ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମନ୍ କୀ ବାତ୍ ପାଇଁ ଇନ୍‌ପୁଟ୍ ଆମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ

Posted On: 17 NOV 2023 10:42AM by PIB Bhubaneshwar

୨୦୨୩ ନଭେମ୍ବର ୨୬ରେ ହେବାକୁ ଥିବା ମନ୍ କୀ ବାତ୍ କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଗରିକଙ୍କଠାରୁ ଇନ୍‌ପୁଟ୍ ବା ବିଷୟବସ୍ତୁ ଆମନ୍ତ୍ରଣ କରିଛନ୍ତି ।

 

ଚଳିତ ମାସର ମନ୍ କୀ ବାତ୍ ପାଇଁ ବହୁସଂଖ୍ୟାରେ ଇନ୍‌ପୁଟ୍ ଆସୁଥିବା ଦେଖି ସେ ଖୁସି ମଧ୍ୟ ବ୍ୟକ୍ତ କରିଛନ୍ତି ।

 

ଯେଉଁମାନେ ଏ ପର୍ଯ୍ୟନ୍ତ ମାଇଗଭ୍ ବା ନମୋ ଆପ୍‌ରେ ସେୟାର କରିନାହାନ୍ତି ସେମାନଙ୍କୁ ନିଜ ଇନ୍‌ପୁଟ୍ ସେୟାର କରିବାକୁ ସେ ଅନୁରୋଧ କରିଛନ୍ତି ।

 

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘ଆସନ୍ତା ୨୬ ତାରିଖରେ ଚଳିତ ବାସର ମନ୍ କୀ ବାତ୍ ପାଇଁ ବହୁସଂଖ୍ୟକ ଇନ୍‌ପୁଟ୍ ଆସୁଥିବା ଦେଖି ଖୁସି ।

 

https://www.mygov.in/group-issue/inviting-ideas-mann-ki-baat-prime-minister-narendra-modi-26th-november-2023/

 

ସେୟାର ହୋଇଥିବା ପ୍ରେରଣାଦାୟୀ ଜୀବନ ଯାତ୍ରା ହେଉଛି ଏହି ପ୍ରୋଗ୍ରାମର ମୂଳ ବିଷୟ, ଯାହା କି ଅଧ୍ୟାୟଗୁଡ଼ିକୁ ଅଧିକ ସମୃଦ୍ଧ ଏବଂ ଜ୍ଞାନବର୍ଦ୍ଧକ କରିଥାଏ ।

 

ଯେଉଁମାନେ ଏ ପର୍ଯ୍ୟନ୍ତ ସେମାନଙ୍କ ଇନ୍‌ପୁଟ୍ ସେୟାର କରିନାହାନ୍ତି ସେମାନେ ମାଇଗଭ୍ କିମ୍ବା ନମୋ ଆପ୍‌ରେ ତାହା କରିପାରିବେ ।’

 

 SR



(Release ID: 1977612) Visitor Counter : 79