ପର୍ଯ୍ୟଟନ ମନ୍ତ୍ରଣାଳୟ
azadi ka amrit mahotsav

ଉତ୍ତର ପୂର୍ବାଞ୍ଚଳର ପର୍ଯ୍ୟଟନ ସମ୍ଭାବନା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପର୍ଯ୍ୟଟନ ମନ୍ତ୍ରଣାଳୟ ନଭେମ୍ବର ୨୧ରୁ ୨୩ ପର୍ଯ୍ୟନ୍ତ ମେଘାଳୟର ଶିଲଙ୍ଗଠାରେ ଅନ୍ତର୍ଜାତୀୟ ପର୍ଯ୍ୟଟନ ମାର୍ଟ ଆୟୋଜନ କରିବ


ପର୍ଯ୍ୟଟନ ମାର୍ଟ ଉତ୍ତର ପୂର୍ବାଞ୍ଚଳ ଅଂଶୀଦାରମାନଙ୍କୁ ଉଭୟ ଦେଶ ଏବଂ ବିଦେଶୀ ବଜାରର ସେମାନଙ୍କ ସମକକ୍ଷମାନଙ୍କ ସହ ବିଚାରମିମର୍ଶ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବ

Posted On: 20 NOV 2023 3:21PM by PIB Bhubaneshwar

ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ମେଘାଳୟର ଶିଲଙ୍ଗଠାରେ ନଭେମ୍ବର ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ପର୍ଯ୍ୟଟନ ମାର୍ଟର ୧୧ତମ ସଂସ୍କରଣର ଆୟୋଜନ କରାଯାଉଛି। ଅନ୍ତର୍ଜାତୀୟ ପର୍ଯ୍ୟଟନ ମାର୍ଟ ପ୍ରୟୋଜନ ପ୍ରତ୍ୟେକ ବର୍ଷ ହୋଇଥାଏ, ଯାହା ଉତ୍ତର-ପୂର୍ବାଞ୍ଚଳର ବିଭିନ୍ନ ରାଜ୍ୟରେ ରୋଟେସନ୍ ଭିତ୍ତିରେ କରାଯାଇଛି। ଯାହାର ଉଦ୍ଦେଶ୍ୟ ହେଉଛି ଉତ୍ତର-ପୂର୍ବାଞ୍ଚଳ ଅଂଶୀଦାରମାନଙ୍କୁ ଉଭୟ ଦେଶ ଏବଂ ବିଦେଶୀ ବଜାର ପର୍ଯ୍ୟନ୍ତ ହିତାଧିକାରୀମାନଙ୍କ ସହିତ ବିଚାରବିମର୍ଶର ଅବସର ପ୍ରଦାନ କରିବା ଏବଂ ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ରରେ ପର୍ଯ୍ୟଟନ ସମ୍ଭାବନା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ଅନନ୍ୟ ପର୍ଯ୍ୟଟନ ଉତ୍ପାଦଗୁଡ଼ିକ ଉପରେ ଆଲୋକପାତ କରିବା, ସମୃଦ୍ଧ ଜୈବ ବିବିଧତା, ସ୍ଥାନୀୟ ପରମ୍ପରା, ନୃତ୍ୟ ଶୈଳୀ, କଳା, ହସ୍ତଶିଳ୍ପ ଏବଂ ହସ୍ତତନ୍ତ ସମେତ ଅନନ୍ୟ ଅଦୃଶ୍ୟ ଐତିହ୍ୟକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପରିଚିତ ଅନ୍ତର୍ଜାତୀୟ ମାର୍ଟର ଆୟୋଜନ ଅନନ୍ୟ ରହିବ, କାରଣ ଏହାକୁ ମିଶନ ଲାଇଫ (LIFE)କୁ ଲାଗୁ କରିବା ପାଇଁ ଜଳବାୟୁ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା କାର୍ଯ୍ୟ ବିନ୍ଦୁ ଭଳି କମ୍ କାର୍ବନ ବିକଳ୍ପକୁ ଗ୍ରହଣ କରି ଏହା ସବୁଜ କାର୍ଯ୍ୟକ୍ରମ ଭାବରେ ଯୋଜନା କରାଯାଇଛି। ଏହାର ଉଦ୍ଦେଶ୍ୟ ପର୍ଯ୍ୟଟନ ହିତାଧିକାରୀମାନଙ୍କୁ ସମ୍ବେଦନଶୀଳ କରାଇବା ଏବଂ ଅଧିକ ସଚେତନ କରାଇବା। ଏହି ସମୟରେ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକର ବ୍ୟବହାର ହେବ ନାହିଁ, ଡିଜିଟାଲ ଓ କାଗଜବିହୀନ ମାର୍ଗ ଅନୁସରଣ କରାଯିବା ସହ ବୃକ୍ଷରୋପଣ ଅଭିଯାନ କରାଯିବ।

ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ପର୍ଯ୍ୟଟନ, ସଂସ୍କୃତି ଏବଂ ପୂର୍ବୋତ୍ତର କ୍ଷେତ୍ର ବିକାଶ ମନ୍ତ୍ରୀ ଶ୍ରୀ ଜି କିଶନ ରେଡ୍ଡୀ କରିବେ। ଏହି ଅବସରରେ ରାଜ୍ୟ ସରକାରଙ୍କ ପ୍ରତିନିଧି, ଉତ୍ତର-ପୂର୍ବ ରାଜ୍ୟର ବରିଷ୍ଠ ଅଧିକାରୀ, ପର୍ଯ୍ୟଟନ ଏବଂ ଆତିଥ୍ୟ ସଂଘର ମୁଖ୍ୟମାନେ ଯୋଗ ଦେବେ। ପର୍ଯ୍ୟଟନ ଏହି ମାର୍ଟର ପୂର୍ବ ସଂସ୍କରଣ ଗୁଆହାଟୀ, ତୱାଙ୍ଗ, ଶିଲଙ୍ଗ, ଗ୍ୟାଙ୍ଗଟକ, ଅଗରତାଲା, ଇମ୍ଫାଲ, କୋହିମା ଏବଂ ଆଇଜୱାଲରେ ଅନୁଷ୍ଠିତ ହୋଇଯାଇଛି। ଏହାର ପ୍ରତିଷ୍ଠା ପରଠାରୁ ଶିଲଙ୍ଗ ତାହାର ସ୍ଥାପନା ପରେ ଦ୍ବିତୀୟ ଥର ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରିବ। ଏହି କାର୍ଯ୍ୟକ୍ରମରେ ଘରୋଇ ଓ ଅନ୍ତର୍ଜାତୀୟ କୁ ମିଶାଇ ପ୍ରାୟ ୧୦୦ ଜଣ ପ୍ରତିନିଧି ଅଂଶଗ୍ରହଣ କରିବେ।

ଏହି କାର୍ଯ୍ୟକ୍ରମରେ ଉତ୍ତର-ପୂର୍ବାଞ୍ଚଳର ସ୍ଥାନୀୟ ଅଂଶୀଦାର ଏବଂ ଘରୋଇ ଏବଂ ଅନ୍ତର୍ଜାତୀୟ କ୍ରେତାମାନଙ୍କ ମଧ୍ୟରେ ବ୍ୟବସାୟିକ ବୈଠକ ପାଇଁ ସମର୍ପିତ ଏକ ସ୍ୱତନ୍ତ୍ର ଅଧିବେଶନ ଅନ୍ତର୍ଭୁକ୍ତ ହେବ । ଆଠଟି ଉତ୍ତର-ପୂର୍ବ ରାଜ୍ୟ ସେମାନଙ୍କ ର ନୂତନ ଗନ୍ତବ୍ୟସ୍ଥଳ ତଥା ସେମାନଙ୍କ ରାଜ୍ୟରେ ନୂତନ ସୁଯୋଗ ବିଷୟରେ ସୂଚନା ପ୍ରଦାନ କରିବେ । ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରର ପ୍ୟାନେଲିଷ୍ଟମାନଙ୍କ ସହ ଜ୍ଞାନ ଅଧିବେଶନ ଏବଂ ପ୍ୟାନେଲ୍ ଆଲୋଚନା ରେ ଏହି ଅଞ୍ଚଳରେ ଯୋଗାଯୋଗର ଅଗ୍ରଗତି ଏବଂ ବିକାଶ ଉପରେ ଆଲୋଚନା ହେବ। ଗତ କିଛି ବର୍ଷ ମଧ୍ୟରେ ଉତ୍ତର-ପୂର୍ବାଞ୍ଚଳରେ ବିମାନ ଯୋଗାଯୋଗ ଯଥେଷ୍ଟ ବୃଦ୍ଧି ପାଇଛି। ବର୍ତମାନ ଉତ୍ତର ପୂର୍ବାଞ୍ଚଳରେ ୧୬ରୁ ଅଧିକ ବିମାନ ବନ୍ଦର ରହିଛି ଯାହା ପର୍ଯ୍ୟଟନସ୍ଥଳୀକୁ ଉପଲବ୍ଧ କରାଇପାରୁଛି । ପର୍ଯ୍ୟଟନ ମନ୍ତ୍ରଣାଳୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ (ଆରସିଏସ) ଉଡ଼ାନ୍ ଯୋଜନା ଅଧୀନରେ ଜନସାଧାରଣଙ୍କୁ ବିମାନ ଚଳାଚଳ ମନ୍ତ୍ରଣାଳୟ ସହିତ ସହଯୋଗ କରିଛି । ଏହି ସହଯୋଗରେ ୫୩ଟି ପର୍ଯ୍ୟଟନ ମାର୍ଗ କାର୍ଯ୍ୟକ୍ଷମ ହୋଇଥିବା ବେଳେ ସେଥିମଧ୍ୟରୁ ୧୦ଟି ରୁଟ୍ କେବଳ ଉତ୍ତର ପୂର୍ବାଞ୍ଚଳ ପାଇଁ ରହିଛି। ଉତ୍ତର-ପୂର୍ବାଞ୍ଚଳରେ ଚଳାଚଳ କରୁଥିବା ୩ଟି ଭିଷ୍ଟାଡୋମ୍ (ଗ୍ଲାସ୍ ସିଲିଂ ଟ୍ରେନ୍) ରେଳଗାଡ଼ି କେବଳ ଯୋଗାଯୋଗ ନୁହେଁ ବରଂ ଏହାର ପର୍ଯ୍ୟଟନ ଆକର୍ଷଣ ବଢ଼ାଇବାରେ ମଧ୍ୟ ବହୁତ ସହାୟକ ହୋଇଛି।

ଏହାବ୍ୟତୀତ ମିଶନ ଲାଇଫ୍ ଅନ୍ତର୍ଗତ ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା ଏକ କ୍ଷେତ୍ରୀୟ କାର୍ଯ୍ୟକ୍ରମ ଟ୍ରାଭେଲ ଫର୍ ଲାଇଫକୁ ଆଗକୁ ନେବା ପାଇଁ, ମନ୍ତ୍ରଣାଳୟ ରାଜ୍ୟ ସରକାର, ଉଦ୍ୟୋଗ, ଗନ୍ତବ୍ୟସ୍ଥଳ ଏବଂ ପର୍ଯ୍ୟଟକଙ୍କ ସମେତ ପର୍ଯ୍ୟଟନର ସମସ୍ତ ଅଂଶୀଦାରଙ୍କ ସହ କାର୍ଯ୍ୟ କରୁଛି । ଟ୍ରାଭେଲ ଫର ଲାଇଫ୍ କାର୍ଯ୍ୟକ୍ରମ ୨୦୩୦ ସୁଦ୍ଧା ସ୍ଥାୟୀ ଏବଂ ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ପର୍ଯ୍ୟଟନର ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବା ଲକ୍ଷ୍ୟରେ ଏକ ବାହକ ଭାବରେ ପର୍ଯ୍ୟଟନକୁ ବ୍ୟବହାର କରିବାରେ ଭାରତକୁ ଏକ ଅଗ୍ରଣୀ ସ୍ଥାନରେ ରଖିବାପାଇଁ ପରିକଳ୍ପନା କରାଯାଇଛି । ଏହି ମାର୍ଟ ଜାତୀୟ ଏବଂ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ ପାଇଁ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ବାରା ପ୍ରସ୍ତୁତ କରାଯାଇଥିବା କାର୍ଯ୍ୟ ବିନ୍ଦୁକୁ ମଧ୍ୟ ବଜାୟ ରଖିଛି ।

ପୂର୍ବୋତ୍ତର କ୍ଷେତ୍ରରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା

ଉତ୍ତର ପୂର୍ବାଞ୍ଚଳରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଏବଂ ପର୍ଯ୍ୟଟନ ପ୍ରୋତ୍ସାହନ କାର୍ଯ୍ୟକଳାପ ପର୍ଯ୍ୟଟନ ମନ୍ତ୍ରଣାଳୟର ପ୍ରାଥମିକତା ମଧ୍ୟରୁ ଅନ୍ୟତମ। ସ୍ୱଦେଶ ଦର୍ଶନ ଯୋଜନା ଅଧୀନରେ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ମୋଟ ୧୩୦୯.୦୦ କୋଟି ଟଙ୍କା ରେ ୧୬ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ସ୍ୱଦେଶ ଦର୍ଶନ ଯୋଜନା ୨.୦ ଅଧୀନରେ ଉତ୍ତର-ପୂର୍ବାଞ୍ଚଳରେ ସମୁଦାୟ ୧୫ଟି ପର୍ଯ୍ୟଟନସ୍ଥଳୀର ବିକାଶ କରାଯାଉଛି। ଏହାବ୍ୟତୀତ ପର୍ଯ୍ୟଟନ ମନ୍ତ୍ରଣାଳୟ ପ୍ରସାଦ ଯୋଜନା ଅଧୀନରେ ପର୍ଯ୍ୟଟନ ମନ୍ତ୍ରଣାଳୟ ଉତ୍ତର ପୂର୍ବ ରାଜ୍ୟଗୁଡିକରେ ଚିହ୍ନଟ ହୋଇଥିବା ତୀର୍ଥସ୍ଥଳଗୁଡିକର ସମନ୍ୱିତ ବିକାଶ ପାଇଁ ୨୫୬.୪୫ କୋଟି ଟଙ୍କା ରାଶିରେ ମୋଟ ୮ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି । ପର୍ଯ୍ୟଟନ ମନ୍ତ୍ରଣାଳୟ ଉତ୍ତର ପୂର୍ବାଞ୍ଚଳରେ ରାଜପଥ ନେଟୱାର୍କ ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ଏବଂ ଆନୁଷଙ୍ଗିକ ସେବା ଯଥା ବାଣିଜ୍ୟିକ ସ୍ଥାନ, ଲଜିଷ୍ଟିକ୍ ପାର୍କ, ପର୍ଯ୍ୟଟନସ୍ଥଳୀର ମାର୍ଗଦର୍ଶନ ଭଳି ଯାତ୍ରୀ ସୁବିଧା ପ୍ରଦାନ କରିବା ପାଇଁ ୪୪.୪୪ କୋଟି ଟଙ୍କା ବ୍ୟୟରେ ୨୨ଟି ଦୃଷ୍ଟିକୋଣର ବିକାଶକୁ ମଞ୍ଜୁରୀ ଦିଆଯାଇଛି।

*********

NS/MB


(Release ID: 1978408) Visitor Counter : 70