ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଉଦ୍ଧାର କାର୍ଯ୍ୟର ସଫଳତା ସମସ୍ତଙ୍କ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ : ପ୍ରଧାନମନ୍ତ୍ରୀ


ଉତ୍ତରକାଶୀ ଟନେଲ ଉଦ୍ଧାର ଅଭିଯାନ ସହ ଜଡ଼ିତ ସମସ୍ତ ଲୋକଙ୍କ ମନୋବଳକୁ ପ୍ରଧାନମନ୍ତ୍ରୀ ସମ୍ମାନ ଜଣାଇଛନ୍ତି

ଉଦ୍ଧାର କାର୍ଯ୍ୟର ସଫଳତା ସମସ୍ତଙ୍କୁ ଭାବପ୍ରବଣ କରିଛି : ପ୍ରଧାନମନ୍ତ୍ରୀ

ଉଦ୍ଧାର ଶ୍ରମିକଙ୍କ ସାହସ ଓ ଧୈର୍ଯ୍ୟକୁ ସ୍ୱୀକାର କଲେ ପ୍ରଧାନମନ୍ତ୍ରୀ; ଶ୍ରମିକ ଭାଇମାନଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି

Posted On: 28 NOV 2023 11:50PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରକାଶୀ ଟନେଲ ଉଦ୍ଧାର ଅଭିଯାନ ସହ ଜଡିତ ସମସ୍ତ ଲୋକଙ୍କ ଉତ୍ସାହକୁ ଅଭିନନ୍ଦନ ଜଣାଇଛନ୍ତି ।

ଶ୍ରୀ ମୋଦୀ କହିଲେ ଯେ ଆମର ଶ୍ରମିକ ଭାଇ ମାନଙ୍କର ଉତ୍ତରକାଶୀ ଟନେଲ ଉଦ୍ଧାର ଅଭିଯାନର ସଫଳତା ସମସ୍ତଙ୍କ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ । ସୁଡ଼ଙ୍ଗରେ ଫସି ରହିଥିବା ଲୋକଙ୍କ ସାହସ ଏବଂ ଧୈର୍ଯ୍ୟକୁ ସ୍ୱୀକାର କରି ସେ ସେମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଅଭିଯାନରେ ସମ୍ପୃକ୍ତ ସମସ୍ତେ ମାନବିକତା ଏବଂ ଦଳଗତ କାର୍ଯ୍ୟର ଏକ ଆଶ୍ଚର୍ଯ୍ୟଜନକ ଉଦାହରଣ ସୃଷ୍ଟି କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ;

ଉତ୍ତରକାଶୀରେ ଆମର ଶ୍ରମିକ ଭାଇ ମାନଙ୍କର ଉଦ୍ଧାର କାର୍ଯ୍ୟର ସଫଳତା ସମସ୍ତଙ୍କୁ ଭାବପ୍ରବଣ କରି ଦେଇଛି । ସୁଡ଼ଙ୍ଗରେ ଫସି ରହିଥିବା ସାଥୀ ମାନଙ୍କୁ ମୁଁ କହିବାକୁ ଚାହୁଁଛି ଯେ ଆପଣ ମାନଙ୍କର ସାହସ ଏବଂ ଧୈର୍ଯ୍ୟ ସମସ୍ତଙ୍କୁ ପ୍ରେରଣା ଦେଉଛି । ମୁଁ ସମସ୍ତଙ୍କ ସୁସ୍ଥତା ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି ।

ଏହା ଅତ୍ୟନ୍ତ ସନ୍ତୋଷର ବିଷୟ ଯେ, ଦୀର୍ଘ ସମୟ ଅପେକ୍ଷା କରିବା ପରେ ଏବେ ଆମର ଏହି ସାଥୀମାନେ ନିଜ ପ୍ରିୟଜନ ମାନଙ୍କୁ ଭେଟିବେ । ଏହି ଆହ୍ୱାନପୂର୍ଣ୍ଣ ସମୟରେ ସମସ୍ତଙ୍କ ପରିବାର ଯେଉଁ ଧୈର୍ଯ୍ୟ ଓ ସାହସ ଦେଖାଇଛନ୍ତି ତାହାକୁ ଯେତେ ପ୍ରଶଂସା କଲେ ମଧ୍ୟ ତାହା କମ୍ ହେବ ।

ମୁଁ ଏହି ଉଦ୍ଧାର କାର୍ଯ୍ୟରେ ସମ୍ପୃକ୍ତ ସମସ୍ତଙ୍କ ମନୋବଳକୁ ମଧ୍ୟ ପ୍ରଣାମ କରୁଛି । ସେମାନଙ୍କ ସାହସିକତା ଏବଂ ସଂକଳ୍ପ ଆମ ଶ୍ରମିକ ଭାଇମାନଙ୍କୁ ଏକ ନୂତନ ଜୀବନ ଦେଇଛି । ଏହି ମିଶନରେ ଜଡିତ ସମସ୍ତେ ମାନବିକତା ଏବଂ ସାମୂହିକ କାର୍ଯ୍ୟର ଏକ ଆଶ୍ଚର୍ଯ୍ୟଜନକ ଉଦାହରଣ ସୃଷ୍ଟି କରିଛନ୍ତି ।

***

SSP

 



(Release ID: 1980646) Visitor Counter : 49