ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନଭେମ୍ବର ୨୩ରେ ‘ସନ୍ଥ ମୀରାବାଈ ଜନ୍ମୋତ୍ସବ’ରେ ଯୋଗଦେବାକୁ ମଥୁରା ଯିବେ ପ୍ରଧାନମନ୍ତ୍ରୀ
ସନ୍ଥ ମୀରାବାଈଙ୍କ ୫୨୫ତମ ଜନ୍ମବାର୍ଷିକୀ ପାଳନ ପାଇଁ ‘ସନ୍ଥ ମୀରାବାଈ ଜନ୍ମୋତ୍ସବ’ ଆୟୋଜନ କରାଯାଉଛି
ପୋଷ୍ଟ କରାଯିବା ଦିନାଙ୍କ:
21 NOV 2023 5:49PM by PIB Bhubaneswar
୨୦୨୩ ନଭେମ୍ବର ୨୩ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଉତ୍ତରପ୍ରଦେଶର ମଥୁରାରେ ସନ୍ଥ ମୀରାବାଈଙ୍କ ୫୨୫ତମ ଜୟନ୍ତୀ ପାଳନ ପାଇଁ ଆୟୋଜନ ହେବାକୁ ଥିବା ‘ସନ୍ଥ ମୀରାବାଈ ଜନ୍ମୋତ୍ସବ’ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାଗ ନେବେ । ପ୍ରଧାନମନ୍ତ୍ରୀ ସନ୍ଥ ମୀରାବାଈ ସମ୍ମାନରେ ଏକ ସ୍ମାରକ ଟିକେଟ ଏବଂ ମୁଦ୍ରା ଜାରି କରିବେ । ଏହି ଅବସରରେ ଆୟୋଜନ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ଯୋଗଦେବେ । ଏହି କାର୍ଯ୍ୟକ୍ରମ ସନ୍ଥ ମୀରାବାଈଙ୍କ ସ୍ମୃତିରେ ବର୍ଷବ୍ୟାପୀ ଚାଲିବାକୁ ଥିବା କାର୍ଯ୍ୟକ୍ରମ ଆରମ୍ଭର ପ୍ରତୀକ ହେବ ।
ସନ୍ଥ ମୀରାବାଈ ଭଗବାନ କୃଷ୍ଣଙ୍କ ପ୍ରତି ନିଜ ଭକ୍ତି ପାଇଁ ଜଣା । ସେ ଅନେକ ଭଜନ ଏବଂ ଛନ୍ଦ ରଚନା କରିଛନ୍ତି, ଯାହା କି ଆଜି ମଧ୍ୟ ବେଶ୍ ଲୋକପ୍ରିୟ ।
SR
(ରିଲିଜ ଆଡି: 1978737)
ପରିଦର୍ଶକ କାଉଣ୍ଟର : 145
ଏହି ରିଲିଜ ପଢନ୍ତୁ :
Marathi
,
Bengali
,
English
,
Urdu
,
हिन्दी
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam