ପୋଷ୍ଟ କରାଯିବା ଦିନାଙ୍କ:
19 NOV 2023 9:40PM by PIB Bhubaneswar
ବିଶ୍ୱକପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଉତ୍ତମ ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ଆଜି ଭାରତୀୟ କ୍ରିକେଟ ଦଳକୁ ପ୍ରଶଂସା କରିଛନ୍ତି ।
ପୁରା ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହି ବିଶ୍ୱକପ ଫାଇନାଲରେ ଭାରତ ହାରିବା ପରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ପ୍ରିୟ ଟିମ୍ ଇଣ୍ଡିଆ,
ବିଶ୍ୱକପରେ ତୁମମାନଙ୍କ ପ୍ରତିଭା ଏବଂ ନିଷ୍ଠା ଉଲ୍ଲେଖନୀୟ ଥିଲା । ତୁମେମାନେ ବେଶ୍ ଉତ୍ସାହର ସହ ଖେଳିଛ ଏବଂ ଦେଶକୁ ଗୌରବାନ୍ୱିତ କରିଛ ।
ଆମେ ଆଜି ଏବଂ ସର୍ବଦା ତୁମମାନଙ୍କ ସହ ରହିଛୁ ।’
SR