ଜଣାଉଛି।

 

ବହୁତ- ବହୁତ ଧନ୍ୟବାଦ ।

 

ଧନ୍ୟବାଦ ।

 

AH

*****



(Release ID: 1981774) Visitor Counter : 79