ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଏକ ଐତିହାସିକ ଘଟଣାକ୍ରମରେ ଭାରତ ସରକାର ଏବଂ ମଣିପୁର ସରକାର ଘାଟୀ ସ୍ଥିତ ମଣିପୁରର ସର୍ବପୁରାତନ ସଶସ୍ତ୍ର ଗୋଷ୍ଠୀ ୟୁନାଇଟେଡ୍ ନ୍ୟାସନାଲ ଲିବରେସନ ଫ୍ରଣ୍ଟ (ୟୁଏନଏଲଏଫ) ସହ ନୂଆଦିଲ୍ଲୀରେ ସ୍ୱାକ୍ଷର କଲେ ଶାନ୍ତି ଚୁକ୍ତି


ଏହି ଚୁକ୍ତି ସମ୍ପୂର୍ଣ୍ଣ ଉତ୍ତର ପୂର୍ବ ଭାରତ ଏବଂ ବିଶେଷ କରି ମଣିପୁରରେ ଶାନ୍ତିର ଏକ ନୂତନ ଯୁଗ ଆରମ୍ଭ କରିବାକୁ ମାର୍ଗ ପ୍ରଶସ୍ତ କରିବ

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସର୍ବାଙ୍ଗୀଣ ବିକାଶ ଏବଂ ଉତ୍ତର-ପୂର୍ବ ଭାରତର ଯୁବକମାନଙ୍କୁ ଉନ୍ନତ ଭବିଷ୍ୟତ ପ୍ରଦାନ କରିବାର ସ୍ୱପ୍ନକୁ ସାକାର କରିବାରେ ଏହା ଏକ ଐତିହାସିକ ସଫଳତା

ଗୃହମନ୍ତ୍ରୀ ଗଣତାନ୍ତ୍ରିକ ପ୍ରକ୍ରିୟାରେ ୟୁଏନଏଲଏଫକୁ ସ୍ୱାଗତ କରିବା ସହ ଶାନ୍ତି ଓ ପ୍ରଗତି ପଥରେ ସେମାନଙ୍କ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଅନୁଯାୟୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ଭାରତ ସରକାର ୨୦୧୪ ମସିହା ପରଠାରୁ ଉତ୍ତର ପୂର୍ବାଞ୍ଚଳର ଅନେକ ସଶସ୍ତ୍ର ଗୋଷ୍ଠୀ ସହ ଆତଙ୍କବାଦର ମୂଳୋତ୍ପାଟନ ଏବଂ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି

ପ୍ରଥମ ଥର ପାଇଁ ଘାଟୀ ସ୍ଥିତ ମଣିପୁରୀ ସଶସ୍ତ୍ର ଗୋଷ୍ଠୀ ହିଂସା ତ୍ୟାଗ କରି ଭାରତର ସମ୍ବିଧାନ ଓ ଦେଶର ଆଇନକୁ ସମ୍ମାନ ଜଣାଇ ମୁଖ୍ୟସ୍ରୋତକୁ ଫେରିବାକୁ ରାଜି ହୋଇଛି

ଏହି ଚୁକ୍ତି କେବଳ ଗତ ଅର୍ଦ୍ଧଶତାବ୍ଦୀରୁ ଅଧିକ ସମୟ ଧରି ଉଭୟ ପକ୍ଷର ମୂଲ୍ୟବାନ ଜୀବନ ନେଇଥିବା ୟୁଏନଏଲଏଫ ଏବଂ ସୁରକ୍ଷା ବାହିନୀ ମଧ୍ୟରେ

Posted On: 29 NOV 2023 5:47PM by PIB Bhubaneshwar

ଏକ ଐତିହାସିକ ଘଟଣାକ୍ରମରେ ଭାରତ ସରକାର ଏବଂ ମଣିପୁର ସରକାର ଘାଟୀ ସ୍ଥିତ ମଣିପୁରର ସର୍ବପୁରାତନ ସଶସ୍ତ୍ର ଗୋଷ୍ଠୀ ୟୁନାଇଟେଡ୍ ନ୍ୟାସନାଲ ଲିବରେସନ ଫ୍ରଣ୍ଟ (ୟୁଏନଏଲଏଫ) ସହ ନୂଆଦିଲ୍ଲୀରେ ଶାନ୍ତି ଚୁକ୍ତି ସ୍ୱାକ୍ଷର କରିଛନ୍ତି । ୟୁଏନଏଲଏଫ ୧୯୬୪ରେ ଗଠିତ ହୋଇଥିଲା ଏବଂ ଏହା ଉଭୟ ଭାରତ ସୀମା ଭିତରେ ଏବଂ ବାହାରେ କାର୍ଯ୍ୟ କରୁଛି । ଏହି ଚୁକ୍ତି ସମଗ୍ର ଉତ୍ତର ପୂର୍ବ ଏବଂ ବିଶେଷ କରି ମଣିପୁରରେ ଶାନ୍ତିର ଏକ ନୂତନ ଯୁଗ ଆରମ୍ଭ କରିବାକୁ ମାର୍ଗ ପ୍ରଶସ୍ତ କରିବ ।

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା କହିଛନ୍ତି ଯେ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ ହୋଇଛି । ସାମାଜିକ ଗଣମାଧ୍ୟମ 'ଏକ୍ସ'ର ପୋଷ୍ଟରେ ଗୃହମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସର୍ବସମାବେଶୀ ବିକାଶ ଏବଂ ଉତ୍ତର-ପୂର୍ବ ଭାରତର ଯୁବକମାନଙ୍କୁ ଉନ୍ନତ ଭବିଷ୍ୟତ ପ୍ରଦାନ କରିବାର ସ୍ୱପ୍ନକୁ ସାକାର କରିବାରେ ଏହା ଏକ ଐତିହାସିକ ସଫଳତା । ଗୃହମନ୍ତ୍ରୀ କହିଛନ୍ତି ଯେ ସେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ୟୁଏନଏଲଏଫକୁ ସ୍ୱାଗତ କରିବା ସହ ଶାନ୍ତି ଏବଂ ପ୍ରଗତି ପଥରେ ସେମାନଙ୍କ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଉଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଅନୁଯାୟୀ ଏବଂ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ଭାରତ ସରକାର ୨୦୧୪ ମସିହାରୁ ଉତ୍ତର-ପୂର୍ବାଞ୍ଚଳର ଅନେକ ସଶସ୍ତ୍ର ଗୋଷ୍ଠୀ ସହିତ ଆତଙ୍କବାଦର ମୂଳୋତ୍ପାଟନ ଏବଂ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି ।

ଭାରତ ସରକାରଙ୍କ ସଂଘର୍ଷ ସମାଧାନ ପଦକ୍ଷେପର ଏକ ଅଂଶବିଶେଷ ଭାବରେ ଉତ୍ତର-ପୂର୍ବର ଅନେକ ଜାତିଗତ ସଶସ୍ତ୍ର ଗୋଷ୍ଠୀ ସହିତ ରାଜନୈତିକ ବୁଝାମଣା ଚୂଡ଼ାନ୍ତ ହୋଇଥିବା ବେଳେ ପ୍ରଥମ ଥର ପାଇଁ ଘାଟୀ ସ୍ଥିତ ମଣିପୁରୀ ସଶସ୍ତ୍ର ଗୋଷ୍ଠୀ ହିଂସା ତ୍ୟାଗ କରି ମୁଖ୍ୟସ୍ରୋତକୁ ଫେରିବାକୁ ରାଜି ହୋଇଛନ୍ତି ଏବଂ ଭାରତର ସମ୍ବିଧାନ ଓ ଦେଶର ଆଇନକୁ ସମ୍ମାନ ଦେବାକୁ ରାଜି ହୋଇଛନ୍ତି। ଏହି ଚୁକ୍ତି କେବଳ ୟୁଏନ୍ଏଲ୍ଏଫ୍ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଶତ୍ରୁତାକୁ ଶେଷ କରିବ ନାହିଁ, ଯେଉଁମାନେ ଗତ ଅର୍ଦ୍ଧଶତାବ୍ଦୀରୁ ଅଧିକ ସମୟ ଧରି ଉଭୟ ପକ୍ଷର ମୂଲ୍ୟବାନ ଜୀବନ ନେଇଛନ୍ତି, ବରଂ ସମ୍ପ୍ରଦାୟର ଦୀର୍ଘଦିନର ଚିନ୍ତାକୁ ଦୂର କରିବାର ସୁଯୋଗ ମଧ୍ୟ ପ୍ରଦାନ କରିବ। ୟୁଏନଏଲଏଫକୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ଦ୍ୱାରା ଘାଟୀର ଅନ୍ୟ ସଶସ୍ତ୍ର ଗୋଷ୍ଠୀ ମଧ୍ୟ ଯଥାଶୀଘ୍ର ଶାନ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ ହେବେ ବୋଲି ଆଶା କରାଯାଉଛି । ସହମତି ପ୍ରାପ୍ତ ତୃଣମୂଳସ୍ତରର ନିୟମଗୁଡ଼ିକର କାର୍ଯ୍ୟକାରିତା ତଦାରଖ ପାଇଁ ଏକ ଶାନ୍ତି ମନିଟରିଂ କମିଟି (ପିଏମସି) ଗଠନ କରାଯିବ । ରାଜ୍ୟରେ ଶାନ୍ତି ଓ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବାର ସମ୍ଭାବନା ରହିଛି ।

ନୂଆଦିଲ୍ଲୀଠାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ମଣିପୁର ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ୟୁନାଇଟେଡ୍ ନ୍ୟାସନାଲ ଲିବରେସନ ଫ୍ରଣ୍ଟର ପ୍ରତିନିଧିମାନେ ଏହି ଚୁକ୍ତି ସ୍ୱାକ୍ଷର କରିଛନ୍ତି।

 

*******

P.S.



(Release ID: 1980969) Visitor Counter : 81