ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅରୁଣାଚଳର ଗ୍ରାମରେ ଗୁଂଜରିତ ହେଲା 2047 ସୁଦ୍ଧା ବିକଶିତ ଭାରତର ବାର୍ତ୍ତା


ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶର ନାମସାଇର ହିତାଧିକାରୀଙ୍କ ସହ ମତ ବିନିମୟ କରିଛନ୍ତି

Posted On: 30 NOV 2023 1:26PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ମହିଳା କିଷାନ ଡ୍ରୋନ କେନ୍ଦ୍ରର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଦେଓଘର ଏମ୍ସ (AIIMS) ଠାରେ ଐତିହାସିକ 10,000ତମ ଜନ ଔଷଧୀ କେନ୍ଦ୍ରକୁ ଲୋକାର୍ପଣ କରିଥିଲେ । ଏହାବ୍ୟତୀତ ଦେଶରେ ଜନ ଔଷଧି କେନ୍ଦ୍ର ସଂଖ୍ୟା 10 ହଜାରରୁ 25 ହଜାରକୁ ବୃଦ୍ଧି କରିବା ପାଇଁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।  ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଡ୍ରୋନ୍ ଯୋଗାଇବା ଏବଂ ଜନ ଔଷଧି କେନ୍ଦ୍ରସଂଖ୍ୟା 10,000 ରୁ 25,000କୁ ବୃଦ୍ଧି କରିବା ଭଳି ଏହି ଦୁଇଟି ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ତାଙ୍କର ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ସେ ଏହି ପ୍ରତିଶ୍ରୁତି ପୂରଣ କରିଛନ୍ତି ।

ଅରୁଣାଚଳ ପ୍ରଦେଶର ନାମସାଇର ଶ୍ରୀ ଲାକର ପାଲେଙ୍ଗ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ସରକାରଙ୍କ ସହାୟତାରେ ନିର୍ମିତ ତାଙ୍କ ପକ୍କା ଘର ବିଷୟରେ ଅବଗତ କରାଇଥିଲେ । ଜଳ ଜୀବନ ମିଶନ ଦ୍ୱାରା ଆସିଥିବା ପରିବର୍ତ୍ତନ ବିଷୟରେ ସେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ।

ଯେତେବେଳେ ଶ୍ରୀ ଲାକର ପ୍ରଧାନମନ୍ତ୍ରୀଙ୍କୁ 'ଜୟ ହିନ୍ଦ' ସହିତ ସ୍ୱାଗତ କରିଥିଲେ, ସେତେବେଳେ ପ୍ରଧାନମନ୍ତ୍ରୀ ଉତ୍ତର ଦେଇ କହିଥିଲେ ଯେ, ଜୟହିନ୍ଦ ହେଉଛି ଅରୁଣାଚଳରେ ଏକ ଲୋକପ୍ରିୟ ଅଭିବାଦନ । ସେ ଆହୁରି ମଧ୍ୟ କହିଥିଲେ ଯେ, ଅରୁଣାଚଳ ପ୍ରଦେଶର ଲୋକଙ୍କ ସହ ଅଲୋଚନା କରିବା ହେଉଛି ସର୍ବଦା ଆନନ୍ଦ ଦାୟକ ।

ଶ୍ରୀ ଲାକର ତାଙ୍କ ଗ୍ରାମ ପଞ୍ଚାୟତ ଦ୍ୱାରା ‘ବିକଶିତ ଭାରତ ସଂକଳ୍ପ ଯାତ୍ରା' ବିଷୟରେ ଅବଗତ ହୋଇଥିଲେ ଏବଂ 2047 ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଅନ୍ତର୍ନିହିତ ବାର୍ତ୍ତା ବିଷୟରେ ମଧ୍ୟ ଅବଗତ ଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମବାସୀଙ୍କୁ 5ଟି ଟିମ୍ ଗଠନ କରି  ସେମାନେ ପାଞ୍ଚଟି ଗ୍ରାମକୁ ଯାଇ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା' (ଭିବିଏସୱାଇ)ର'ମୋଦୀଙ୍କ ଗ୍ୟାରେଣ୍ଟି' ଗାଡି ଆସୁଛି ବୋଲି କହିବାକୁ କହିଥିଲେ ।

*****



(Release ID: 1981507) Visitor Counter : 54